ଭାଜପାର ବିଜୟ ସଂକଳ୍ପ ସମାବେଶ: କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

କଟକ ସଦର, ୨୦।୪ (ଡି.ଏନ୍‌.ଏ.): କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିପାରୁ ନ ଥିବା ରାଜ୍ୟ ସରକାର ଓଡ଼ିଶାର ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଅପାରଗ ରାଜ୍ୟ ସରକାରକୁ ହଟାଇ ଭାଜପାକୁ କ୍ଷମତାସୀନ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। କଟକ ସଦର ନିର୍ବାଚନ ମଣ୍ଡଳୀ ଅଧୀନ କିଶୋର ନଗରଠାରେ ଶୁକ୍ରବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ ରାଜନାଥ ଯୋଗଦେଇ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ କହିଥିଲେ। ୨୦୧୪ ସୁଦ୍ଧା ୧୦ଟି ବିତ୍ତଶାଳୀ ଦେଶ ମଧ୍ୟରେ ଭାରତ ନବମ ସ୍ଥାନରେ ରହିଥିବାବେଳେ ୨୦୧୯ରେ ଏହା ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ସେହିପରି କଂଗ୍ରେସ ସରକାର ଅମଳରେ ୧୨ କୋଟି ପରିବାରକୁ ଗ୍ୟାସ୍‌ ସଂଯୋଗ ମିଳିଥିବାବେଳେ ମୋଦି ସରକାର ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗତ ସାଢେ ୪ ବର୍ଷ ମଧ୍ୟରେ ୧୩ କୋଟି ପରିବାରକୁ ନୂଆ ଗ୍ୟାସ୍‌ ସଂଯୋଗ ଦେଇଥିବା ନେଇ ରାଜନାଥ କହିଥିଲେ। ତେଶୁ କେନ୍ଦ୍ର ଓ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାରକୁ କ୍ଷମତାସୀନ କରିବା ପାଇଁ ରାଜନାଥ କହିଥିଲେ। ଏଥିସହ ଦଳୀୟ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଜିତାଇବା ପାଇଁ ସେ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି ସମାବେଶରେ ଦଳର କଟକ ଲୋକ ସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, କଟକ ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକଙ୍କ ସମେତ ହୃଷୀକେଶ ଜେନା, ବିନୋଦ ଦାଶ, ସାଧୁ ଜେନା, ବ୍ଲକ ଅଧ୍ୟକ୍ଷା ଶ୍ରୀମନ୍ତିନୀ ବେହେରା, ପ୍ରତିଭା ଶତପଥୀ ଓ କ୍ଷୀରୋଦ ଚନ୍ଦ୍ର ଦଳେଇ ଉପସ୍ଥିତ ଥିଲେ। ଭାଜପା ରାଜ୍ୟ ସମ୍ପାଦକ ସତ୍ୟ ଜେନା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ କାମ କରୁଥିବା ବେଳେ ବଜ୍ରପାତ: ଜଣେ ମୃତ, ଜଣେ ଗୁରୁତର

କୋକସରା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ଗ୍ରାମରେ ଗୁରୁବାର ଅପରାହ୍ନରେ ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ଼ବର୍ଷା ସହ ବଜ୍ରପାତ...

ଆର୍‌ପିଆର୍‌ସିରେ ଅର୍କିଡାରିୟମ୍‌ ଲୋକାର୍ପିତ: ୯୩ ବନ୍ୟ ଅର୍କିଡ୍‌, ୨୧୭ ହାଇବ୍ରିଡ୍‌ ଅର୍କିଡ୍‌ ପ୍ରଦର୍ଶିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍‌ପିଆର୍‌ସି)ର ବଟାନିକାଲ୍‌ ଗାର୍ଡେନରେ ଶୁକ୍ରବାର ଅର୍କିଡାରିୟମ୍‌ ଲୋକାର୍ପିତ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ...

ବୁରୁଧ୍‌ ଦମ୍ପତିର ହାତେ ନାତିର ଭବିଷତ୍‌

  ପର୍ଲା, ୨୮।୧ (ଡି.ଏନ୍‌.ଏ.)- ଦୁଇ ବଛର ଭିତରେ ମା’ବାପ୍‌କୁ ହେରେଇଛନ୍‌। ସାହାଭରସା କହେଲେ ବୁରୁଧ୍‌ ଅଜାଆଈ। ହେଲେ ଅଜାଆଈର ବଏସ୍‌ ବି ଅଧ୍‌କା ହେଲାନ।...

ପୁଣି ରାଜ୍ୟରେ ୮ ମୁଣ୍ଡ ନେଲା କରୋନା: ଜାଣନ୍ତୁ କେଉଁ ଜିଲାରୁ ଅଛନ୍ତି ଅଧିକ ସଂଖ୍ୟକ ମୃତକ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୫ ରେ ପହଞ୍ଚିଥିବା...

ସୂର୍ଯ୍ୟମନ୍ଦିର ସଂରକ୍ଷଣ, ରକ୍ଷଣାବେକ୍ଷଣକୁ ଗୁରୁତ୍ୱ

କୋଣାର୍କ, ୨୯।୨(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନେଇ ଶୁକ୍ରବାର ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ...

ଜଗତପୁରରେ ବଢ଼ୁଛି ଏଡିଶ୍‌ ମଶା ବଂଶ: ଡେଙ୍ଗୁ ଆଶଙ୍କା

କଟକ ଅଫିସ,୨୨ା୪: କରୋନା ସଂକ୍ରମଣର ଭୟ ନ କମୁଣୁ କଟକ ଜିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ଡେଙ୍ଗୁ ରୋଗ। ବୁଧବାର ଜଗତପୁର ଓ ଏହାର...

ଓଡ଼ିଆଙ୍କ ଦାନ୍ତ ନାହିଁ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ବିିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରୁଥିବା କୁହାଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିନ୍ତୁ ପଛୁଆ ରହିଯାଇଥିବା ଦେଖାଯାଇଛି। ଏଠାରେ ଦାନ୍ତ ଚିକିତ୍ସା ସ୍ଥିତିକୁ ଦେଖିଲେ...

ମେଟଲ୍‌ ମିଟ୍‌ ଗ୍ରାଣ୍ଡ ଫିନାଲେ ଜୁନିୟର ଗ୍ରୁପ୍‌ ରାଉଣ୍ଡ-୧: ଆଗରେ ମଦର୍ସ ପବ୍ଲିକ ସ୍କୁଲ

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌-୨୦୧୯ ଜୁନିୟର ଗ୍ରୁପ୍‌ ଗ୍ରାଣ୍ଡ ଫିନାଲେର ରାଉଣ୍ଡ-୧ ଏହା ମଧ୍ୟରେ ଶେଷ ହୋଇଛି। ଏହି ‘ଇନ୍‌ଫିନାଇଟ୍‌’ ରାଉଣ୍ଡରେ ୧୬ଟି ପ୍ରଶ୍ନ ରହିଥିବା ବେଳେ...

Advertisement
Archives

Model This Week