ଭାରତକୁ ୨୦୦ ଭେଣ୍ଟିଲେଟର ଯୋଗାଇ ଦେବ ଆମେରିକା

ଓ୍ବାଶିଂଟନ,୧୬।୫: ଆମେରିକା ଭାରତକୁ ଭେଣ୍ଟିଲେଟର ଯୋଗାଇ ଦେବ। ଏନେଇ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ୍‌ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଭାରତକୁ ଆମେରିକା ୨୦୦ ମୋବାଇଲ୍‌ ଭେଣ୍ଟିଲେଟର ଯୋଗାଇଦେବ। ଆସନ୍ତା ୩ ସପ୍ତାହ ମଧ୍ୟରେ ଏହା ଭାରତରେ ପହଞ୍ଚିବ। ପ୍ରତି ଭେଣ୍ଟିଲେଟରର ଦାମ ପ୍ରାୟ ଏକ ନିୟୁତ ଟଙ୍କା ରହିଛି ବୋଲି କୁହାଯାଉଛି। ଭେଣ୍ଟିଲେଟର ଗୁଡ଼ିକର ମୋଟ ଦାମ ୧୯୨ ନିୟୁତ ଟଙ୍କା ହେବ। କରୋନା ମହାମାରୀ ସମୟରେ ଆମେରିକା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରହିଛି । କରୋନା ଭଳି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କରିବା ଲାଗି ଭାରତ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ୍‌ରେ ଭାରତ ପକ୍ଷରୁ ଆମେରିକାକୁ ୫୦ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଟାବଲେଟ୍‌ ପଠାଯାଇଥିଲା। ଆମେରିକାରେ ଏହାକୁ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଭାରତୀୟ ଦୂତାବାସ ବନ୍ଦ କଲେ ଖଲିସ୍ତାନ ସମର୍ଥକ

ନୂଆଦିଲ୍ଲୀ,୧୫।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍‌ ଦେଶରେ ଭାରତ ବିରୋଧୀ କାର୍ଯ୍ୟ ରୋକିବା ପାଇଁ ଆଶ୍ୱାସନା ଦେବାର କିଛି ଦିନ ପରେ ପୁଣି ଖଲିସ୍ତାନ ସମର୍ଥକମାନେ...

ରେକର୍ଡ ପରେ ରେକର୍ଡ କରୁଛି କରୋନା

ନୂଆଦିଲ୍ଲୀ,୨୭।୮: ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ୭୫,୭୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ପୁଣିଥରେ...

ଶେଷ ହେଲା ରକ୍ତପାତ, ଏବେ କାମକୁ ଫେର

କାବୁଲ,୯।୯: ଆଫଗାନିସ୍ତାନରେ ରକ୍ତପାତର ସମୟ ଶେଷ ହୋଇଛି। ଯୁଦ୍ଧ ପ୍ରଭାବିତ ଦେଶର ପୁନଃ ନିର୍ମାଣ ଗୁରୁଦାୟିତ୍ୱ ଆମକୁ ବହନ କରିବାକୁ ପଡ଼ିବ। ପୂର୍ବ ସରକାରର ଅଧିକାରୀମାନେ...

କୋଭିଡ-୧୯: ମ୍ୟାକ୍‌ଏନ୍‌ରୋ କରୋନା ପଜିଟିଭ୍‌

ଓ୍ବାଶିଂଟନ,୧ା୪(ଏ.ପି.)- ଆମେରିକାର ପୂର୍ବତନ ଡେଭିସ କପ୍‌ ଅଧିନାୟକ ପାଟ୍ରିକ୍‌ ମେକ୍‌ଏନ୍‌ରୋ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି...

ପାକିସ୍ତାନରେ ପବ୍‌ଜି ହେଲା ବ୍ୟାନ୍‌, ଜାଣନ୍ତୁ କାରଣ

ଲାହୋର,୩।୭: ପାକିସ୍ତାନରେ ଅସ୍ଥାୟୀ ଭାବେ ଲୋକପ୍ରିୟ ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଉପରେ ରୋକ ଲଗାଯାଇଛି। ବିଶେଷକରି ଶିଶୁ ତଥା ନାବାଳକମାନେ ଏହାକୁ ଖେଳିବା ଲାଗି ପାଗଳ...

ଋଷି ବନାମ କିଏ

ଲଣ୍ଡନ,୨୪ା୧୦: କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ରବିବାର ଦ୍ୱିତୀୟ ଥର ପାଇଁ ଆନୁଷ୍ଠାନିକ ଭାବେ...

CORONAVIRUS UPDATE: ନବରଙ୍ଗପୁର, ଗଜପତି ଜିଲାକୁ ଛୁଇଁଲା କରୋନା

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲାର ଜଣେ ଓ ଗଜପତି ଜିଲାର ୪...

ରୁଷିଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୧୩ ମୃତ

ମସ୍କୋ,୧୮।୧୦: ରୁଷିଆର ସୁପରସୋନିକ ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟ ଦକ୍ଷିଣ ରୁଷିଆର ୟେସ୍କ ସହରର ଏକ ଆବାସିକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ...

Advertisement
Archives

Model This Week