ଭାଜପା ଛାଡି ବିଜେଡିରେ ଯୋଗଦେଲେ ୨୦ ସମିତିସଭ୍ୟାସଭ୍ୟ: ଜୁନାଗଡ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଆସନ ଟଳମଳ

ଜୁନାଗଡ,୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୦ଜଣ ସମିତିସଭ୍ୟାସଭ୍ୟ ଭାଜପା ଛାଡି ବିଜେଡିରେ ଯୋଗଦେଇଛନ୍ତି। ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗଦେଇଥିଲେ। ଏପଟେ ୨୦ ଜଣ ସମିତିସଭ୍ୟାସଭ୍ୟ ବିଜେଡିରେ ଯୋଗଦେବା ପରେ ଜୁନାଗଡ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ଆସନ ଏବେ ଟଳମଳ ପରିସ୍ଥିତି ସୃଷ୍ଟି ହୋଇଛି। ଜୁନାଗଡ ବ୍ଲକରେ ମୋଟ ୩୪ଟି ପଞ୍ଚାୟତ ରହିଛି। ସେଥିମଧ୍ୟରୁ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ପାଇଁ ୧୮ଟି ସମିତିସଭ୍ୟା/ସଭ୍ୟ ଦରକାର। ଗତ ୨୦୧୭ରୁ ଏଠାରେ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ରହିଛନ୍ତି। ବର୍ତ୍ତମାନ ୨୦ଜଣ ସମିତିସଭ୍ୟାସଭ୍ୟ ବିଜେଡିରେ ଯୋଗଦେବା ପରେ ଖୁବଶୀଘ୍ର ଅନାସ୍ଥା ପ୍ରସ୍ତାବ ଆଶଙ୍କା ଦେଖାଯିବା ସହ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହାକୁ ନେଇ ଜୁନାଗଡ ବ୍ଲକ ରାଜନିତୀରେ ଏବେ ଭୁକୁଞ୍ଚନ ସୃଷ୍ଟି ହୋଇଛି। ଜିଲା କାର୍ଯ୍ୟକାରୀ ସଭାପତି ପ୍ରବୋଦ ରଥ, ଭବାନୀପାଟଣା ପୂର୍ବତନ ନଗରପାଳ ଆଦିତ୍ୟ ପ୍ରସାଦ ନନ୍ଦ, ଜୁନାଗଡ ସରପଞ୍ଚ ସଂଘ ସଭାପତି ଅଜୟ କୁମାର ବେହେରା, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ମହେଶ କୁମାର ସାହୁ, ଜୁନାଗଡ ବ୍ଲକ ସଭାପତି ପ୍ରମୋଦ ବେହେରା, ଯୁବ ନେତା ଦିନେଶ ବଗର୍ତ୍ତୀ, ଆଇନଜୀବୀ ବିଶ୍ୱନାଥ କର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲ୍‌ ପରିବହନରେ ବାଧା ହଟାଅ

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ନେଇ ଗୁରୁବାର ଜିଲାପାଳ ମନୋଜ କୁମାର...

ପରପାରିରେ କବି ପ୍ରମୋଦ କୁମାର ମହାନ୍ତି

ଭୁବନେଶ୍ୱର,୨।୨(ବ୍ୟୁରୋ): କବି ପ୍ରମୋଦ କୁମାର ମହାନ୍ତିଙ୍କ ବୁଧବାର ପରଲୋକ ହୋଇଛି। ୧୯୬୭ଠାରୁ ସେ ତାଙ୍କର କାବ୍ୟଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ୧୯୮୨ରେ ‘ଦେବୀପାଦ’ ହିଁ...

ଭୁବନେଶ୍ୱରେ ପହଞ୍ଚିଲା ଶହୀଦ ଅଜିତ୍‌ଙ୍କ ମରଶରୀର: ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ, ଜନ୍ମମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବାୟୁସେନାର ସ୍ବତନ୍ତ୍ର ବିମାନ...

ବହିଷ୍କୃତ ବରୀ ବିଜେଡି ସଭାପତିଙ୍କ ଖବରଦାତା ସମ୍ମିଳନୀ : ରାଜନୈତିକ ପାଣିପାଗ ପରିବର୍ତ୍ତନ ଚର୍ଚ୍ଚା

ବରୀ,୨ା୯(ସ୍ବ.ପ୍ର.):  ବରୀ ବ୍ଲକ ବିଜେଡି ସଭାପତି ପଦରୁ ବହିଷ୍କୃତ ହୋଇଥିବା ଏସ୍‌.କେ ସଫିଉଦ୍ଦିନଙ୍କ ତତ୍ୱାବଧାନରେ ରବିବାର ବରୀ ଗ୍ରମାରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି।...

ଓଡ଼ିଶା ରେଡ୍‌-ଭାଓଲେଟ ଯୁଗ୍ମ ବିଜେତା

ଭୁବନେଶ୍ୱର, ୧୨।୮(କ୍ରୀଡ଼ା ପ୍ରତିନିଧି):ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଅନୁଷ୍ଠିତ ମହିଳା ଟି୨୦ କ୍ରିକେଟ ପ୍ରତିଯୋଗିତା ଗୁରୁବାର ଶେଷ ହୋଇଛି। ଏଥିରେ ଓଡ଼ିଶା ରେଡ୍‌...

କୋଟିଆବାସୀଙ୍କ ସହ ଓଡ଼ିଶା ଦିବସ ପାଳିବେ ଧର୍ମେନ୍ଦ୍ର

ଭୁବନେଶ୍ବର,୩୦ା୩(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ଭୁବନେଶ୍ୱର, କଟକ ଏବଂ କୋରାପୁଟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ...

ଛତ୍ରପୁର ବ୍ଲକରେ ୪ କରୋନା ପଜିଟିଭ୍‌ ଚିହ୍ନଟ: ଘଡଘଡାପଲ୍ଲୀ, ନରେନ୍ଦ୍ରପୁରର ସାହି କଣ୍ଟେନମେଣ୍ଟ, ୮ ଗାଁ ବଫର ଜୋନ୍‌ ଘୋଷଣା କଲେ ଜିଲାପାଳ

ଛତ୍ରପୁର,୧୪।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ରବିବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଛତ୍ରପୁର ବ୍ଲକ ଅଧୀନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଘଡଘଡାପଲ୍ଲୀ ଗାଁରେ ୩...

୧୬,୮୦୦ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬,୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ମୂଳ ବଜେଟ ୨ଲକ୍ଷ କୋଟି...

Advertisement
Archives

Model This Week