ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି ପଞ୍ଚାୟତ ପ୍ରତିନିଧିଙ୍କ ଆମରଣ ଅନଶନ ଆଜି

ନୟାଗଡ଼ ଅଫିସ/ଭାପୁର (ଡି.ଏନ.ଏ.),୩ା୧୨: ନୟାଗଡ଼ ଜିଲା ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି। ପିସି ନ ଦେଲେ ବିଲ୍‌ ହେଉନାହିଁ କି ହିତାଧିକାରୀଙ୍କୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ପରିମଳ ଯୋଜନା ଏବଂ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଦି ଯୋଜନାଗୁଡିକରେ ଅନିୟମିତତା ହୋଇଥିବା ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ଅଭିଯୋଗ ଆଣିଛନ୍ତି। ଏପରି କି ଏସବୁ ଅଭିଯୋଗ ନେଇ ଗତ ସପ୍ତାହରେ ଲୋକପ୍ରତିନିଧିମାନେ ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର କିଛି ସମାଧାନ ନ ହେବାରୁ ସେମାନେ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷେ ସୋମବାର ଭୁବନେଶ୍ୱରରୁ ଏକ ଟିମ୍‌ ଚକ୍ରଧର ପ୍ରସାଦ ଓ ଗୋଳାପୋଖରୀ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ହାତେଇଥିବା ଅଯୋଗ୍ୟ ବ୍ୟକ୍ତିମାନଙ୍କ ଘରକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।
ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ଭାପୁର ବ୍ଲକରେ ବିଡିଓ ପଦବୀ ଖାଲି ପଡ଼ିଥିବାବେଳେ ଏବିଡିଓ ଅନ୍ତର୍ଯ୍ୟାମୀ ଦାସ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ହେଲେ ସେ ସରକାରଙ୍କ ନୀତିନିୟମ ଉଲ୍ଲଂଘନ କରି ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ଲକକୁ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏସ୍‌ଇସିସି ତାଲିକାରେ ନାମ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇ ପକ୍କା ଘର ଥିବା ବ୍ୟକ୍ତିମାନଙ୍କଠାରୁ ୨୦ରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟାଦେଶ ଦିଆଯାଇଛି। ସେହିଭଳି ଶବର ଜାତିର ଆଦିବାସୀଙ୍କୁ ପକ୍କା ଘର ଯୋଜନାରୁ ବଞ୍ଚତ୍ତ କରାଯାଇ ସଅର ସମ୍ପଦ୍ରାୟର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଆମ ଗାଁ ଆମ ବିକାଶ, ରାଜ୍ୟ ସଭା ହାତପାଣ୍ଠି, ଫନୀ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟରେ କାମ କରା ନ ଯାଇ ମିଥ୍ୟା ବିଲ୍‌ କରାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ)ରେ ହିତାଧିକାରୀଙ୍କ ଶୌଚାଳୟ କରା ନ ଯାଇ ମିଥ୍ୟା ବିଲ୍‌ କରି ଏଜେନ୍ସି ନାମରେ ଟଙ୍କା ହରିଲୁଟ ହୋଇଛି। ଯେଉଁମାନେ ଶୌଚାଳୟ କରିଛନ୍ତି ସେମାନଙ୍କ ବିଲ୍‌ କରାଇଦେବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ମଗାଯାଉଛି, ନ ହେଲେ ବିଲ୍‌ ହେଉନାହିଁ। ବିଭିନ୍ନ ଗ୍ରାମରେ ୭୦ବର୍ଷର ବୃଦ୍ଧାବୃଦ୍ଧ ଭତ୍ତା ପାଇବାରୁ ବଞ୍ଚତ୍ତ ହେଉଥିବା ବେଳେ ୪୦ ବର୍ଷର ଯୁବକଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏସ୍‌ଇସିସି ତାଲିକାରେ ନାମ ନ ଥିବା ହିତାଧିକାରୀଙ୍କୁ ସରକାର ନୂତନ ଭାବେ ଏ, ବି, ଓ ସି ଫର୍ମ ଜରିଆରେ ଆବେଦନ କରିବା ବ୍ୟବସ୍ଥା ଥିବାବେଳେ ଏବିଡିଓଙ୍କ ନିର୍ଦ୍ଦେଶକ୍ରମେ ପାଖାପାଖି ୨୦୦୦ ଯୋଗ୍ୟ ହିତାଧିକାରଙ୍କ ଆବେଦନପତ୍ର ପଞ୍ଜୀକୃତ କରା ନ ଯାଇ ପିଙ୍ଗିଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରୁ ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଥିବା ବେଳେ ଭାପୁର ବ୍ଲକରେ ୨୨ ପ୍ରତିଶତ ପିସି ନ ଦେଲେ କୌଣସି କାର୍ଯ୍ୟର ବିଲ୍‌ ପାସ ହେଉ ନାହିଁ। ଅଭିଯୋଗ ସତ୍ତ୍ୱେ ସୁଫଳ ନ ମିଳିବାରୁ ମଙ୍ଗଳବାର ଅପରାହ୍ନ ୧୧ଟାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଅଞ୍ଚଳର ଯୁବନେତା ଜିତେନ୍ଦ୍ର କୁମାର ରଣସିଂହ ପ୍ରକାଶ କରିଛନ୍ତି। ତାଙ୍କ ସହିତ ଗୋଳାପୋଖରୀ ସମିତିସଭ୍ୟ ସସ୍ମିତା ସାହୁ, ସରପଞ୍ଚ ଲକ୍ଷ୍ମୀଧର ସାମନ୍ତରାୟ, ଚକ୍ରଧର ପ୍ରସାଦ ସମିତିସଭ୍ୟ ପ୍ରଦୀପ ଜେନା, ଭଗବାନପୁର ସମିତିସଭ୍ୟ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଅନଶନରେ ସାମିଲ ହେବେ। ଏ ନେଇ ବିଡିଓ ଦାୟିତ୍ୱରେ ଥିବା ଏବିଡିଓ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ସମସ୍ତଙ୍କର ଅଭିଯୋଗ କରିବାର ସାମ୍ବିଧାନିକ ଅଧିକାର ଅଛି। ମୋ ନାମରେ ଯେଉଁ ଅଭିଯୋଗ ହୋଇଛି ତାହା ପ୍ରମାଣିତ ହେଲେ ଦଣ୍ଡ ପାଇବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୦ା୮(ନି.ପ୍ର.): ଗଡଜାତ ପରମ୍ପରା ଅନୁସାରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ନୂଆଁଖାଇ ଲଗ୍ନ ଶୁକ୍ରବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର...

ଦୁର୍ଦ୍ଦାନ୍ତ ସୁନୀଲଙ୍କ ନଁ। ରେ ଏନ୍‌ଏସ୍‌ଏ ନୋଟିସ

ବ୍ରହ୍ମପୁର ଅଫିସ,୨୯ା୬-ବ୍ରହ୍ମପୁର ପୋଲିସ ଜିଲାର ୨୫ରୁ ଊର୍ଦ୍ଧ୍ୱ ସଙ୍ଗିନ ମାମଲାରେ ଜଡ଼ିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ବେହେରାଙ୍କ ନଁ। ରେ ପୋଲିସ ଏନ୍‌ଏସ୍‌ଏ(ନ୍ୟାଶନାଲ ସିକ୍ୟୁରିଟି...

ଶିକ୍ଷକରୁ ପ୍ରଶାସକ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ କେବଳ ଗଞ୍ଜାମ ନୁହେଁ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା। ନିଜର ସ୍ବତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁ...

ପୋଖରୀ ନାଁ ବଦଳାଇ ଅର୍ଥ ଲୁଟ୍‌ ଅଭିଯୋଗ

ପୋଲସରା,୧୫ା୫: ଗ୍ରାମାଞ୍ଚଳରେ ଲୋକଙ୍କୁ କର୍ମନିଯୁକ୍ତିରେ କାମ ଯୋଗାଇଦେବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମହତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କରିଛନ୍ତି।...

କାମ ଅନ୍ବେଷଣରେ ଗାଁ ଛାଡୁଛନ୍ତି ଶ୍ରମିକ

ନୂଆପଡ଼ା ଅଫିସ,୧୮।୧୦: ନୂଆପଡା ଜିଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ବର୍ଷର ୬ ମାସ ଚାଷ କରି ଅମଳ ପରେ ଅଧା...

ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ଶୁଣାଣି ଶେଷ, ଆଜି ରାୟ ପ୍ରକାଶ ପାଇବ

କଟକ ଅଫିସ,୧୭ା୯: ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କିତ ଆଗତ ମାମଲାର ଶୁଣାଣି ଗୁରୁବାର ହୋଇଛି। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇବ। ମୁଖ୍ୟ...

ଖୋଲିଲା ଇଟା, ବାଲି, ସିମେଣ୍ଟ ଦୋକାନ: ସକାଳ ୬ରୁ ସନ୍ଧ୍ୟା ୬ ଯାଏ ରହିବ ଖୋଲା

ଭଦ୍ରକ ଅଫିସ,୨୯ା୪: ଭଦ୍ରକରେ ବୁଧବାରଠାରୁ ଘର ନିିର୍ମାଣ କାମ ଆରମ୍ଭ ହେବ। ରଡ୍‌, ସିମେଣ୍ଟ, ଇଟା, ବାଲି ବିକ୍ରି କରିପାରିବେ ଦୋକାନୀ। ସକାଳ ୬ରୁ ସନ୍ଧ୍ୟା...

ବିଜେଡିର ସଭ୍ୟ ସଂଗ୍ରହ ପାଇଁ କର୍ମୀ ସମ୍ମିଳନୀ

ପାଟଣା,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶିଠାରେ ବିଜେଡିର ପାଟଣା ନିର୍ବାଚନମଣ୍ଡଳୀର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ...

Advertisement
Archives

Model This Week