Posted inଜାତୀୟ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ଲକ୍ଷ୍ନୌ,୨୦।୩: ଭାରତରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଏହି ମହାମାରୀ ଦେଶର ୧୯ଟି ରାଜ୍ୟରେ ବ୍ୟାପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଆଉ ୪ଟି ନୂଆ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ସେଥିରୁ ୩ଜଣ ରୋଗୀ କରୋନା ସଂକ୍ରମିତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟଜଣଙ୍କ ନିକଟରେ ସାଉଦି ଆରବରୁ ଯାତ୍ରା କରି ଫେରିଛନ୍ତି। ଅପରପକ୍ଷେ ଶୁକ୍ରବାର ରାଜସ୍ଥାନର ଜୟପୁରରେ ଓ ପଞ୍ଜାବର ହୋଶିୟାରପୁରରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଆଉ ୩ଟି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୫୨କୁ ବୃଦ୍ଧି ହୋଇଛି। ସେହିପରି ଗୁଜରାଟରେ ମଧ୍ୟ ୩ଜଣ କେରାନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ୨ଜଣ ଅହମଦାବାଦର ଥିବା ବେଳେ ଜଣେ ବଡୋଦରାର ବୋଲି ଜଣାପଡ଼ିଛି। ତେବେ ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦୬କୁ ଟପିଛି। ଅନ୍ୟପଟେ କରୋନାରେ ଆକ୍ରାନ୍ତ ହୋଇ ଦେଶରେ ୫ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନେଇ ବିଭିନ୍ନ ସତକର୍ତା ଅବଲମ୍ବନ କରାଯିବା ସହ କେତେକ କଟକଣା ଜାରି କରାଯାଇଛି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ସମ୍ବୋଧିତ କରି ରବିବାର ଜନତା କର୍ଫ୍ୟୁ ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶ୍‌ଙ୍କ ନେତୃତ୍ୱକୁ ବିରୋଧ: ଏକାକୀ ନିର୍ବାଚନ ଲଢ଼ିବ ଏଲ୍‌ଜେପି

ପାଟନା,୪।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରବିବାର ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ୍‌ କୁମାରଙ୍କୁ ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)...

ଇନସ୍ପେକ୍ଟରଙ୍କୁ ଗୁଳି କରି ଆତ୍ମହତ୍ୟା କଲେ ଏସ୍‌ଆଇ

ନୂଆଦିଲ୍ଲୀ, ୨୫।୭:  ନୂଆଦିଲ୍ଲୀର ୧୨୨ ସିଆର୍‌ପିଏଫ୍‌ ବାଟାଲିୟନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସବ୍‌ ଇନସ୍ପେକ୍ଟର(ଏସ୍‌ଆଇ) କରନେଲ୍‌ ସିଂ ବରିଷ୍ଠ ଇନସ୍ପେକ୍ଟର ଦଶରଥ ସିଂଙ୍କୁ...

ଶହୀଦ୍‌ଙ୍କୁ ସମ୍ମାନ ଦେବା ଦେଶ ନାଗରିକଙ୍କ କର୍ତ୍ତବ୍ୟ: ଜେନେରାଲ ହୋଦା

ନୂଆଦିଲ୍ଲୀ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁରପ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ଶହୀଦ୍‌ ହେମନ୍ତ କରକାରେଙ୍କ ବିରୋଧରେ ବିବାଦୀୟ...

ଇଟାଲୀ ଭଳି ଭାରତରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୯।୪: ଲକ୍‌ଡାଉନ୍‌ ପରେ ବି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ଦେଖାଯାଉନାହିଁ। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିଥିବା...

ଇନ୍ଦୋରରେ କରୋନା ସୁସ୍ଥ ହାର ୬୪ ପ୍ରତିଶତରୁ ଅଧିକ: ଶିବରାଜ

ଇନ୍ଦୋର,୮।୬: ମଧ୍ୟ ପ୍ରଦେଶର ଇନ୍ଦୋର ଜିଲାରେ କରୋନା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ଏକ ବୈଠକର ଆୟୋଜନ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟରେ...

ନୋଏଡାରେ ଚତୁର୍ଥ କରୋନା ରୋଗୀ

ନୋଏଡା,୧୮।୩: ଉତ୍ତରପ୍ରଦେଶ ନୋଏଡାରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ନୋଏଡାରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୪...

ସୁସ୍ଥ ହେଲେ ଜଣେ କରୋନା ଆକ୍ରାନ୍ତ, ଅନ୍ୟ ଜଣଙ୍କୁ ମିଳିଲା ହସ୍ପିଟାଲରୁ ଛୁଟି

ଗୁଆହାଟୀ, ୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବ୍ୟସ୍ଥତା ମଧ୍ୟରେ ବେଳେବେଳେ ହସ୍ପିଟାଲ ପକ୍ଷରୁ କେତେକ ଭୁଲ ଭଟକା ମଧ୍ୟ ହୋଇ...

ମୋଦି ସରକାରଙ୍କୁ ଝଟ୍‌କା: ଧାର୍ଯ୍ୟ ବିକାଶ ହାର କମାଇଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିଶ୍ୱବ୍ୟାଙ୍କ ଏକ ଝଟ୍‌କା ଦେଇଛି। ମୋଦି ସରକାରଙ୍କ ପକ୍ଷରୁ ୨୦୨୧ ପାଇଁ ଧାର୍ଯ୍ୟ କରାଯାଇଥିବା ବିକାଶ ହାରକୁ ବିଶ୍ୱବ୍ୟାଙ୍କ...

Coronavirus Update

Archives

Model This Week

Why Dharitri