Posted inଜାତୀୟ

ଭାଇରାଲ ହେଉଛି ରାହୁଲଙ୍କ ଦୋସା ଖାଇବା ଫଟୋ

ପାଟନା,୭।୭: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଓ୍ବୟନାଡ ଲୋକ ସଭା ଆସନର ଏମ୍‌ପି ରାହୁଲ ଗାନ୍ଧୀଙ୍କର ଦୋସା ଖାଇବାର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଶନିବାର ରାହୁଲ ଏକ ମାନହାନି ମାମଲାରେ ପାଟନା କୋର୍ଟରେ ହାଜର ହେବାକୁ ଥିବାବେଳେ ସେ ବିହାର ପହଞ୍ଚିଥିଲେ। ସେ ହାଜର ହେବା ପରେ ତାଙ୍କୁ ଜାମିନ ମଧ୍ୟ ମିଳିଯାଇଥିଲା। ଆଉ ଜାମିନ ପାଇ ଫେରି ଆସିବା ବେଳେ ସେ ବସନ୍ତ ବିହାରରେ ଥିବା ଏକ ରେଷ୍ଟୁରାଣ୍ଟରେ ଜଣେ ସାଧାରଣ ଗ୍ରାହକଙ୍କ ଭଳି ପହଞ୍ଚି ଦୋସା ଖାଇବା ସହ କଫି ପିଇଥିଲେ। ଏହାକୁ ଦେଖି ସେଠାରେ ଥିବା ଲୋକେ ରାହୁଲଙ୍କୁ ଏତେ ପାଖରେ ପାଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ଅନେକ ଲୋକ ମୋବାଇଲରେ ରାହୁଲଙ୍କ ଦୋସା ଖାଇବାର ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମକର ସଂକ୍ରାନ୍ତିରେ ଗଙ୍ଗା ସ୍ନାନ ବନ୍ଦ…

ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ନାଗରିକତ୍ୱ ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି) ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହେବ। ଏହାପରେ ପଡୋଶୀ ପାକିସ୍ତାନ,...

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଦିଲ୍ଲୀ ପହଞ୍ଚିଲେ ଶରଦ ପାୱାର

ମୁମ୍ବାଇ,୨୬ ।୬: ମହାରାଷ୍ଟ୍ର ରାଜନୀତିରେ ସଙ୍କଟ ଲାଗି ରହିଥିବା ବେଳେ ରବିବାର ଏନସିପି ନେତା ଶରଦ ପାୱାର ଦିଲ୍ଲୀ ପହଞ୍ଚିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା...

ବିବାହରେ ସାମିଲ ହେଲେ ୨୫୦ ଲୋକ: କ୍ୱାରାଣ୍ଟାଇନ ଖର୍ଚ୍ଚ, ଚିକିତ୍ସା ପାଇଁ ବର ପିତାଙ୍କ ଉପରେ ଲାଗିଲା ଲକ୍ଷାଧିକ ଟଙ୍କା ଜରିମାନା

ଜୟପୁର,୨୮।୬: ରାଜସ୍ଥାନର ଭିଲଓ୍ବାଡାରେ ଅନୁଷ୍ଠିତ ଏକ ବିବାହକୁ ନେଇ ଏବେ ସବୁଆଡେ ଚାଲିଛି ଚର୍ଚ୍ଚା। ଏଠାରେ ବରପକ୍ଷ ୨୫୦ ଜଣଙ୍କୁ ନିମନ୍ତ୍ରଣ ଦେଇଥିବା ବେଳେ ଏବେ...

ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨୪ା୭(ପି.ଟି.): ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ପାସ୍‌ ହୋଇଥିବାବେଳେ ବିଜେଡି ଏହାକୁ ସମର୍ଥନ କରିଛି। କେନ୍ଦୁଝରର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏନେଇ...

୩୬ବର୍ଷ ପରେ ବୃଦ୍ଧାଶ୍ରମରେ ହେଲା ମିଳନ

ଥିରୁଭାନନ୍ତପୁରମ୍‌,୨୬।୯:କେରଳର ବୃଦ୍ଧାଶ୍ରମରେ ଏକ ନିଆରା ମିଳନ ଘଟିଛି। ୩୬ ବର୍ଷ ପରେ ଜଣେ ବୃଦ୍ଧ ଦମ୍ପତିଙ୍କ ବୃଦ୍ଧାଶ୍ରମରେ ପରସ୍ପରକୁ ଅଚାନକ ଭେଟିଛନ୍ତି। ୬୫ ବର୍ଷ ପୂର୍ବେ...

ଚାଷୀଙ୍କ ପ୍ରତି ସମ୍ମାନ ନାହିଁ

ନୂଆଦିଲ୍ଲୀ/ଲକ୍ଷ୍ନୌ/ଜୟପୁର/ଚଣ୍ଡିଗଡ଼,୧୬ା୧:ଚାଷୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦୌ ସମ୍ମାନ ନାହିଁ। କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକମାନଙ୍କୁ ପ୍ରତିହତ କରିବା ଲାଗି ମୋଦି ଉଦ୍ୟମ ଚଳାଇଛନ୍ତି।...

ରାଜ୍ୟ ସଭା ଅଚଳ: ବିରୋଧୀ କଲେ ଗୃହ ତ୍ୟାଗ, ଉପବାସ ପାଇଁ ଅନୁମତି ଲୋଡ଼ିଲେ ହରିବଂଶ

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ଏବେ ଗୃହ ଅଚଳ ହୋଇପଡ଼ିଛି। କଂଗ୍ରେସ ସମତେ ଅନ୍ୟ ବିରୋଧୀ ଦଳ...

Advertisement
Archives

Model This Week