Posted inଖେଳ

ଭାରତକୁ ଭଲ ପ୍ରାରମ୍ଭ ଦେଲେ ଧାଓ୍ବନ

ମୁମ୍ବାଇ, ୧୪।୧- ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଶେଷ ଖବବ ସୁଦ୍ଧା ୨୮.୫ ଓଭରରେ ୩ ଉଇକେଟ୍‌ ହରାଇ ୧୪୦ ରନ ସଂଗ୍ରହ କରିଛି। ପ୍ରାରମ୍ଭରୁ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମା (୧୦) ଶସ୍ତାରେ ପ୍ୟାଭିଲିୟନ ଫେରିଯାଇଥିଲେ। କିନ୍ତୁ ଲୋକେଶ ରାହୁଲ ଅନ୍ୟତମ ଓପନର୍‌ ଶିଖର ଧାଓ୍ବନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦ୍ୱିତୀୟ ଉଇକେଟ୍‌ରେ ଧାଓ୍ବନ-ରାହୁଲ ଯୋଡ଼ି ୧୨୧ ରନ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୩୪ ରନ ହୋଇଥିବାବେଳେ ରାହୁଲ ବ୍ୟକ୍ତିଗତ ୪୭ ରନ କରି ଆଷ୍ଟନ ଅଗରଙ୍କ ଶିକାର ହୋଇଥିଲେ। ଏହାପରେ ଧାଓ୍ବନ ୭୪ ରନ କରି ପ୍ୟାଟ୍‌ କୁମିନ୍ସଙ୍କ ଶିକାର ହୋଇଥିଲେ। କୋହଲି ୪ ରନ ଓ ଶ୍ରେୟାସ ଆୟାର ବ୍ୟାଟିଂ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯୁବରାଜ୍‌ ସିଂଙ୍କ ପୂର୍ବତନ ପ୍ରେମିକାଙ୍କ ପ୍ରେମରେ ପାଗଳ ଲିଆଣ୍ଡର୍‌ ପେସ୍‌: ଇନ୍‌ଷ୍ଟାଗ୍ରାମରେ ଏକାଠି ଛାଡିଲେ ଫଟୋ

ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍‌ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ନିକଟରେ ଉଭୟ ଗୋଆରେ...

ଟଙ୍କା ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସୋଏବ ଭାରତର ଭଲ...

ଆଇସିସିକୁ ରୋହିତଙ୍କ ସମାଲୋଚନା

ନୂଆଦିଲ୍ଲୀ, ୨୩ା୩ (ପି.ଟି.)- ଭାରତର ଦ୍ରୁତ ରନ ସଂଗ୍ରହକାରୀ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ସମାଲୋଚନା କରିଛନ୍ତି। କାରଣ ଭଲ...

ଅଜୟ ଜାଡେଜାଙ୍କୁ ପୂରିଲା ୪୯: ମାଧୁରୀଙ୍କ ସହ ଥିଲା ପ୍ରେମ ସମ୍ପର୍କ

ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜା ଖେଳ ପଡ଼ିଆରୁ ବିଦାୟ ନେଇଥିଲେ ମଧ୍ୟ ଏବେ ବି କ୍ରିକେଟ୍‌ ନିଶା ଛାଡି ନାହାଁନ୍ତି। କେତେକ ସମୟରେ...

ଏହି କ୍ରିକେଟରଙ୍କୁ ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କ ‘ରୋଲ୍‌ ମଡେଲ’ ବୋଲି କହିଲେ ଲକ୍ଷ୍ମଣ, ପ୍ରଶଂସାରେ ପୋତିଲେ…

ନୂଆଦିଲ୍ଲୀ,୯।୩: ଭାରତୀୟ ଟି-୨୦ ଟିମ୍‌ରେ ପ୍ରଥମ ଥର ପାଇଁ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ଦେଖି...

କୋହଲିଙ୍କ ପାଇଁ କାଳ

ଲିଡ୍ସ,୨୫।୮ : ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୁଣି ଥରେ ପାଇଁ କାଳ ପାଲଟିଛନ୍ତି...

ଆଇପିଏଲ ଫାଇନାଲରେ ଓସିଏ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବିକାଶ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍‌( ଆଇପିଏଲ)ର ଫାଇନାଲ ଚଳିତ ମାସ ୧୦ ତାରିଖରେ ଅନୁଷ୍ଠିତ ହେବ। ଏହି ମେଗା ମ୍ୟାଚରେ ପ୍ରତିନିଧିତ୍ୱ କରିବା ପାଇଁ ଭାରତୀୟ...

ଅବସର ମ୍ୟାଚ୍‌ରେ ମାସାକାଡ୍‌ଜାଙ୍କ ବିସ୍ଫୋରକ ବ୍ୟାଟିଂ

ଚାଟୋଗ୍ରାମ,୨୧।୯: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଜିମ୍ବାଓ୍ବେ ଦଳର ଅଧିନାୟକ ହାମିଲଟନ ମାସାକାଡ୍‌ଜା କ୍ୟାରିୟରର ଅନ୍ତିମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୪୨...

Advertisement


Archives

Model This Week