Advertisement

ଭାଇଘରେ ପହଞ୍ଚି ପାରିଲେନି ଭଉଣୀ: ଟ୍ରେନ ଧକ୍କାରେ ଜୀବନ ଗଲା

କେନ୍ଦୁଝର, ୯ା୩(ସ୍ବ.ପ୍ର.): ଭାଇଘରେ ପହଞ୍ଚିପାରିଲେନି ଭଉଣୀ। ଟ୍ରେନ ଧକ୍କାରେ ଅଧାବାଟରେ ଜୀବନ ଚାଲିଗଲା। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ ବେଦପଳସା ଅଞ୍ଚଳରେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବୋଦପଳସା ଗ୍ରାମର ଗୌରୀ ପଣ୍ତା ନାମ୍ନୀ ମହିଳା ରବିବାର ରାତିରେ ରାଇସୁଆଁ ରେଳବିଭାଗର ରେଳଫାଟକରେ ଚ଼ାକିରି କରୁଥିବା ସାନ ଭାଇ ରଶ୍ମିରଞ୍ଜନ ମିଶ୍ରଙ୍କ ପାଖକୁ ଯିବେ ବୋଲି ତାଙ୍କ ଭାଇଙ୍କ ସହିତ ଫୋନରେ କଥା ହୋଇଥିଲେ। ସୋମବାର ସକାଳେ ସେ ଘରୁ ବାହାରି ରେଳଧାରଣାରେ ଚ଼ାଲି ଚ଼ାଲି ରାଇସୁଆଁ ଯାଉଥିଲେ। ତାଙ୍କର କାନରେ ସମସ୍ୟା ଥିବାରୁ ସେ ଭଲ ଭାବେ ଶୁଣି ପାରୁ ନ ଥିଲେ। ଏହି ରେଳଧାରଣା ଦେଇ ବିଶାଖାପାଟଣା ଯାତ୍ରୀବାହୀ ଟ୍ରେନ ଯାଉଥିବା ବେଳେ ବହୁବାର ହର୍ଣ୍ଣ ମରାଯାଇଥିଲେ ବି ତାଙ୍କୁ ଶୁଭି ନ ଥିଲା। ଫଳରେ ଗମ୍ବାରିଆ ପୋଖରୀ ପାଖ ଟ୍ରାକ ନିକଟରେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଟାଉନ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚ଼ିକିତ୍ସାଳୟକୁ ପଠାଇଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରର ୩୩ ବୁଥ୍‌ ଅତି ସମ୍ବେଦନଶୀଳ

ପୁରୁଷୋତ୍ତପୁର,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୨୬ଟି ପଞ୍ଚାୟତରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାକୁ...

ସାତକୋଶିଆ ମହୋତ୍ସବ ଉଦ୍‌ଘାଟିତ: ଦର୍ଶକଙ୍କ କରତାଳି ହିଁ ପ୍ରକୃତ ସମ୍ମାନ: ଅରୁଣା

ଅନୁଗୋଳ ଅଫିସ, ୮।୧୨ – ଓଡ଼ିଶୀ ନୃତ୍ୟରେ ପରିଚୟ ପାଇଛି। ଲୋକଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ମିଳିଛି। କିନ୍ତୁ ଦର୍ଶକଙ୍କ କରତାଳି ହିଁ...

ସାଇକେଲ୍‌ରେ ନୟାଗଡ଼ ଯିବା ସମୟରେ ୮ ଶ୍ରମିକ ଉଦ୍ଧାର, କ୍ୱାରାଣ୍ଟାଇନ୍‌ରେ ରଖିଲା ସ୍ବାସ୍ଥ୍ୟ ବିଭାଗ

ରାୟଗଡ଼ା ଅଫିସ,୨୩ା୪: ଗୁରୁବାର ଭୋର୍‌ ସମୟରେ ୮ ଜଣ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଏହି ଶ୍ରମିକମାନେ ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି।...

ବଜାରକୁ ସାନିଟାଇଜ୍‌ କଲେ: ମାସ୍କ, ସାନିଟାଇଜର ବାଣ୍ଟିଲେ

ପିପିଲି,୨୯ା୩(ଡି.ଏନ୍‌.ଏ.): କରୋନା ଯୋଗୁ ଲକ୍‌ଡାଉନ ଘୋଷଣା କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ତଥା ମେଡିସିନ୍‌ ଷ୍ଟୋର, ଦୁଗ୍ଧ ପାଉରୁଟି ଷ୍ଟଲ, ଫଳ ଓ ପନିପରବା ଦୋକାନଗୁଡିକ...

ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣା, ଦୀର୍ଘବର୍ଷ ପରେ ରାୟ ଶୁଣାଇଲେ କୋର୍ଟ

ଜଗତସିଂହପୁର ଅଫିସ,୯ା୫: ଦୀର୍ଘବର୍ଷ ପରେ ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଦୌରାଜଜ୍‌ ତଥା ମହିଳା କୋର୍ଟ ବିଚାରପତି ରଶ୍ମିତା...

ରାଣୀତାଲରେ ଦୁର୍ଘଟଣା, ଭିଡ଼ରେ ଫସିଲେ ମନ୍ତ୍ରୀ: ଗଳାପୋଲ ଦାବି ଜଣାଇଲେ ଆନ୍ଦୋଳନକାରୀ

ଭଦ୍ରକ ଅଫିସ, ୫।୧- ଭଦ୍ରକ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବିରେ ଆନ୍ଦୋଳନ ଜାରି ରହିଛି। ଶନିବାର ଏହି ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି। ଏପରି ସ୍ଥିତିରେ...

ଚାଷଜମିରେ ମାଟି ଦବି ବିରାଟ ଗର୍ତ୍ତ: ଲୋକେ ଆତଙ୍କିତ

ତାଳଚେର,୧୫।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ପୌରପରିଷଦ ୧୮ନଂ. ୱାର୍ଡ ଦେଉଳବେଡ଼ା ତେଲିସାହି ଅକ୍ଷୟ କୁମାର ସାହୁଙ୍କ ଚାଷଜମିରେ ମାଟି ଦବି ଏକ ବିରାଟ ଗର୍ତ୍ତ ସୃଷ୍ଟି...

ବିରଳ ପ୍ରଜାତିର ସାପ ‘ବାମ୍ବପିଟ୍‌ ଭାଇପର’ ଉଦ୍ଧାର: କାମୁଡିଲେ ଶରୀରରେ ହୁଏ ଫୋଟକା

ଉଦଳା,୩୦ା୭(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ରାଢୋ ଗ୍ରାମରୁ ସ୍ନେକ ଲାଇଫ୍‌ ଲାଇନର ସଦସ୍ୟ ମଙ୍ଗଳବାର ଏକ ବିରଳ ପ୍ରଜାତିର ବିଷାକ୍ତ ସାପ...

Advertisement
Archives

Model This Week