କୋହଲିଙ୍କ ଉଇକେଟ ଲକ୍ଷ୍ୟରେ ଅଲି

ବର୍ମିଂହାମ,୨୯।୬- ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଏଠାରେ ଚଳିତ ବିଶ୍ୱକପ୍‌ର ମ୍ୟାଚ୍‌ ଖେଳାଯିବ। ଆୟୋଜକ ଦଳ ଲାଗି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଇଂଲଣ୍ଡ ଦଳର ଅଲରାଉଣ୍ଡର ମୋଏନ ଅଲି ନିଜ ପାଇଁ ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି। ବଡ଼ ମ୍ୟାଚ୍‌ରେ କୋହଲିଙ୍କ ଉଇକେଟର ମୂଲ୍ୟ ବହୁତ ବଢ଼ିଯାଏ। ଏଣୁ କୋହଲିଙ୍କ ଉଇକେଟ ହାତେଇବାକୁ ମୁଁ ଉଦ୍ୟମ କରିବି। ଏହାଦ୍ୱାରା କୋହଲି ଓ ମୋ ମଧ୍ୟରେ ଥିବା ବନ୍ଧୁତ୍ୱ ବାଧାପ୍ରାପ୍ତ ହେବ ନାହିଁ ବୋଲି ଅଲି କହିଛନ୍ତି। କୋହଲି ଏପର୍ଯ୍ୟନ୍ତ ଚଳିତ ବିଶ୍ୱକପ୍‌ରେ ଶତକ ଲଗାଇ ପାରିନାହାନ୍ତି। ବିଶ୍ୱକପ୍‌ ପୂର୍ବରୁ ଭାରତ ଓ ଇଂଲଣ୍ଡ ଫେଭରାଇଟ୍‌ ଥିଲେ। ସେମିଫାଇନାଲଠାରୁ ଭାରତ ଆଉ ଗୋଟିଏ ବିଜୟ ଦୂରରେ ଥିବାବେଳେ ଗୋଟିଏ ପରାଜୟ ଇଂଲଣ୍ଡକୁ ନକ୍‌ଆଉଟ୍‌ ଦୌଡ଼ରୁ ବାଦ୍‌ ପକାଇପାରେ। କୌତୂହଳର ବିଷୟ ହେଉଛି, ଗତ ଦୁଇଟି ଦିନିକିଆରେ ଖରାପ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ଦିନିକିଆ ଦଳଗତ ର଼୍ୟାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନକୁ ଖସିଛି। ଫଳରେ ଭାରତ ନଂ ୧ ମାନ୍ୟତା ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ସହ ଲଙ୍ଗ୍‌ ଡ୍ରାଇଭ୍‌ରେ ଗଲେ ବୁମ୍‌ରାଙ୍କ ଭାବି ସ୍ତ୍ରୀ; ସଚିନ, ଧୋନୀଙ୍କ ସହ ରହିଛି ପୂରୁଣା ସମ୍ପର୍କ

ଭାରତୀୟ ବୋଲର ଜସପ୍ରୀତ ବୁମ୍‌ରା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ। ଏବେ ତାଙ୍କ ନାମ କ୍ରୀଡା ଆଙ୍କର ସଞ୍ଜନା ଗଣେଶନଙ୍କ ସହ ଯୋଡା ଯାଉଛି।...

ହାଇ ଜମ୍ପରେ ଦୁଇ ଜଣ ବାଣ୍ଟିନେଲେ ସ୍ବର୍ଣ୍ଣ ପଦକ

ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସର ହାଇ ଜମ୍ପ ଇଭେଣ୍ଟରେ ଇଟାଲିର ଗିଆନମାର୍କୋ ତାମ୍ବେରି ଓ କାତାରର ମୁତାଜ ଏସା ବାର୍ଶିମ ସ୍ବର୍ଣ୍ଣ ପଦକ ଶେୟାର କରିଛନ୍ତି। ଦୁହେଁ...

ମୁମ୍ବାଇର ସ୍ବପ୍ନ ଭାଙ୍ଗି ଦେଲା ଆରସିବି

ଦୁବାଇ,୨୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପରାଜୟ ଧାରାରେ ବ୍ରେକ୍‌ ଲାଗିଛି। ଚଳିତ ଆଇପିଏଲର ଦ୍ୱିତୀୟ ଫେଜରେ ଲଗାତାର ଦୁଇଟି ପରାଜୟ ପରେ ପ୍ରଥମ ବିଜୟ...

ଫ୍ରାନ୍ସ ଫୁଟବଲ ଦଳରେ ହେନରୀ

ପ୍ୟାରିସ୍‌,୨୦।୧୧(ଏପି): ମହିଳା ମିଡ୍‌ଫିଲ୍ଡର ଆମାଣ୍ଡିନ୍‌ ହେନରୀଙ୍କୁ ଫ୍ରାନ୍ସ ଫୁଟବଲ ଦଳରେ ସାମିଲ କରାଯାଇଛି। କଡ଼ା ସମାଲୋଚନା ସତ୍ତ୍ୱେ କୋଚ୍‌ କୋରିନ ଡିଆକ୍ରେ ତାଙ୍କୁ ଗୁରୁବାର ଦଳରେ...

ବଡ଼ ପରିବର୍ତ୍ତନ ସହ ଓହ୍ଲାଇଲା ସନ୍‌ରାଇଜର୍ସ

ଦୁବାଇ,୨୭।୯: ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି...

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ଫାଇନାଲରେ ମେରୀକମ୍‌, ବିଧୁରୀ

ନୂଆଦିଲ୍ଲୀ,୨୮।୭(ପି.ଟି.)- ଇଣ୍ଡୋନେସିଆର ଲାବୁଆନ ବାଜୋଠାରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ମହିଳା ବକ୍ସର ମେରୀକମ୍‌ ଓ ପୁରୁଷ ତାରକା ବକ୍ସର...

ଆଇପିଏଲରେ ଖେଳିବେ ଲକ୍ଷ୍ନୌ, ଅହମ୍ମଦାବାଦ୍‌

ନୂଆଦିଲ୍ଲୀ,୨୫।୧୦: ଆଗାମୀ ସିଜନରୁ ଆଇପିଏଲ ପରିବାରରେ ସାମିଲ ହୋଇଛନ୍ତି ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଫ୍ରାଞ୍ଚାଇଜ। ଆରପିଏସ୍‌ଜି ଗ୍ରୁପ୍‌ ଓ ଅନ୍ତର୍ଜାତୀୟ ଇନଭେଷ୍ଟମେଣ୍ଟ ଫାର୍ମ...

ଉତ୍କଳ କରାଟେ ସ୍କୁଲରେ ଅତ୍ୟାଧୁନିକ ସାନିଟାଇଜିଂ ଟନେଲ

ଭୁବନେଶ୍ୱର, ୨୮ା୫(କ୍ରୀଡ଼ା ପ୍ରତିନିଧି)-  ଖେଳାଳି ତିଆରି କାରଖାନା ଭାବେ ପରିଚିତ ଉତ୍କଳ କରାଟେ ସ୍କୁଲରେ ଏବେ ସମସ୍ତ ଖେଳ କସରତ ବନ୍ଦ। କୋଭିଡ-୧୯ ପ୍ରଭାବ ଜନିତ...

Advertisement
Archives

Model This Week