ଭାଟି ଲାଇସେନ୍ସ ରଦ୍ଦ ପାଇଁ ହେବ ଆବେଦନ: ମିଳିଲା ଚୋରା କାରବାର ଚେର ଘଟଣା

ଅନୁଗୋଳ ଅଫିସ, ୨୬।୪ – ଅନୁଗୋଳ ସହର ଉପକଣ୍ଠରେ ଥିବା କରଡ଼ାଗାଡ଼ିଆ ମଦ ଭାଟିକୁ ବନ୍ଦ କରାଯାଇଥିଲେ ବି ସେଠାରୁ ୪୪୪୦ ଲିଟର ଦେଶୀ ଚୋରା ମଦ ସହ ୬ ହଜାର ଲିଟର ପୋଚ ଜବତ ଘଟଣାର ତଦନ୍ତ ଅନୁଗୋଳ ପୋଲିସ ପକ୍ଷରୁ ଜାରି ରହିଛି। ପୂରା ଘଟଣା ସମ୍ପର୍କରେ ଲିଖିତ ଭାବେ ଅନୁଗୋଳ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି।
ଲକ୍‌ଡାଉନ୍‌ ବେଳେ ଅନୁଗୋଳ ପୋଲିସ ପକ୍ଷରୁ ଗୋଟିଏ ଦିନରେ ଏପରି ବିପୁଳ ପରିମାଣର ମଦ ଜବତ ସହ ଏତେ ସଂଖ୍ୟକ ଲୋକଙ୍କୁ ଗିରଫ କରାଯିବା ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହି ଘଟଣା ପଛରେ ଯେଉଁମାନଙ୍କ ହାତ ରହିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ମୀନା ସ୍ପଷ୍ଟ କରିଛନ୍ତି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଗିରଫ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି। ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ ତାଙ୍କ ନିକଟକୁ ମୋବାଇଲ ଫୋନ୍‌ ବାରଣ କରାଯିବ। ଡାକ୍ତରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ଓ ତାହା ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆବଶ୍ୟକ ପଡ଼ିଲେ ବିକ୍ରମଙ୍କ ସମ୍ପତ୍ତିର ତଦନ୍ତ କରିବାକୁ ଇଡି ଓ ଅନ୍ୟ ବିଭାଗକୁ ଚିଠି କରାଯିବ। ଏଥିସହ ବିକ୍ରମଙ୍କ ଭାଟି ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ଆବେଦନ କରାଯିବ ବୋଲି ଏସ୍‌ପି କହିଛନ୍ତି। ଅନୁଗୋଳ ପୋଲିସର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଶିନରେ କାମ, ଶ୍ରମିକ ହତାଶ

ବଇଣ୍ଡା, ୨୫।୧(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇଦେବାର ସୁବିଧା କରିଛନ୍ତି କେନ୍ଦ୍ର ସରକାର। ହେଲେ...

୯ ବର୍ଷ ହେବ ମିଳିନି ଦରମା:ଅନଶନରେ ବସିଲେ ଆକାଉଣ୍ଟାଣ୍ଟ

ଅନୁଗୋଳ ଅଫିସ, ୨୬।୧୧ଷଷ୍ଠ ଓ ସପ୍ତମ ବେତନ କମିଶନଙ୍କ ସୁପାରିଶ ମୁତାବକ ବେତନ ନ ପାଇବା ପ୍ରତିବାଦରେ ଅନୁଗୋଳ ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ପରିସରରେ...

ଶେଷ ହେଉନି ଶୋଷ ସଂଘର୍ଷ

ଛେଣ୍ଡିପଦା,୧୦ା୪(ସ୍ବ.ପ୍ର.) ନଦୀକୂଳିଆ ଗାଁ । କୂଅ ଅଛି। ନଳକୂଅ ବସାଯାଇଛି। ପାଇପ୍‌ ପାଣି ପାଇଁ ସରକାରଙ୍କ ତରଫରୁ ପ୍ରକଳ୍ପ ମଧ୍ୟ କରାଯାଇଛି। ତଥାପି ଶୋଷ ମେଣ୍ଟାଇବାକୁ...

କେନ୍ଦୁପତ୍ର ବୋଝେଇ ମିନି ଟ୍ରକ ଜବତ

ବଇଣ୍ଡା,୩୦।୮(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା ଆଶ୍ରୁବାହାଳ ଗ୍ରାମରୁ ଗୁରୁବାର ବିଳମ୍ବିତ ରାତିରେ ଏକ ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକକୁ ବଇଣ୍ଡା ଫାଣ୍ଡି ପୋଲିସ ଜବତ କରିଛି।...

ପାଇକ କଳାକୁ ନାହିଁ ପ୍ରୋତ୍ସାହନ

ବନ୍ତଳା,୧୨ା୧ ଶତ୍ରୁ ଆକ୍ରମଣ ବେଳେ ରାଜାଙ୍କ ଗଡ଼କୁ ସୁରକ୍ଷା ଦେଉଥିଲେ। ପାରମ୍ପରିକ ଅସ୍ତ୍ରଶସ୍ତ୍ରଧରି ଇଂରେଜମାନଙ୍କ ପଥରୋଧ କରିଥିଲେ। ସ୍ବତନ୍ତ୍ର ସମରକଳାରେ ନିପୁଣ କ୍ଷତ୍ରିୟ ପାଇକମାନେ ସେତେବେଳେ...

ବ୍ୟବଚ୍ଛେଦ ଗୃହରେ ପଶିଲା ଡେଲି ମାର୍କେଟ ପାଣି

ଅନୁଗୋଳ ଅଫିସ, ୨୨।୬ – ଗୁରୁବାର ରାତିରେ ବର୍ଷା ଯୋଗୁ ଅନୁଗୋଳ ଡେଲିମାର୍କେଟ ପରିସରରେ ପାଣି ଜମି ରହିଥିଲା। ଶୁକ୍ରବାର ଏହାକୁ ଜିଲା ମୁଖ୍ୟ ଚିକିତ୍ସାଳୟ...

ବେଡ୍‌ ଛାଡ଼ି ଦୌଡ଼ି ପଳାଇଲେ ରୋଗୀ

ଅନୁଗୋଳ ଅଫିସ, ୧୧।୬- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀ ଗୁରୁବାର ହଠାତ୍‌ ବେଡ୍‌ ଛାଡ଼ି ବଜାରକୁ ଦୌଡ଼ି ପଳାଇବା ଚର୍ଚ୍ଚାର ବିଷୟ...

ବଇଣ୍ଡାକୁ କରାଗଲା ସମ୍ପୂର୍ଣ୍ଣ ସାନିଟାଇଜ

ବଇଣ୍ଡା,୧୨।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ବିଶେଷ କରି କିଶୋରନଗର ବ୍ଲକ ବଇଣ୍ଡା...

Advertisement
Archives

Model This Week