ଭାଜପାର ଉତ୍ଥାନ

ଆକାର ପଟେଲ

ଶୁକ୍ରବାର ଏନ୍‌ଡିଏ ୧୦୦ଟି ରାଜ୍ୟସଭା ଆସନ ଅତିକ୍ରମ କରି ଭାଜପାକୁ ଏହାର ୪୦ତମ ବର୍ଷରେ ଭାରତର ପ୍ରମୁଖ ରାଜନୈତିକ ଶକ୍ତି ଭାବରେ ଆହୁରି ଦୃଢ଼ କରିପାରିଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ଜନ୍ମ ଏପ୍ରିଲ, ୧୯୮୦ରେ ହୋଇଥିଲା। ଏକଚ୍ଛତ୍ରବାଦୀ ଇନ୍ଦିରା ଗାନ୍ଧୀଙ୍କ ମୁକାବିଲା ପାଇଁ ଏହାର ତିନିବର୍ଷ ପୂର୍ବରୁ ମିଳିତ ବିରୋଧୀ ଦଳ ଭାବେ ଗଠିତ ଜନତା ପାର୍ଟିରୁ ବହିଷ୍କୃତ ହେବା ପରେ ସେହି ସଦସ୍ୟମାନଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟି ଗଠିତ ହୋଇଥିଲା। ଜନତା ପାର୍ଟିର ଅନ୍ୟତମ ସହଯୋଗୀ ଥିଲା ୧୯୫୧ରେ ଗଠିତ ଭାରତୀୟ ଜନସଂଘ। ଏହାର ନିଜସ୍ବ ରେକର୍ଡ ଅନୁଯାୟୀ ତିନିଟି ଘଟଣାର ଫଳସ୍ବରୂପ ଜନସଂଘ ସୃଷ୍ଟି ହୋଇଥିଲା। ପ୍ରଥମେ ଡିସେମ୍ବର ୧୯୫୦ରେ ବଲ୍ଲଭଭାଇ ପଟେଲଙ୍କ ମୃତ୍ୟୁ, ଦ୍ୱିତୀୟରେ ସେହି ବର୍ଷ ନେହେରୁ ସରକାରରୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଇସ୍ତଫା ଏବଂ ୧୯୫୦ ମସିହାରେ ନିର୍ବାଚନ ଓ ତତ୍‌ସହ ପି.ଡି. ଟଣ୍ଡନଙ୍କୁ କଂଗ୍ରେସ ସଭାପତି ପଦରୁ ଜୋରକରି ବାହାର କରିଦେବା। ନେହେରୁଙ୍କ ଧର୍ମନିରପେକ୍ଷତାକୁ ବିରୋଧ କରୁଥିବା ଟଣ୍ଡନଙ୍କୁ ହିନ୍ଦୁ ରକ୍ଷଣଶୀଳ ଭାବରେ ଦେଖାଯାଉଥିଲା ଏବଂ ପଟେଲଙ୍କ ମୃତ୍ୟୁ ପରେ ନେହେରୁ ଟଣ୍ଡନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ।
ଆଉ ଏକ ଘଟଣା, ଯାହାକୁ ଜନସଂଘର ଗଠନ ପାଇଁ ଅନ୍ୟତମ କାରଣ ଭାବେ ବିବେଚନା କରାଯାଏ, ତାହା ହେଉଛି ୧୯୪୮ରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଉପରେ ନିଷେଧାଜ୍ଞା ଜାରି ଏବଂ ଏହାର ନେତା ଏମ୍‌.ଏସ୍‌. ଗୋଲ୍‌ୱାଲ୍‌କରଙ୍କୁ ଗିରଫ କରାଯିବା। ଆର୍‌ଏସ୍‌ଏସ୍‌ ଏକ ରାଜନୈତିକ ସଂଗଠନ ଭାବରେ ପଞ୍ଜୀକୃତ ହୋଇ ନ ଥିଲା ଏବଂ ଏହା ଉପରେ ଜାରି ନିଷେଧାଜ୍ଞାକୁ ୧୯୪୯ରେ ହଟାଇ ଦିଆଯାଇଥିଲା। ସର୍ତ୍ତ ଥିଲା ଆର୍‌ଏସ୍‌ଏସ୍‌ ନିଜର ଏକ ସମ୍ବିଧାନ ତିଆରି କରିବ ଏବଂ ଏହି ସର୍ତ୍ତକୁ ସଂଘ ଗ୍ରହଣ କରିଥିଲା। ଏହି ସମୟରେ ଆର୍‌ଏସ୍‌ଏସ୍‌ କାହିଁକି ରାଜନୀତିରେ ଭାଗ ନେବା ଉଚିତ ସେ ନେଇ ଆର୍‌ଏସ୍‌ଏସ୍‌ ଭିତରେ ଅନେକ ଯୁକ୍ତି ଚାଲିଲା ଏବଂ ଏହାର ମୁଖପତ୍ର ‘ଦି ଅର୍ଗାନାଇଜର୍‌’ରେ ଅନେକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଶେଷରେ ଗୋଲ୍‌ୱାଲ୍‌କର ଏକ ସମାଧାନ ଦେଲେ ଯେ, ଆର୍‌ଏସ୍‌ଏସ୍‌କୁ ନିଜେ ଏକ ରାଜନୈତିକ ଦଳ ଭାବେ ନ ଗଢ଼ି ବରଂ ଏହାର ସଦସ୍ୟମାନଙ୍କୁ ଏକ ରାଜନୈତିକ ଦଳ ଗଠନ କରିବାକୁ ଅନୁମତି ଦିଆଯାଉ।
ସେମାନେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସହ ଯୋଗଦେଲେ, ଯିଏକି ପୂର୍ବରୁ ହିନ୍ଦୁ ମହାସଭାର ମୁଖ୍ୟ ଥିଲେ ଏବଂ ଭାରତୀୟ ଜନସଂଘ ମୁଖାର୍ଜୀଙ୍କ ନେତୃତ୍ୱରେ ଗଢ଼ାହେଲା। ଗୋଲ୍‌ୱାଲ୍‌କର ଆର୍‌ଏସ୍‌ଏସ୍‌ର ଉତ୍ତରପ୍ରଦେଶ ପ୍ରଚାରକ ଦୀନ ଦୟାଲ ଉପାଧ୍ୟାୟଙ୍କ ସମେତ ତାଙ୍କର କିଛି ଲୋକଙ୍କୁ ଜନସଂଘରେ ଯୋଗଦେବାକୁ କହିଲେ। ତା’ପରେ ଦି ଅର୍ଗାନାଇଜର ପାଇଁ ଚଳଚ୍ଚିତ୍ର ସମୀକ୍ଷା ଲେଖୁଥିବା ଅଟଳବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କୁ ମଧ୍ୟ ଯୋଗଦେବାକୁ କୁହାଯାଇଥିଲା। ସେତେବେଳକୁ ଆର୍‌ଏସ୍‌ଏସ୍‌ ୨୫ ବର୍ଷର ପୁରୁଣା ହେବା ସହ ନାଗପୁର ବାହାରେ ବି ବିସ୍ତାର ଲାଭ କରିଥିଲା। ଏହା ଜନସଂଘର ମୂଳଦୁଆକୁ ସୁଦୃଢ଼ କରିବା ସହ ବିଭିନ୍ନ ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିବାରେ ସହାୟକ ହୋଇଥିଲା। ୧୯୫୩ରେ ମୁଖାର୍ଜୀଙ୍କ ମୃତ୍ୟୁ ପରେ ଦଳକୁ ଆର୍‌ଏସ୍‌ଏସ୍‌ ନିଜ ନିୟନ୍ତ୍ରଣକୁ ଆଣିଥିଲା।
ଭାରତର ପ୍ରଥମ ନିର୍ବାଚନଗୁଡ଼ିକରେ ଜନସଂଘ ମାତ୍ର ଅଳ୍ପ କିଛି ଆସନ ଜିତିଥିଲା ଏବଂ ୧୯୭୦ ଦଶକ ପର୍ଯ୍ୟନ୍ତ ଏମିତି ଚାଲିଥିଲା, ଯେତେବେଳେ ବାଜପେୟୀଙ୍କ ଅଧୀନରେ ଏହା ଅନ୍ୟ ବିରୋଧୀ ଦଳ ସହିତ ଜନତା ପାର୍ଟିରେ ମିଶିଥିଲା। ଯେତେବେଳେ ଜନତା ପାର୍ଟିରୁ ସଂଘର ସଦସ୍ୟମାନଙ୍କୁ ବହିଷ୍କାର କରାଗଲା ଏବଂ ୧୯୮୦ରେ ଏକ ନୂତନ ଦଳ ଗଠନ କରିବାକୁ ପଡ଼ିଲା, ସେତେବେଳେ ବାଜପେୟୀ ଏହାର ନାମ ଭାରତୀୟ ଜନସଂଘ ରଖିବାକୁ ରାଜି ହେଲେ ନାହିଁ। ସେ ନୂତନ ଦଳର ନାମ ଦେଲେ ଭାରତୀୟ ଜନତା ପାର୍ଟି (ଭାଜପା)। ଦଳର ନାମ ପରିବର୍ତ୍ତନ ସହିତ ଆଉ ଗୋଟିଏ ନିୟମ କରାଗଲା ଯେ ଅଣ-ଆର୍‌ଏସ୍‌ଏସ୍‌ ବ୍ୟକ୍ତିଙ୍କୁ ବି ଦଳର ସଦସ୍ୟ ଭାବେ ଗ୍ରହଣ କରାଯିବ। ଦ୍ୱିତୀୟରେ, ଜନସଂଘଠାରୁ ଭାଜପାର ସମ୍ବିଧାନ ଭିନ୍ନ ହେବ ଏବଂ ଏହା ଭାରତର ଧର୍ମନିରପେକ୍ଷତା ଓ ସମାଜବାଦ ପ୍ରତି ପ୍ରତିବଦ୍ଧ ରହିବ।
ଏହି ଦଳ ମଧ୍ୟ ୧୯୮୪ ନିର୍ବାଚନରେ ଭଲ ପ୍ରଦର୍ଶନ କରି ନ ଥିଲା ଏବଂ କେବଳ ୨ଟି ଆସନ ଜିତିଥିଲା, ଯେଉଁଥିରେ ରାଜୀବ ଗାନ୍ଧୀଙ୍କ ଅଧୀନରେ କଂଗ୍ରେସ ବିପୁଳ ବିଜୟ ଲାଭ କରିଥିଲା। ଯାହା ଦଳର ଭାଗ୍ୟ ବଦଳାଇ ଦେଇଥିଲା, ତାହା ହେଉଛି ବାବ୍ରି ମସ୍‌ଜିଦରେ ଯେଉଁଠାରେ ଡିସେମ୍ବର ୧୯୪୯ରେ ରାମ ଓ ସୀତାଙ୍କର ଦୁଇଟି ମୂର୍ତ୍ତି ରଖାଯାଇଥିଲା, ସେଠାରେ ପ୍ରାର୍ଥନା କରିବାକୁ ଅନୁମତି ଦେବା ନିମନ୍ତେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆରମ୍ଭ ହୋଇଥିବା ଆନ୍ଦୋଳନ। ଧର୍ମନିରପେକ୍ଷତାର ପ୍ରତିବଦ୍ଧତାକୁ ଅଣଦେଖା କରାଯାଇ ନୂତନ ସଭାପତି ଆଡ୍‌ଭାନୀଙ୍କ ଅଧୀନରେ ଦଳ ବିଶ୍ୱହିନ୍ଦୁ ପରିଷଦର ଦାବିକୁ ଗ୍ରହଣ କରିଥିଲା, ଯଦିଓ ଅଯୋଧ୍ୟା ଜନସଂଘର ବା ସେପର୍ଯ୍ୟନ୍ତ ଭାଜପାର କାର୍ଯ୍ୟସୂଚୀ ଭିତରେ ନ ଥିଲା।
ଅଯୋଧ୍ୟା ବାବଦରେ ନିଷ୍ପତ୍ତି ନେଇ ଆଡ୍‌ଭାନୀ ଆର୍‌ଏସ୍‌ଏସ୍‌ର ଲକ୍ଷ୍ୟ ପୂରଣରେ ତଥା ଭାଜପାକୁ ସଫଳତା ଦେବାରେ ସାହାଯ୍ୟ କରିଥିଲେ ଏବଂ ୧୯୮୯ରେ ଭାଜପା ୮୫ଟି ଆସନ ଜିତିଥିଲା। ସେମାନେ ଜନତା ଦଳ ନାମକ ଅନ୍ୟ ଏକ ମିଳିତ ମଞ୍ଚରେ ସାମିଲ ହୋଇଥିଲେ କିନ୍ତୁ ଏଥର ଏହାକୁ ବାହାରୁ ସମର୍ଥନ କରିଥିଲେ। ଯେତେବେଳେ ସରକାର ଭୁଶୁଡ଼ି ପଡ଼ିଲା, ଆଡଭାନୀ ପୁଣି ବାବ୍ରି ପ୍ରସଙ୍ଗକୁ ଫେରିଥିଲେ ଏବଂ ଶେଷରେ ଡିସେମ୍ବର ୧୯୯୨ରେ ବିକ୍ଷୁବ୍ଧ ଜନତା ଏହାକୁ ଭାଙ୍ଗି ଦେଇଥିଲେ। ଏହାପରେ ହୋଇଥିବା ଦଙ୍ଗାରେ ୨୦୦୦ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା। ବାବ୍ରି ଭଙ୍ଗା ଓ ହିଂସା ପରେ ଦଳ ଏହାର ଲୋକପ୍ରିୟତାକୁ ଆହୁରି ବଢ଼ାଇ ଦେଇଥିଲା ଏବଂ ବାଜପେୟୀଙ୍କ ଅଧୀନରେ ୧୯୯୮ ନିର୍ବାଚନରେ ଏହା ଦୁଇଗୁଣ ବୃଦ୍ଧି ପାଇ ୧୮୨ଟି ଆସନ ପାଇଥିଲା। ୧୯୯୯ରେ ହୋଇଥିବା ପରବର୍ତ୍ତୀ ନିର୍ବାଚନରେ ଏହା ୧୮୦ରେ ଅଟକି ରହିଲା ଏବଂ ୨୦୦୪ରେ ୧୩୮କୁ ଖସିଗଲା।
କ୍ଷମତାରେ ଥିବାବେଳେ ଭାଜପା ଏହାର ଅଯୋଧ୍ୟା ଏବଂ ମୁସଲମାନ ବିରୋଧୀ ଆଭିମୁଖ୍ୟଠାରୁ ସବୁବେଳେ ଦୂରରେ ରହିଆସିଛି। ୨୦୦୨ରେ ଗୁଜରାଟରେ ହୋଇଥିବା ଦଙ୍ଗା ପରେ ବାଜପେୟୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ଦଳରେ ପ୍ରମୁଖତା ମିଳିଲା। ଭାଜପା ଧର୍ମନିରପେକ୍ଷତା ପ୍ରତିବଦ୍ଧତାରୁ ଦୂରେଇ ଯିବା ପରେ ଅଧିକ ସଫଳତା ପାଇଲା ଏବଂ ୨୦୧୯ରେ ମୋଦିଙ୍କ ନେତୃତ୍ୱରେ ଏହା ୩୦୦ରୁ ଅଧିକ ଆସନ ଜିତିଲା। ଦଳର କାହାଣୀ ଅତ୍ୟନ୍ତ ଜଟିଳ, କିନ୍ତୁ କେତେକ ଦିଗରୁ ଖୁବ୍‌ ସରଳ। ଯେଉଁ କାହାଣୀ ମୁଖାର୍ଜୀଙ୍କ ଦ୍ୱାରା ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିଲା, ତାହା ପୁଣି ସେହି ରାଜ୍ୟକୁ ଖୁବ୍‌ଶୀଘ୍ର ଫେରିବାକୁ ଯାଉଛି।

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri