ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି ସମାନ ସମୟରେ ନବରଙ୍ଗପୁର ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ଦୁର୍ନୀତି କରୁଥିବା ଅଭିଯୋଗ ଉଠିଛି। ଜଣେ ଯୁବକ ଉପରୋକ୍ତ ବିଭାଗରେ ନିଯୁକ୍ତି ପାଇଁ ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଇଥିବା ଓ ଏହି କଥା ଆର୍ଟିଓ ସ୍ବୀକାର କରୁଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ସେହିପରି ଅନ୍ୟ ଏକ ଘଟଣାରେ ଜଣଙ୍କଠାରୁ ସେ ଟଙ୍କା ନେବା ବେଳର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରୁ ଆସିଥିବା ଏକ ଫଟୋରୁ ଜଣାପଡ଼ିଛି।
ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବକ ନବରଙ୍ଗପୁର ଆର୍ଟିଓଙ୍କୁ କହୁଥିବା ଦେଖିବାକୁ ମିଳିଛି ଯେ ସେ ପରିବହନ ବିଭାଗରେ ନିଯୁକ୍ତି ପାଇଁ ଆର୍ଟିଓଙ୍କ ଘରକୁ ଯାଇ ୩୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ନିଯୁକ୍ତି ପରେ ତାଙ୍କୁ ଦରମା ମିଳୁନାହିଁ। ଟଙ୍କା ନେବା ବିଷୟକୁ ପରିବହନ ଅଧିକାରୀ ପ୍ରଥମେ ଅସ୍ବୀକାର କରି କାହାକୁ ଟଙ୍କା ଦେଇଥିଲ ବୋଲି ଯୁକ୍ତି କରିଥିଲେ। ଯୁବକ ଜଣକ ବର୍ଷା ଯୋଗୁ ଆର୍ଟିଓଙ୍କ ଘରେ ନେଇ ଟଙ୍କା ଦେଇଥିବା ଉତ୍ତର ଦେଉଛନ୍ତି। ତାଙ୍କ ମା’ ଓ ଭଉଣୀ ଟଙ୍କା ଦେବା କଥା ଜାଣିଛନ୍ତି ଓ ସେମାନେ ସାଥିରେ ଆସିଛନ୍ତି ବୋଲି ଯୁବକ ଜଣକ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି। ଆର୍ଟିଓଙ୍କ କହିବା ପ୍ରକାରେ ସେ ବରିଷ୍ଠ କିରାଣିଙ୍କୁ ମଧ୍ୟ ୧୫ ହଜାର ଟଙ୍କା ଦେଇଥିବା କହିଛନ୍ତି। ଏହା ପରେ ପରିବହନ ଅଧିକାରୀ ୩୦ ହଜାର ଟଙ୍କା ନେଇଥିବା ସ୍ବୀକାର କରିବା ସହ ବାହାରକୁ ଯାଇ ଅନ୍ୟ କାହା ମାଧ୍ୟମରେ ଘଟଣାର ସମାଧାନ କରିବାକୁ ସେ କହୁଥିବା ଭିଡିଓରୁ ଜଣାପଡ଼ିଛି। ଭିଡିଓ ଭାଇରାଲ ହେବା ପରେ ପରିବହନ ଅଧିକାରୀ କିଛି ଟଙ୍କା ଫେରାଇଥିବା ଓ ବଳକା ଟଙ୍କା ପରେ ଫେରାଇବେ ବୋଲି କହିଥିବା ଯୁବକ ଜଣକ ‘ଧରିତ୍ରୀ’ ପ୍ରତିନିଧିଙ୍କୁ କହିଛନ୍ତି। ଟଙ୍କା ଫେରାଇବା ପରେ ପରିବହନ ଅଧିକାରୀ ପଠାଇଥିବା ଦୁଇ ବ୍ୟକ୍ତି ଓ ଅଭିଯୋଗକାରୀ ଯୁବକ ସ୍ଥାନୀୟ ସରପଞ୍ଚଙ୍କ ନିକଟକୁ ଯାଇ ଆଲୋଚନା କରିଛନ୍ତି। ଏ ବିଷୟରେ ସରପଞ୍ଚ କହିଛନ୍ତି, ବକେୟା ଟଙ୍କା ଫେରାଇବା ବିଷୟରେ ମୋ ଉପସ୍ଥିତିରେ ଆଲୋଚନା ପାଇଁ ଆସିଥିଲେ। ଆପୋଷ ବୁଝାମଣାପତ୍ର ମଧ୍ୟ ଲେଖା ହୋଇଥିଲା। ମାତ୍ର କେତେ ଟଙ୍କା ଫେରାଇଥିଲେ ଓ କେତେ ଟଙ୍କା ବକେୟା ରହିଛି ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଭିଡିଓ ଭାଇରାଲ୍ ପରେ ପରିବହନ ଅଧିକାରୀ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେଉଥିବା ସମୟର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସିସିଟିଭି ଫୁଟେଜ୍ରୁ ଏହି ଫଟୋ ବାହାର କରାଯାଇଥିବା ବେଳେ ତାହାର ସମୟ ସ୍ପଷ୍ଟ ହୋଇନାହିଁ। ଏହି ଭିଡିଓ ଓ ଫଟୋର ସତ୍ୟତା ଜାଣିବା ପାଇଁ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ମେସେଜ୍ ମାଧ୍ୟମରେ ତାଙ୍କଠାରୁ ଉତ୍ତର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ମିଳିପାରିନାହିଁ।
Posted inଆମ ଜିଲା ଖବର, ନବରଙ୍ଗପୁର, ରାଜ୍ୟ View All
୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି
ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…
ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି
ଭୁବନେଶ୍ୱର, ୨୨।୯(ସୁନିତ୍ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…
ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍ର ସନ୍ଧାନ
ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍ ଆଣ୍ଡ୍ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେଶନ ଲିଃ (ଓଏନ୍ଜିସି) ଗ୍ୟାସ୍ର ସନ୍ଧାନ…
ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍
ଭୁବନେଶ୍ୱର,୨୨।୯(ସୁନିତ୍ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…
ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା
ଭୁବନେଶ୍ୱର,୨୨।୯(ସୁନିତ୍ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…
ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….
ଭୁବନେଶ୍ୱର,୨୨।୯(ସୁନିତ୍ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…
ସକାଳୁ ସକାଳୁ ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍; ଗୋପାଳପୁରଠୁ ଏତିକି କିମି ଦୂରରେ ରହିଛି ଅବପାତ, ଏହି ଦିନ ହେବ….
ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା ଗୋପାଳପୁର ଠାରୁ ୨୫୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି ।…
କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ
କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସତର୍କ…

