ଭାଗ୍ୟକୁ ଆଦରି ରହିଛନ୍ତିି ୧୫ କିଡ଼ନୀ ରୋଗୀ

ରାୟଗଡ଼ା ଅଫିସ ,୧୪।୩
ରାୟଗଡ଼ା ସହରରେ ରହିଛି ଜିଲା ମୁଖ୍ୟ ଚିକିତ୍ସାଳୟ ା ରାୟଗଡ଼ା ଜିଲାରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଉ ନ ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରର ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ସାରା ରାଜ୍ୟର ଜନ ସାଧାରଣ ଅନୁପାତ ଅନୁସାରେ ୧ ଲକ୍ଷରେ ୧୦ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି ା କିଡ୍‌ନୀ ରୋଗର ଚିକିତ୍ସା ନିମନ୍ତେ ନେଫ୍ରଲୋଜି ବିଭାଗ ରହିଥାଏ ା କିନ୍ତୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ନେଫ୍ରଲୋଜି ବିଭାଗ ସହ ଏହାର ବିଶେଷଜ୍ଞ ନ ଥିବା ଜଣାପଡ଼ିଛି ା ଏଠାରେ ଡାଏଲିସିସ୍‌ର ସୁବିଧା ରହିଛି ା ୨୦୧୮ ସେପ୍ଟେମ୍ବର ୧୧ ତାରିଖରୁ ୩ ଟି ଡାଏଲିସିସ୍‌ ଯନ୍ତ୍ର ସ୍ଥାପନ କରାଯାଇଥିଲା ା ରାଜ୍ୟ ସଭା ସଦସ୍ୟ ଏନ ଭାସ୍କର ରାଓ ଏହାର ଶୁଭାରମ୍ଭ କରିଥିଲେ ା ରୋଗୀ ରାଜ୍ୟ କିମ୍ବା ରାଜ୍ୟ ବାହାରର ଅନ୍ୟ ଚିକିତ୍ସାଳୟରେ ଡାଏଲିସିସ୍‌ କରୁଥିଲେ ା ଏଠାରେ ଏହାର ସୁବିଧା ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ କିଡ୍‌ନୀ ରୋଗୀଙ୍କୁ ଡାଏଲିସିସ୍‌ ସେବା ନିୟମିତ ଭାବେ ୩ ଟି ମେଶିନ ଦ୍ୱାରା ଯୋଗାଇ ଦିଆଯାଉଛି ା ପ୍ରତ୍ୟକ ଦିନ ପ୍ରାୟ ୬ ଟି ନେଗେଟିଭ ଓ ୩ ଟି ପଜିଟିଭ କେସର ଡାଏଲିସିସ୍‌ କରାଯାଉଛି ା କିନ୍ତୁ ମେଶିନ ଅଭାବରୁ ୧୫ କୀଡ଼ନୀ ରୋଗୀ ଡାଏଲିସିସ୍‌ ଅଭାବରୁ ଭାଗ୍ୟ କୁୂ ଆଦରି ରହିଛନ୍ତି ା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଜିଲାରେ ଅଧିକ ରହିଛି ା ଚିକିତ୍ସାଳୟରେ ଏହି ସୁବିଧା ନ ପାଇ ସେମାନେ ଅନ୍ୟ ସ୍ଥାନକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ଜଣାଯାଇଛି ା ଏ ନେଇ ସିଡ଼ିଏମଓ ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ, ଜିଲାରେ କୀଡ଼ନୀ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆହୁରି ୨ ଟି ମେଶିନ ଯୋଗାଇ ଦେବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ଜଣାଯାଇଛି ା ମାର୍ଚ୍ଚ ସୁଦ୍ଧା ୨ ଟି ମେଶିନ ଆସିବାର ସମ୍ଭାବନା ଥିବା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିଙ୍କ ୬୮ ଅଙ୍କ, ୧୪୩୨ ସାଲ ଆରମ୍ଭ

ପୁରୀ,୧୬ା୯(ଅଜିତ୍‌ କୁମାର ମହାନ୍ତି): ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ରବିବାର ଅବସରରେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା...

ସେଫ ସିଟି ଡ୍ରାଇଭ ଅଭିଯାନ ବେଳେ ପାରା ଅଲମ୍ପିଆନ ଖେଳାଳି ଧରାପଡିଲେ

ଭୁବନେଶ୍ୱର,୧୫ା୯(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ସେଫ ସିଟି ଡ୍ରାଇଭ ଅଭିଯାନକୁ ନେଇ ବ୍ଲକିଂ ଚେକିଂ ଚାଲିଥିଲା ବେଳେ ପାରା ଅଲମ୍ପିଆନ ପ୍ରମୋଦ ଭଗତଙ୍କ ଗାଡିକୁ ପୋଲିସ ଜବତ...

ଫାଷ୍ଟ ଫୁଡ୍‌ ଦୋକାନ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଦ୍ମପୁର,୧୫ା୯(ପ୍ରଶାନ୍ତ କୁମାର କର): ରାୟଗଡ଼ା ଜିଲାର ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ...

ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ, ଗୁଣି ଗାରେଡିକୁ ନେଇ…

ମାଲକାନଗିରି,୧୫ା୯(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡର ସୁକ୍‌ମା ଜିଲାରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ଗ୍ରାମବାସୀ ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ୩...

ପ୍ରବଳ ବର୍ଷା ସମ୍ଭାବନା: ଜିଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର,୧୫।୯: ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗକୁ ରାଜ୍ୟର କଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ...

ଡାକ୍ତରୀ ଛାତ୍ରୀ ଲିନ୍ସାଙ୍କୁ ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ, କହିଲେ ସଂଘର୍ଷର ଶିଡ଼ି ଚଢ଼ି…

ଦାରିଙ୍ଗବାଡ଼,୧୫ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଡାକ୍ତରୀ ଛାତ୍ରୀ ଲିନ୍ସା ପ୍ରଧାନଙ୍କୁ ଭୁବନେଶ୍ୱରରେ ଦେଖା କରିଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ଏନେଇ...

ସାଇକେଲ, ଚପଲ ଥୋଇ ଭରାନଦୀକୁ ଡେଇଁ ପଡ଼ିଲେ ଅଧ୍ୟାପକ

ଡେରାବିଶ,୧୫।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଳକ ଲୁଣାନଦୀର ବସୁପୁର ପୋଲ ଉପରୁ ପାଣିକୁ ଡେଇଁ ରବିବାର ଜଣେ ଯୁବକ ନିଖୋଜ...

ପୁଣି ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ: ଶିକ୍ଷାଦୂତଙ୍କୁ ପିଟିପିଟି କଲେ ହତ୍ୟା

ସୁକ୍‌ମାର,୧୫।୯: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ହିଂସା ଲାଗି ରହିଛି। କିଛି ଦିନ ତଳେ ପ୍ରଜାକୋର୍ଟରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଲୋକଙ୍କ ସମ୍ମୁଖରେ ଦୁଇଜଣଙ୍କୁ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri