ଭାଜପାକୁ ସମର୍ଥନ କଲେ ଜୋତାରେ ବାଡେଇବେ ଜନତା: ଦିପେନ୍ଦ୍ର ସିଂ ହୁଡ୍ଡା

ଚଣ୍ଡିଗଡ଼,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠନା ମିଳି ନ ଥିବା ବେଳେ ଏବେ ସରକାର ଗଢିବାକୁ ଉଭୟ ଭାଜପା ଓ କଂଗ୍ରେସ ଜେଜେପି ଓ ସ୍ବାଧିନ ପ୍ରାର୍ଥୀଙ୍କ ସହଯୋଗ ଲୋଡିଛନ୍ତି। ଏହି ସମୟରେ ପୂର୍ବତନ ଏମ୍‌ପି ଦିପେନ୍ଦ୍ର ସିଂ ହୁଡ୍ଡା ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ମନୋହର ଲାଲ ଖଟ୍ଟର ସରକାରଙ୍କୁ ସମର୍ଥନ ଦେବାକୁ ଯାଉଥିବା ନିର୍ଦଳୀୟ ପ୍ରାର୍ଥୀମାନେ ନିଜ ପାଇଁ ନିଜେ କବର ଖୋଳୁଛନ୍ତି। ଏମାନେ ଏବେ ସାଧାରଣ ଜନତାଙ୍କ ବିଶ୍ୱାସକୁ ବିକ୍ରି କରିବାକୁ ଯାଉଛନ୍ତି। ଏମିତି କରୁଥିବା ବ୍ୟକ୍ତିଙ୍କୁ ସାଧାରଣ ଜନତା କେବେ କ୍ଷମା ଦେବେ ନାହିଁ ଆଉ ଏଭଳି ଲୋକଙ୍କୁ ଜନତା ଜୋତାରେ ମାରିବେ। ଦିପେନ୍ଦ୍ରଙ୍କ ଏହି ବୟାନ ପରେ ବିବାଦ ମୁଣ୍ଡ ଟେକିଛି। ସୂଚନାଯୋଗ୍ୟ, ହରିୟାଣାର ୭ ସ୍ବାଧୀନ ବିଧାୟକ ଭାଜପାକୁ ସମର୍ଥନ ଦେବା କଥା ଶୁଣାଯିବା ପରେ ଦିପେନ୍ଦ୍ର ଏହା କହିଛନ୍ତି। ଆଉ ସ୍ବାଧୀନ ବିଧାୟକଙ୍କ ଏହି ନିଷ୍ପତ୍ତି କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି। କାରଣ ସ୍ବାଧିନ ଓ ଜେଜେପିକୁ ସାଙ୍ଗରେ ନେଇ କଂଗ୍ରେସ ହରିୟାଣାରେ ସରକାର ଗଠନ କରିବାକୁ ଚାହିଁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପସ୍ମାରର ଚିକିତ୍ସା ସମ୍ଭବ, ହୋଇ ପାରିବନି ଛାଡପତ୍ରର କାରଣ: ହାଇକୋର୍ଟ…

ମୁମ୍ବାଇ,୨୭।୯ : ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ କହିଛନ୍ତି ସ୍ତ୍ରୀ-ସ୍ବାମୀଙ୍କ ଛାଡପତ୍ର ପାଇଁ ଅପସ୍ମାର ସମସ୍ୟା ଏକ କାରଣ ହୋଇ ପାରିବ ନାହିଁ। ହିନ୍ଦୁ ବିବାହ...

ପ୍ରେମିକଙ୍କୁ ହତ୍ୟା କରିବାକୁ ଏହି ରାସ୍ତା ଆପଣେଇଥିଲେ ପ୍ରେମିକା

ନୈନିତାଲ,୨୧।୭: ଉତ୍ତରାଖଣ୍ଡର ହଲଦ୍ୱାନିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଜଣକ ପୂର୍ବତନ ପ୍ରେମିକଙ୍କୁ ନାଗସାପ ଛାଡି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା...

ପଡ଼ୋଶୀ ଦେଶରେ ଲୁଚିଛନ୍ତି ହତ୍ୟାକାରୀ

ନୂଆଦିଲ୍ଲୀ,୩।୬: ପଞ୍ଜାବର ପ୍ରସିଦ୍ଧ ଗାୟକ ସିଧୁ ମୁସେଓ୍ବାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ ଦ୍ୱାରା ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ,...

ଖାଲକୁ ଖସିଲା ସ୍କୁଲ ବସ୍‌ ଡ୍ରାଇଭର ସମେତ ୩ ମୃତ

ଶିମଲା,୧।୭: ଶିମଲାର ଝଞ୍ଜିଡିରେ ସୋମବାର ଏକ ସ୍କୁଲ ବସ ଖାଲକୁ ଖସି ପଡିବା ଫଳରେ ଡ୍ରାଇଭର ଓ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।...

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି

ନୂଆଦିଲ୍ଲୀ,୧।୫: ଚଳିତ ବର୍ଷ ଦେଶରେ ଭୀଷଣ ଗରମ ଅନୁଭୂତ ହେଉଛି। ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଏପ୍ରିଲ ମାସର ଗରମ ୧୨୨ ବର୍ଷର ରେକର୍ଡ ଭାଙ୍ଗିଥିବା...

ପୋଲିସ ବାବୁ ସାଜିଥିଲେ ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର

ଲକ୍ଷ୍ନୌ,୮।୭: ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର ସାଜିଥିବା ପୋଲିସ ବାବୁଙ୍କ ଉପରେ ଉତ୍ତରପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ...

କାନ ଫୋଡ଼ାଇ ଆଜ୍‌ମା ସମସ୍ୟାର ଚିକିତ୍ସା, ବିଏଚୟୁ ୬୦ ଜଣଙ୍କ ଉପରେ କରୁଛି ପରୀକ୍ଷା…

ବାରାଣସୀ, ୨୫।୯ : ଆୟୁର୍ବେଦ, ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ବିଏଚୟୁରେ ଅବସ୍ଥିତ କାୟା ମେଡିସିନ ବିଭାଗରେ ଆଜମା ସମସ୍ୟାର ଚିକିତ୍ସା ପାଇଁ ରୂପା କାନଫୁଲର...

କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ଭାରତରେ

ନୂଆଦିଲ୍ଲୀ,୩୧।୧୨: ଗୋଇନ୍ଦା ବିଭାଗକୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ସୁଖ ବିକରିଓ୍ବାଲଙ୍କୁ ଭାରତକୁ ଅଣାଯାଇପାରିଛି। ଗୁରୁବାର ତାଙ୍କୁ ଦୁବାଇରୁ ଭାରତକୁ ଅଣାଯାଇଛି। ପାକିସ୍ତାନ...

Advertisement
Archives

Model This Week