Posted inଜାତୀୟ

ଭାଜପାରୁ ୬ ବର୍ଷ ପାଇଁ ବାସନ୍ଦ ହେଲେ ବିଧାୟକ

ନୂଆଦିଲ୍ଲୀ, ୧୭।୭: ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂହ ଚାମ୍ପିଅନ ଦୁଇ ହାତରେ ବନ୍ଧୁକ ଧରି ନାଚୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଭିଡିଓରେ ସେ କଳା ଗଞ୍ଜି ଓ ଧଳା ଟ୍ରାଉଜର ପିନ୍ଧିଥିବାବେଳେ ଡାହଣ ହାତରେ ମଦ ପିଇବା ସହିତ ବାମ ହାତରେ ୨ ଟି ବନ୍ଧୁକ ଧରି ହିନ୍ଦୀ ଫିଲ୍ମ ଗୀତ ‘ମୁଝକୋ ରାଣାଜୀ ମାଫ କରନା’ର ତାଳେ ତାଳେ ନିଜ ଘର ଭିତରେ ଆୟୋଜିତ ହାଉସ ପାର୍ଟିରେ ନାଚୁଥିବା ଦେଖିବାକୁ ମିଳଥିଲା ସେହିଭଳି ସେଠାରେ ଉପସ୍ଥିତ ଥିବା ତାଙ୍କର ଜଣେ ସାଥୀଙ୍କୁ ସେ ମଦ ଗ୍ଲାସ ଦେଇ ତାଙ୍କଠାରୁ ଆଉ ଏକ ପିସ୍ତଲ ଡାହାଣ ହାତରେ ଧରୁଛନ୍ତି । ଏପରିକି ଗୋଟିଏ ପିସ୍ତଲକୁ ନିଜ ପାଟିରେ କାମୁଡି କିଛି ସମୟ ଧରିଥିଲେ। ତାଙ୍କ ନିକଟରେ ଆଉ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ତାକୁ ନେଇ ଭାଜପାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଣବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସୂଚନାଯୋଗ୍ୟ, ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗତମାସରେ ସିଂହଙ୍କୁ ୩ ମାସ ପାଇଁ ଦଳରୁ ନିଲମ୍ବିତ କରାଯାଇଥିଲା। ଏଥିସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ସିଂହ ଖାନପୁରର ବାସିନ୍ଦା ହୋଇଥିଲା ବେଳେ ହରିଦ୍ୱାର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଲକ୍ସର ବିଧାନସଭା ଆସନରୁ ପ୍ରତନିଧିତ୍ୱ କରୁଛନ୍ତି। ପୂର୍ବରୁ ସେ କଂଗ୍ରେସରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହଙ୍ଗା ମାଡ: ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧୮।୮: ପୁଣି ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ଜୁଲାଇ ମାସରେ...

ଭାରତ କଥାକୁ ଏବେ ଗୁରୁତ୍ୱ ଦେଇ ଶୁଣୁଛି ବିଶ୍ୱ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୯: ବୈଦେଶିକ ମନ୍ତ୍ରୀ ଭାବେ ଏସ୍‌ ଜୟଶଙ୍କର ଶହେ ଦିନ ପୁରଣ କରିଛନ୍ତି। ଏହି ଅବସରରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବେ ଭାରତ...

ରାମ ମନ୍ଦିର ପରିସରରୁ ମାଙ୍କଡ ଘଉଡାଇବା ପାଇଁ ୧ ହଜାର କର୍ମଚାରୀ ନିୟୋଜିତ

ଅଯୋଧ୍ୟା,୫।୮: ରାମ ଜନ୍ମଭୂମି ପରିସରରେ ମାଙ୍କଡମାନଙ୍କୁ ଘଉଡାଇବା ପାଇଁ ପାଖାପାଖି ୧ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ...

ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୋମବାର ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟ ବିଧାନସଭାର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଏକ ଉତ୍ସବରେ...

ପରୀକ୍ଷା ଫି’ ଫେରାଇବାକୁ ବିଚାରକର

ନୂଆଦିଲ୍ଲୀ, ୧୫ା୭: କୋଭିଡ୍‌ ମହାମାରୀ ଯୋଗୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଚଳିତ ବର୍ଷ ବାତିଲ...

ଦୈନିକ ସଂକ୍ରମଣ ତଳମୁହାଁ…

ନୂଆଦିଲ୍ଲୀ, ୩।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୯୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ...

ସ୍ବଦେଶୀ ଭେଣ୍ଟିଲେଟର ନିର୍ମାଣ ସ୍ବପ୍ନ ସତ ହେଲା

ନୂଆଦିଲ୍ଲୀ,୧୬।୬: କରୋନା ମହାମାରୀ ସହ ଲଢିବାକୁ ପ୍ରାୟ ସବୁ ଦେଶ ଆପ୍ରାଣ ଉଦ୍ୟମ କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରେ ପଛରେ ପଡିନାହିଁ। ମେକ୍‌...

ୟୁକ୍ରେନ୍‌ ସଙ୍କଟ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୬।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ୟୁକ୍ରେନ ସୀମାରୁ ରୁଷିଆ ସୈନ୍ୟମାନଙ୍କୁ ପୁନର୍ବାର ଡକାଯିବା ସତ୍ତ୍ୱେ ଉତ୍ତେଜନା ଜାରି ରହିଛି।...

Advertisement
Archives

Model This Week