Posted inଖେଳ

ଭାରତରେ ଅଟକିଛନ୍ତି ଚେନ୍ନାଇ ସିଟି କୋଚ୍‌

ଚେନ୍ନାଇ, ୯ା୪ (ପି.ଟି.): କୋଭିଡ୍‌-୧୯ ମହାମାରୀ ପାଇଁ ବର୍ତ୍ତମାନ ପାଇଁ ବିମାନ ସେବାକୁ ବନ୍ଦ ରଖାଯାଇଥିବାରୁ ଚେନ୍ନାଇନ ସିଟି ଫୁଟ୍‌ବଲ ଟିମ୍‌ର ସିଙ୍ଗାପୋରିଆନ କୋଚ୍‌ ଆକବର ନାଓ୍ବାସ୍‌ ନିଜ ଦେଶକୁ ଯାଇପାରୁ ନାହାନ୍ତି। କରୋନା ଭାଇରସ୍‌ ବ୍ୟାପିବାକୁ ରୋକିବା ଲାଗି ସମଗ୍ର ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ନାଓ୍ବାସ ପାଠପଢା ବ୍ୟତୀତ ତାଙ୍କ ଖେଳାଳିଙ୍କ ଗେମ୍‌ ବିଶ୍ଳେଷଣ ଏବଂ ଭିଡିଓ କଲିଂ ଜରିଆରେ ଟିପ୍‌ ଆଦାନପ୍ରଦାନ କରୁଛନ୍ତି। ନାଓ୍ବାସ ୨୦୧୮ ମାର୍ଚ୍ଚରୁ ଆଇ-ଲିଗ୍‌ ଟିମ୍‌ ଚେନ୍ନାଇ ଦଳର କୋଚ ଦାୟିତ୍ୱରେ ଅଛନ୍ତି। ଦଳକୁ ସେ ୨୦୧୮-୧୯ ସିଜନରେ ଟାଇଟଲ ଜିତାଇପାରିଛନ୍ତି। ନାଓ୍ବାଜ କହିଛନ୍ତି, ବର୍ତ୍ତମାନର କଠିନ ପରିସ୍ଥିତିରେ ନିଜ ପରିବାରଠାରୁ ଦୂରରେ ରହିବା କଷ୍ଟକର। ଭାରତରେ ଅଟକି ରହିଥିଲେ ମଧ୍ୟ ମୁଁ ମୋ ସମୟର ସଦୁପଯୋଗ କରୁଛି। ବର୍ତ୍ତମାନର ପରିସ୍ଥିତିକୁ ନେଇ ଅଧିକ ଚିନ୍ତା କରୁନାହିଁ। ଆଶା କରୁଛି ଖୁବ୍‌ ଶୀଘ୍ର ପରିବାର ସହ ଯୋଗ ଦେବି। ମୋ କ୍ଲବ ଏବଂ ଚେନ୍ନାଇସ୍ଥିତ ସିଙ୍ଗାପୁର ଦୂତାବାସ ଏଦିଗରେ ପଦକ୍ଷେପ ନେଉଛନ୍ତି। ସୂଚନାଯୋଗ୍ୟ, ନାଓ୍ବାସ ବର୍ତ୍ତମାନ କୋଏମ୍ବାଟୁର୍‌ରେ ଅବସ୍ଥାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ କରୋନା ଟେଷ୍ଟ ପାଇଁ ବିସିସିଆଇ ଖର୍ଚ୍ଚ କରିବ ୧୦ କୋଟି ଟଙ୍କା

ନୂଆଦିଲ୍ଲୀ, ୧।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ମାସ ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି...

୭ ବର୍ଷ ପରେ ଆଇପିଏଲ୍‌ରେ ଏମିତି କଲା ଆରସିବି

ଚେନ୍ନାଇ,୧୫।୪: ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି। ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ଏହା କ୍ରମାଗତ...

ଟି୨୦ ବିଶ୍ୱକପ୍‌ : ଇଂଲଣ୍ଡ ନୁହେଁ, ଭାରତ ଫେଭରାଇଟ୍‌

ୟୁଏଇ,୧୬।୭: ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଜିତିବା ପାଇଁ ଇଂଲଣ୍ଡ ନୁହେଁ ଟିମ୍‌ ଇଣ୍ଡିଆ ପ୍ରବଳ ଦାବିଦାର। ଏଭଳି...

ଏହି ମହିଳା କ୍ରିକେଟରଙ୍କୁ ବାଉନ୍ସର ମାରିବାକୁ ଚେତାବନୀ ଦେଇଥିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ

ଦିନେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପସ୍ତାବ ଦେଇଥିବା ଇଂଲଣ୍ଡ ମହିଳା କ୍ରିକେଟ ଖେଳାଳି ଡାନିଏଲ୍‌ ଓ୍ବାଟ୍‌ ଏବଂ ସଚିନ ତେନ୍ଦୁଲକରଙ୍କ...

ବାର୍ଟି ଜିତିଲେ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ

ଆଡିଲେଡ୍‌, ୧୮ା୧ (ଏଏଫ୍‌ପି)-ଆଶ୍‌ଲେ ବାର୍ଟି ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ପ୍ରତିଯୋଗିତାରେ ଟାଇଟଲ ବିଜୟୀ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ସେ ୟୁକ୍ରେନର ଡାୟାନା ୟାସ୍ତ୍ରେମ୍‌ସ୍କାଙ୍କୁ ୬-୨,...

ପାକିସ୍ତାନକୁ ୨୦୨୦ ଏସିଆ କପ୍‌ ଟି୨୦ ଆୟୋଜନ ଅଧିକାର

ନୂଆଦିଲ୍ଲୀ, ୩୦।୫(ପି.ଟି.)- ୨୦୨୦ ଏସିଆ କପ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ ଅଧିକାର ପାକିସ୍ତାନକୁ ପ୍ରଦାନ କରାଯାଇଛି। ସିଙ୍ଗାପୁରରେ ଅନୁଷ୍ଠିତ ହୋଇଥିବା ଏସିଆନ କ୍ରିକେଟ କାଉନସିଲ୍‌...

ଟୋକିଓ ଅଲିମ୍ପିକ୍ସ କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିବ

ଟୋକିଓ,୧୮।୭(ଏପି): ଟୋକିଓ ଅଲିମ୍ପିକ୍ସର କାର୍ଯ୍ୟସୂଚୀ ପ୍ରାୟ ଅପରିବର୍ତ୍ତତ ରହିବ। ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଏହି ବିଳମ୍ବିତ ମେଗା ଇଭେଣ୍ଟର ୪୨ଟି ଭେନ୍ୟୁକୁ ସୁରକ୍ଷିତ ରଖାଯାଇଛି।...

ପୂର୍ବତନ ଭାରତୀୟ କ୍ରିକେଟରଙ୍କ ପରଲୋକ

ମୁମ୍ବାଇ, ୧୬ା୯ (ପି.ଟି.)-ପୂର୍ବତନ ଭାରତୀୟ କ୍ରିକେଟର ସଦାଶିବ ରାଓଜୀ ପାଟିଲଙ୍କ ତାଙ୍କ କୋହ୍ଲାପୁରସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ନିଦ୍ରାଗତ...

Advertisement
Archives

Model This Week