ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି ସମାନ ସମୟରେ ନବରଙ୍ଗପୁର ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ଦୁର୍ନୀତି କରୁଥିବା ଅଭିଯୋଗ ଉଠିଛି। ଜଣେ ଯୁବକ ଉପରୋକ୍ତ ବିଭାଗରେ ନିଯୁକ୍ତି ପାଇଁ ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଇଥିବା ଓ ଏହି କଥା ଆର୍ଟିଓ ସ୍ବୀକାର କରୁଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ସେହିପରି ଅନ୍ୟ ଏକ ଘଟଣାରେ ଜଣଙ୍କଠାରୁ ସେ ଟଙ୍କା ନେବା ବେଳର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରୁ ଆସିଥିବା ଏକ ଫଟୋରୁ ଜଣାପଡ଼ିଛି।
ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବକ ନବରଙ୍ଗପୁର ଆର୍ଟିଓଙ୍କୁ କହୁଥିବା ଦେଖିବାକୁ ମିଳିଛି ଯେ ସେ ପରିବହନ ବିଭାଗରେ ନିଯୁକ୍ତି ପାଇଁ ଆର୍ଟିଓଙ୍କ ଘରକୁ ଯାଇ ୩୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ନିଯୁକ୍ତି ପରେ ତାଙ୍କୁ ଦରମା ମିଳୁନାହିଁ। ଟଙ୍କା ନେବା ବିଷୟକୁ ପରିବହନ ଅଧିକାରୀ ପ୍ରଥମେ ଅସ୍ବୀକାର କରି କାହାକୁ ଟଙ୍କା ଦେଇଥିଲ ବୋଲି ଯୁକ୍ତି କରିଥିଲେ। ଯୁବକ ଜଣକ ବର୍ଷା ଯୋଗୁ ଆର୍ଟିଓଙ୍କ ଘରେ ନେଇ ଟଙ୍କା ଦେଇଥିବା ଉତ୍ତର ଦେଉଛନ୍ତି। ତାଙ୍କ ମା’ ଓ ଭଉଣୀ ଟଙ୍କା ଦେବା କଥା ଜାଣିଛନ୍ତି ଓ ସେମାନେ ସାଥିରେ ଆସିଛନ୍ତି ବୋଲି ଯୁବକ ଜଣକ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି। ଆର୍ଟିଓଙ୍କ କହିବା ପ୍ରକାରେ ସେ ବରିଷ୍ଠ କିରାଣିଙ୍କୁ ମଧ୍ୟ ୧୫ ହଜାର ଟଙ୍କା ଦେଇଥିବା କହିଛନ୍ତି। ଏହା ପରେ ପରିବହନ ଅଧିକାରୀ ୩୦ ହଜାର ଟଙ୍କା ନେଇଥିବା ସ୍ବୀକାର କରିବା ସହ ବାହାରକୁ ଯାଇ ଅନ୍ୟ କାହା ମାଧ୍ୟମରେ ଘଟଣାର ସମାଧାନ କରିବାକୁ ସେ କହୁଥିବା ଭିଡିଓରୁ ଜଣାପଡ଼ିଛି। ଭିଡିଓ ଭାଇରାଲ ହେବା ପରେ ପରିବହନ ଅଧିକାରୀ କିଛି ଟଙ୍କା ଫେରାଇଥିବା ଓ ବଳକା ଟଙ୍କା ପରେ ଫେରାଇବେ ବୋଲି କହିଥିବା ଯୁବକ ଜଣକ ‘ଧରିତ୍ରୀ’ ପ୍ରତିନିଧିଙ୍କୁ କହିଛନ୍ତି। ଟଙ୍କା ଫେରାଇବା ପରେ ପରିବହନ ଅଧିକାରୀ ପଠାଇଥିବା ଦୁଇ ବ୍ୟକ୍ତି ଓ ଅଭିଯୋଗକାରୀ ଯୁବକ ସ୍ଥାନୀୟ ସରପଞ୍ଚଙ୍କ ନିକଟକୁ ଯାଇ ଆଲୋଚନା କରିଛନ୍ତି। ଏ ବିଷୟରେ ସରପଞ୍ଚ କହିଛନ୍ତି, ବକେୟା ଟଙ୍କା ଫେରାଇବା ବିଷୟରେ ମୋ ଉପସ୍ଥିତିରେ ଆଲୋଚନା ପାଇଁ ଆସିଥିଲେ। ଆପୋଷ ବୁଝାମଣାପତ୍ର ମଧ୍ୟ ଲେଖା ହୋଇଥିଲା। ମାତ୍ର କେତେ ଟଙ୍କା ଫେରାଇଥିଲେ ଓ କେତେ ଟଙ୍କା ବକେୟା ରହିଛି ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଭିଡିଓ ଭାଇରାଲ୍ ପରେ ପରିବହନ ଅଧିକାରୀ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେଉଥିବା ସମୟର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସିସିଟିଭି ଫୁଟେଜ୍ରୁ ଏହି ଫଟୋ ବାହାର କରାଯାଇଥିବା ବେଳେ ତାହାର ସମୟ ସ୍ପଷ୍ଟ ହୋଇନାହିଁ। ଏହି ଭିଡିଓ ଓ ଫଟୋର ସତ୍ୟତା ଜାଣିବା ପାଇଁ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ମେସେଜ୍ ମାଧ୍ୟମରେ ତାଙ୍କଠାରୁ ଉତ୍ତର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ମିଳିପାରିନାହିଁ।
Posted inଆମ ଜିଲା ଖବର, ନବରଙ୍ଗପୁର, ରାଜ୍ୟ View All

ଜିଲା କଂଗ୍ରେସ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ
କେନ୍ଦୁଝର,୯ା୮(ସ୍ବ.ପ୍ର.): ଦେଶର ମହାପୁରୁଷଙ୍କ ତ୍ୟାଗ ଓ ବଳିଦାନ ପାଇଁ ରବିବାର ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ‘ଅଗଷ୍ଟ କ୍ରାନ୍ତି ଦିବସ’ ପାଳିତ...

୪ ଦିନରେ ବ୍ୟାଙ୍କ ଲୁଟ ମାମଲା ପର୍ଦ୍ଦାଫାଶ, ୩ ଗିରଫ
କୁଆଁରମୁଣ୍ଡା,୧୭।୧: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଏସ୍ବିଆଇ ଶାଖାରୁ ସଶସ୍ତ୍ର ଡକାୟତି ଘଟଣାର ୪ ଦିନ ପରେ ପୋଲିସ...

ଘର ଭାଙ୍ଗିଲା ଦନ୍ତା
ପଡ଼ିଆବାହାଲ,୧୫ା୬(ଡି.ଏନ୍.ଏ.): ସୋମବାର ଭୋର୍ରୁ ସମ୍ବଲପୁର ଜିଲା ବାହାମ ପଞ୍ଚାୟତ ଡୁମୁରିପଡ଼ାଠାରେ ଏକ ଦନ୍ତାହାତୀ ଘର ଭାଙ୍ଗିବାରୁ ଘରେ ଶୋଇଥିବା ଗଙ୍ଗାଧର ମେହେରଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା।...

ନକଲି ଡାକ୍ତରଙ୍କ ଅସଲି ଡାକ୍ତରାଣୀ ସ୍ତ୍ରୀ ଗିରଫ
ଭୁବନେଶ୍ୱର,୫।୪(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଅସଲି ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତୀର୍କିକୁ ଝାଡଖଣ୍ଡରୁ କମିଶନରେଟ ପୋଲିସ ଗିରଫ କରିଛି।...

ଆଦିତ୍ୟ ମୃତ୍ୟୁ ମାମଲାରୁ ରହସ୍ୟ ହଟୁନି: ସୁଇସାଇଡ୍ ନୋଟ୍ ଲେଖିଥିଲେ ଆଦିତ୍ୟ
ଭୁବନେଶ୍ୱର,୨୪।୭ (ବ୍ୟୁରୋ): ସାମାଜିକ କର୍ମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୭ଦିନ ବିତିଥିଲେ ମଧ୍ୟ ଏଯାଏ ରହସ୍ୟ ହଟୁନି। ଲିଙ୍ଗରାଜ ରେଳ ଷ୍ଟେଶନ ନିକଟ...

ବ୍ରହ୍ମପୁର-ସମ୍ବଲପୁର ନୂତନ ରେଳ ପ୍ରକଳ୍ପ ଶୀଘ୍ର କରିବାକୁ ଦାବି
ଫୁଲବାଣୀ ଅଫିସ, ୧୭ା୨: ବହୁ ବର୍ଷର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛନ୍ତି। ପ୍ରସ୍ତାବିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥକୁ ଚଳିତ ବଜେଟରେ ମଞ୍ଜୁର କରାଯାଇଛି। ରାଜ୍ୟ...

ସମ୍ପାଦକଙ୍କୁ ବହିଷ୍କାର କରିପାରିବ କମିଟି
ଯାଜପୁର ଅଫିସ,୧୪ା୧୧: ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିସରା ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ସମ୍ପାଦକ ଅମରେନ୍ଦ୍ର ରାଉତଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ
ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍। ଶନିବାର ରାଜ୍ୟରେ କରୋନାଜନିତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ...