ଭାବବିହ୍ବଳ ବିଦାୟ ଲାଗି ପ୍ରସ୍ତୁତ ତାହିର

ମାଞ୍ଚେଷ୍ଟର,୫।୭- ଦକ୍ଷିଣ ଆଫ୍ରିକା ଲେଗ୍‌ ସ୍ପିନର ଇମ୍ରାନ ତାହିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବା ଲାଗି ପ୍ରସ୍ତୁତ। ଶନିବାର ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ତାଙ୍କ କ୍ୟାରିୟରର ୧୦୭ତମ ଓ ଅନ୍ତିମ ଦିନିକିଆ ମ୍ୟାଚ୍‌ ହେବ। ପାକିସ୍ତାନରେ ଜନ୍ମିତ ତାହିର ଦକ୍ଷିଣ ଆଫ୍ରିକୀୟ ନାଗରିକଙ୍କୁ ବିବାହ କରିଥିଲେ। ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ ଲାଗି ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ପ୍ରାୟ ୩୨ ବର୍ଷ ବୟସରେ ୨୦୧୧ ଫେବୃୟାରୀରେ ଅନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କରିଥିଲେ। ଏବେ ୪୦ ବର୍ଷୀୟ ତାହିର ଦିନିକିଆ ଫର୍ମାଟରେ ଏପର୍ଯ୍ୟନ୍ତ ୧୭୨ ଉଇକେଟ ନେଇସାରିଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ଚଳିତ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିପାରି ନାହିଁ। ଦଳ ୮ ମ୍ୟାଚ୍‌ରୁ ମାତ୍ର ୨ ବିଜୟ ସହ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଛି। ଦଳଗତ ଭାବେ ଆମେ ବିଜୟ ସହ ଅଭିଯାନ ଶେଷ କରିବାକୁ ଚାହୁଁ। କିନ୍ତୁ ଏହା ମୋ ପାଇଁ ଦୁଃଖର ବିଷୟ। କାରଣ ମୁଁ ଏବେ ୫୦ ଓଭରିଆ ଫର୍ମାଟ ଛାଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ମୋ ପାଇଁ ସ୍ବପ୍ନ ଥିଲା। ମୋତେ ସାହାଯ୍ୟ ଓ ସମର୍ଥନ କରିଥିବା ପ୍ରତ୍ୟେକଙ୍କ ଲାଗି ମୁଁ କୃତଜ୍ଞ। ମୁଁ ଯେତେ ଲମ୍ବା କ୍ରିକେଟ ଖେଳିପାରିଥାନ୍ତି, ଖେଳିଛି। ଏବେ ଅଲ୍‌ବିଦା କହିବାକୁ ସମୟ ଆସିଯାଇଛି। ଏହା ମୋ ପାଇଁ ଦୁଃଖର ବିଷୟ ଓ ଏଥିନେଇ ମୁଁ ପ୍ରସ୍ତୁତ। ଦଳ ଓ ମୁଁ ଅନ୍ତିମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରିବୁ ବୋଲି ଆଶା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଲିକଙ୍କ ପଛରେ ଟିମ୍‌ ଇଣ୍ଡିଆ ପ୍ରଶଂସକ

ବଡ଼ଦିନ ଅବସରରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କରିଥିବା ଟୁଇଟ୍‌ ଯୋଗୁ ପୂର୍ବତନ ପାକିସ୍ତାନ ଅଧିନାୟକ ସୋଏବ ମଲିକଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ସେ ଭାରତ...

ଫିଲ୍ମରେ ଖେଳୁଥିଲେ କ୍ରିକେଟ, ଏବେ ଆଇପିଏଲ୍‌ରେ ଖେଳିବେ

ନୂଆଦିଲ୍ଲୀ,୨୧।୧୨- ବଲିଉଡ ଫିଲ୍ମ ‘କାଇ ପୋ ଚେ’ ୨୦୧୩ରେ ରିଲିଜ ହୋଇ ସଫଳ ମଧ୍ୟ ହୋଇଥିଲା। ସେଥିରେ କ୍ରିକେଟ ପାଗଳ ଅଲି ଭୂମିକାରେ ଥିଲେ ଦିଗବିଜୟ...

ମହିଳା ରେସ୍‌ଲିଂ କ୍ୟାମ୍ପ ପୁଣି ସ୍ଥଗିତ

ନୂଆଦିଲ୍ଲୀ, ୨୩ା୮ (ପି.ଟି.)-କୋଭିଡ୍‌-୧୯ ଯୋଗୁ ମହିଳା ରେସ୍‌ଲରମାନଙ୍କ ଲାଗି ହେବାକୁଥିବା ଜାତୀୟ କ୍ୟାମ୍ପକୁ ପୁଣି ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଖେଳାଳିମାନେ...

ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ କରାଯାଇନାହିଁ ଆଲୋଚନା

ମେଲବୋର୍ନ, ୩୧।୫: ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଆଇପିଏଲର ବଳକା ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ପାଇଁ ଅଷ୍ଟ୍ରେଲିଆ ଖେଳାଳିଙ୍କ...

କରୋନା ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିବନି

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ଯୋଗୁ ଟୋକିଓ ଅଲମ୍ପିକ ବାତିଲ ହେବାର ଆଶଙ୍କା ଦେଖାଦେଇଛି। ତେବେ ଏଥିପାଇଁ ମାର୍ଚ୍ଚ ୨୯ଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌...

ଶୀର୍ଷରେ କୋହଲି; ଖସିଲେ ବୁମରା

ଦୁବାଇ, ୩୧।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଜାୟ ରଖିଛନ୍ତି ଶୀର୍ଷ ସ୍ଥାନ। ଅନ୍ୟପକ୍ଷରେ ଭାରତୀୟ ବୋଲିଂ ବିଭାଗର କର୍ଣ୍ଣଧାର...

ସଭାପତି ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଦିଲୀପ

ଭୁବନେଶ୍ୱର, ୧୯।୯ (କ୍ରୀଡ଼ା ପ୍ରତିନିଧି): ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ ଦିଲୀପ ତିର୍କୀ ନିଜ କ୍ୟାରିୟରରେ ନୂଆ ଫର୍ଦ୍ଦ ଯୋଡ଼ିବା ଦିଗରେ...

ଅଲିମ୍ପିକ୍ସ ପୁଣିଥରେ ବିଳମ୍ବ ହେବା ଅସମ୍ଭବ: ଟୋକିଓ ମୁଖ୍ୟ

ଟୋକିଓ,୨୩।୫ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇଯାଇଛି। ତେବେ ଏହି ମେଗା ଇଭେଣ୍ଟକୁ ଆଉଥରେ ବିଳମ୍ବ କରିବା ଅସମ୍ଭବ ବୋଲି...

Advertisement
Archives

Model This Week