ଭାଙ୍ଗିଲା ଘର, ଉଜୁଡିଲା ଧାନ

ଖଇରା, ୯।୧୧(ଡି.ଏନ.ଏ.): ବୁଲୁବୁଲ ପ୍ରଭାବରେ ଖଇରା ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ବହୁ ସ୍ଥାନରେ ଘର ଉପରେ ଗଛ ପଡିବା ଯୋଗୁ ଛପର ଘର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କିଛି ସ୍ଥାନରେ ରାସ୍ତାରେ ଗଛ ପଡିବା ଯୋଗୁ ଯାତାୟାତ ଠପ୍‌ ହୋଇ ଯାଇଛି। ପ୍ରବଳ ବର୍ଷା ଯୋଗୁ ପାଚିଲା ଧାନ ପାଣିରେ ଭାସୁଛି। ଫଳରେ ଚାଷୀମାନଙ୍କର ବର୍ଷକର ଅମଳ ଏକପ୍ରକାର ନଷ୍ଟ ହୋଇଯାଇଛି। ସେପଟେ ବିଦ୍ୟୁତ ସଂଯୋଗ ଅଭାବରୁ ସମଗ୍ର ଖଇରା ବିଦ୍ୟୁତ୍‌ ସବ୍‌ଡିଭିଜନର ଉପଭୋକ୍ତାମାନେ ୨୪ଘଣ୍ଟା ଧରି ଅନ୍ଧାରରେ ରହିଛନ୍ତି। ତେଲଦିଆ ବଟେଶ୍ୱର ରାସ୍ତାର ନାହୁଲଠାରେ ରାସ୍ତାରେ ଗଛ ପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିଭଳି ଖଇରା ପଞ୍ଚାୟତ ଆଳଦା ଗ୍ରାମରେ ଅଭିମନ୍ୟୁ ସାହୁଙ୍କ ଘର ଉପରେ ଗଛ ଭାଙ୍ଗି ପଡିବାରୁ ବାସଗୃହ ନଷ୍ଟ ହୋଇଛି। ଖଇରା ଅଗ୍ନିଶମ ବିଭାଗ ପହଞ୍ଚି ଗଛକୁ ବାସଗୃହ ଉପରୁ ହଟାଇବାକୁ ସକ୍ଷମ ହୋଇଛନ୍ତି। ସେପଟେ ଖଇରା ବ୍ଲକରେ ଆନୁମାନିକ ୧୯ହଜାର ୪ଶହ ହେକ୍ଟର ଚାଷଜମିରେ ଚଳିତବର୍ଷ ଧାନଚାଷ କରାଯାଇଥିଲା। ଏବେ ଧାନ ପାଚି ଆସୁଥିବା ବେଳେ ମାତ୍ର ଆଉ ୧୦ କି ୧୫ଦିନ ମଧ୍ୟରେ ଚାଷୀମାନେ ଧାନକାଟି ଖଳାକୁ ଆଣିବା ପାଇଁ ପ୍ରସ୍ତୁତ ହେଉଥିଲେ। ପାଚିଲା ଧାନରେ ବର୍ଷା ମାଡ ଯୋଗୁ ଅନ୍ୟୁନ ୮ହଜାର ହେକ୍ଟର ଜମିର ଧାନନଷ୍ଟ ହେବା ନେଇ ଆଶଙ୍କା କରାଯାଉଛି। ତୁରନ୍ତ ସରକାର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ମାଣିତ୍ରୀ ପଞ୍ଚାୟତର ଚାଷୀ ଅକ୍ଷୟ କୁମାର ଦାସ, ଉମାକାନ୍ତ ପଣ୍ଡା, ଅର୍ଜୁନ ପଣ୍ଡା, ଶମ୍ଭୁନାଥ ଦଳେଇ, ସୁଶାନ୍ତ ମହାପାତ୍ର, ସାରଡାଙ୍ଗ ପଞ୍ଚାୟତ ଅଲିପୁର ଗ୍ରାମର ଚାଷୀ ସୁଦର୍ଶନ ପୃଷ୍ଟି, ପ୍ରଭାତ କୁମାର ପଣ୍ଡା ଓ ଅନାଦି ପରିଡା ପ୍ରମୁଖ ଦାବି କରିଛନ୍ତି। ଏହାଛଡା ବ୍ଲକର ସାରଡାଙ୍ଗ, ଝିଙ୍କିରିଆ, ବର୍ତ୍ତନା, ମହତୀପୁର, କୁପାରୀ, ଝିଙ୍କିରିଆ, ଗୋବିନ୍ଦପୁର, ଶ୍ୟାମସୁନ୍ଦରପୁର, ମାାଖନପୁର ଓ ସାରୁଗାଁ ଆଦି ପଞ୍ଚାୟତ ସମେତ ୩୭ ପଞ୍ଚାୟତରେ ଧାନ ପାଣିରେ ପଡି ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଖଇରା କୃଷି ପରାମର୍ଶ କେନ୍ଦ୍ରର ସହକାରୀ କୃଷି ଅଧିକାରୀ ବାସୁଦେବ ଶତପଥିଙ୍କୁ ଯେଗାଯୋଗ କରାଯିବାରୁ ବହୁ ଅଞ୍ଚଳରୁ କ୍ଷତି ସମ୍ପର୍କିତ ଅଭିଯୋଗ ତାଙ୍କ ନିକଟକୁ ଆସିଛି। ଖୁବଶୀଘ୍ର ରାଜସ୍ବ ଓ କୃଷି ବିଭାଗର ମିଳିତ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri