ବ୍ରହ୍ମପୁର ଅଫିସ,୧୮ା୯-ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗ୍ରାମରେ ଗତ ୧୫ ତାରିଖ ରାତିରେ ଗଣେଶ ମୂର୍ତ୍ତି ଭାଷାଣି ବେଳେ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଫେରାର ଥିବା ୭ ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ଭଗବାନ ରାଉଳ, ଲକ୍ଷ୍ମଣ ରାଉଳ, ଜିତେନ୍ଦ୍ର ରାଉଳ, ସୂର୍ଯ୍ୟ ରାଉଳ, ବଳରାମ ରାଉଳ, କାଳିଆ ରାଉଳ ଓ ରାକେଶ ପାତ୍ର। ପୋଲିସ ସେମାନଙ୍କଠାରୁ ଘଟଣାବେଳେ ବ୍ୟବହୃତ ଶାବଳ ଓ ଧାରୁଆ ଅସ୍ତ୍ର ଜବତ କରିଛି। ମାମଲା ନଂ.୨୩୬/୧୯ରେ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ପ୍ରକାଶ ଯେ, ଗତ ୧୫ ତାରିଖ ରାତିରେ ଭଷାଣି ପାଇଁ ରାଉଳ ସାହିର କେତେକ ଯୁବକ ଗଣେଶ ମୂର୍ତ୍ତିକୁ ପଟୁଆରରେ ନେଉଥିଲେ। ତେବେ କୌଣସି କାରଣରୁ ଅରକ୍ଷିତ ଦାସ ସେଠାରେ ଝଗଡା କରିଥିଲେ। ପରେ ଉପରୋକ୍ତ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ଅରକ୍ଷିତଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଅରକ୍ଷିତଙ୍କ ମା’ ସନ୍ତୋସିନୀ ଥାନାରେ ଅଭିଯୋଗ କରିଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All

ବର୍ଷା ସହ କୁଆପଥର ମାଡ଼
ଆସିକା,୧୮ା୪: ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ବର୍ଷା ସହ କୁଆପଥର ମାଡ ହୋଇଥିଲା। ଗତ ୪ଦିନ ହେଲା ଅଞ୍ଚଳରେ ପ୍ରବଳ...

ବଢୁଛି ଆନ୍ତଃ ରାଜ୍ୟ ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ
ବସ୍ତା, ୭।୭(ଡି.ଏନ.ଏ.)-ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଜିଲା ଅଧୀନ ବସ୍ତା, ବାଲିଆପାଳ, ଜଳେଶ୍ୱର ଅଞ୍ଚଳରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି। ଅପରାଧୀମାନେ ଯୋଜନାବଦ୍ଧ...

ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ କଲେ କେନ୍ଦ୍ରମନ୍ତ୍ରୀ
ସଜନାଗଡ଼,୧୮।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କଚେରି ପରିସରରେ ଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ପେନ୍ସନ ଦିବସ ପାଳିତ ହୋଇଛି। ସଂଘର ସଭାପତି କୃଷ୍ଣଚନ୍ଦ୍ର...

ବୁଡ଼ାଇଲା ବର୍ଷା: ବଡ଼ଦାଣ୍ଡ ଉବୁଟୁବୁ
ପୁରୀ ଅଫିସ,୧୪ା୮: ପୁରୀରେ ଗୁରୁବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ନିର୍ଦ୍ଧୁମ ବର୍ଷା ହୋଇଥିଲା। ଫଳରେ କିଛି ସମୟ ପାଇଁ ବଡ଼ଦାଣ୍ଡ ଏକପ୍ରକାର ବୁଡ଼ିଯାଇଥିଲା। ବର୍ଷା ଛାଡ଼ିିବା...

ଏପ୍ରିଲ ୧୮ରେ ହାଇକୋର୍ଟରେ ଏକତ୍ର ଶୁଣାଣି ଧାର୍ଯ୍ୟ
ଛତ୍ରପୁର,୨୯।୩(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାଳିପଲ୍ଲୀଠାରେ ପ୍ରସ୍ତାବିତ ସ୍ମାର୍ଟକେମ୍ ଟେକ୍ନୋଲୋଜି କମ୍ପାନୀ ବିରୋଧରେ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି ା ଏହାକୁ...

ବସ୍ଷ୍ଟାଣ୍ଡରୁ ଉଦ୍ଧାର ହେଲେ ୨ ଝିଅ
ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ଜିଲା ସୋରର କସ୍ତୁରବା କନ୍ୟାଶ୍ରମରୁ ଚମ୍ପଟ ହୋଇଥିବା ୨ ଝିଅଙ୍କୁ ଶନିବାର ଉଦ୍ଧାର କରାଯାଇଛି। ଉକ୍ତ ୨ ଝିଅ ବାଲେଶ୍ବର...

ପରିବେଶ ରକ୍ଷା ଲାଗି ସଚେତନତା ଉପରେ ଗୁରୁତ୍ୱ : ନୀଳଗିରି ଏନଏସିକୁ ମଡ଼େଲ୍ ଭାବେ ଗ୍ରହଣ
ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ବର୍ଜ୍ୟବସ୍ତୁ ପରିଚାଳନା କମିଟିର ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ବୈଠକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଶୁକ୍ର୍ରବାର ଅନୁଷ୍ଠିତ ହୋଇଯାଇଛି ା...

ଶ୍ମଶାନରୁ ନବବଧୂଙ୍କ ଅଧାପୋଡା ମୃତଦେହ ଜବତ
ସୋରଡା,୧୯ା୫(ଡି.ଏନ୍.ଏ.)- ସୋରଡା ବ୍ଲକ ରାଇବନ୍ଧ ମଶାଣିରୁ ବଡଗଡ ପୋଲିସ ଜଣେ ନବବଧୂଙ୍କ ଅଧାପୋଡା ମୃତଦେହ ମଙ୍ଗଳବାର ଜବତ କରିଛି। ସେ ହେଲେ କୁଲାଙ୍ଗି ଗ୍ରାମର କୃଷ୍ଣ...