ଭାରତରେ ଗଲାଣି ୮୨୩ ଜୀବନ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ ଭାବେ ବୃଦ୍ଧିପାଇବାରେ ଲାଗିଛି। ଲକ୍‌ଡାଉନ୍‌ ସତ୍ତ୍ୱେ ନୂଆ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଶନିବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬,୧୩୧ରେ ପହଞ୍ଚି ଥିବାବେଳେ ୮୨୩ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୬୮୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୪୨ ଜଣଙ୍କ ଜୀବନ ଯାଇଛି। ପ୍ରତିଦିନ ଏଭଳି ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ଯଦିଓ ଅଦ୍ୟାବଧି ୫,୯୦୬ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି ତଥାପି ପରିସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରିବାରେ ଲାଗିଛି। କେବଳ ମହାରାଷ୍ଟ୍ରରେ ୭,୬୨୮ ଭୂତାଣୁ ଆକ୍ରାନ୍ତ ଥିବାବେଳେ ୩୨୩ ଜୀବନ ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୧୧ ନୂଆରୋଗୀ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ପ୍ରାଣ ହରାଇଛନ୍ତି।
ରାଜଧାନୀ ଦିଲ୍ଲୀ ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୨,୫୧୪ ଥିବା ବେଳେ ୫୩ ଜୀବନ ଗଲାଣି। ଗୁଜରାଟରେ ମଧ୍ୟ ସଙ୍ଗିନ ସ୍ଥିତି। ମୋଟ ୩,୦୭୧ ଜଣ ଏଠାରେ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୩୩କୁ ବୃଦ୍ଧିପାଇଛି। ମଧ୍ୟପ୍ରଦେଶରେ ୯୯ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧,୯୪୫। ରାଜସ୍ଥାନରେ ୨,୦୬୧ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୩୩ରେ ପହଞ୍ଚିଛି। ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶରେ ରୋଗୀସଂଖ୍ୟା ବଢ଼ି ବଢ଼ି ଚାଲିଛି। ତାମିଲନାଡ଼ୁରେ ୧,୮୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧,୦୧୬ ଓ ଉତ୍ତରପ୍ରଦେଶରେ ୧,୭୯୩ ଚିହ୍ନଟ ହୋଇଛନ୍ତି। ଏହି ରାଜ୍ୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଯଥାକ୍ରମେ ୨୩, ୩୧, ୨୭ ରହିଛି। ଅନ୍ୟ ରାଜ୍ୟ ମଧ୍ୟରେ ତେଲଙ୍ଗାନାରେ ୯୯୦, ପଶ୍ଚିମବଙ୍ଗରେ ୫୭୧, କର୍ନାଟକରେ ୫୦୦, ଜମ୍ମୁ-କଶ୍ମୀରରେ ୪୯୪, କେରଳରେ ୪୫୮, ପଞ୍ଜାବରେ ୩୦୮, ହରିୟାଣାରେ ୨୮୭ ଭୂତାଣୁ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଲୋକମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା ସହ ଲକ୍‌ଡାଉନ୍‌କୁ ମାନି ଚଳିବା ଲାଗି ପରାମର୍ଶ ଦିଆଯାଇଥିଲା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୫୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୧୧(ବ୍ୟୁରୋ): ରାଜ୍ୟରେ ସୁସ୍ଥ ହାର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଶନିବାର ଆଉ ୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।...

ଡାକ୍ତରଙ୍କୁ ଆକ୍ରମଣ ହେଲେ ମାମଲା କର

ନୂଆଦିଲ୍ଲୀ, ୨୦।୬(ପି.ଟି.): ଡାକ୍ତର ଏବଂ ସ୍ବାସ୍ଥ୍ୟସେବା ପେସାଦାରଙ୍କୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମହାମାରୀ ରୋଗ (ସଂଶୋଧନ) ଆଇନ, ୨୦୨୦ ବଳରେ ମାମଲା ରୁଜୁ କରିବାକୁ...

ଉଦ୍‌ଘାଟନ ହେଲା ନୂଆ ସଂସଦ ଭବନ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ରବିବାର ଉଦ୍‌ଘାଟନ କରିଛନ୍ତି। ହୋମ ପୂଜା ପରେ ମୋଦି ନୂଆ ସଂସଦ ଭବନରେ ରାଜ ଦଣ୍ଡ...

ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୯।୩: ରାଜ୍ୟ ସଭା ପାଇଁ ଶନିବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆସାମ ଓ କେରଳ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ଜାରି...

ଦିନକୁ ୩୨୮ ଜଣ ଛାଡୁଛନ୍ତି ଭାରତୀୟ ନାଗରିକତ୍ୱ

ନୂଆଦିଲ୍ଲୀ,୩୦ା୧୧: ଗତ ୫ ବର୍ଷରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରିଛନ୍ତି। ଏ ନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ...

ଆଜିଠାରୁ ଦେଶବ୍ୟାପୀ ଅନ୍ଦୋଳନକୁ ଓହ୍ଲାଇବେ ଡାକ୍ତର, ପ୍ରଭାବିତ ହେବ ଓପିଡି ସେବା

ନୂଆଦିଲ୍ଲୀ,୨୭ ।୧୧: ନିଟ ପିଜି ଅର୍ଥାତ୍ ନ୍ୟାଶନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ(ନିଟ ପିଜି)କାଉନସିଲିଂ ୨୦୨୧ରେ ବାରମ୍ବାର ହେଉଥିବା ବିଳମ୍ବ ଯୋଗୁ ଫେଡେରେଶନ ଅଫ୍ ରେସିଡେଣ୍ଟ...

ଅନନ୍ତନାଗରେ ଏନ୍‌କାଉଣ୍ଟର: ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୧୧।୩: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେମାନେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସେନା, ସିଆର୍‌ପିଏଫ୍‌ ଏବଂ...

ସଙ୍କଟ ଘନେଇଲା: ଦୈନିକ ସଂକ୍ରମଣ ୨ ହଜାର ଟପିଲା, ସକ୍ରିୟ ମାମଲା ୧୧ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୨୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

Advertisement
Archives

Model This Week