Posted inଖେଳ

ଭର୍ଷ୍ଟାପେନଙ୍କୁ ସିଜନର ଦ୍ୱିତୀୟ ଟାଇଟଲ

ହକେନହିମ୍‌ (ଜର୍ମାନୀ), ୨୯ା୭-ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ ଜର୍ମାନ ଫର୍ମୁଲାଓ୍ବାନ ମୋଟର ରେସ୍‌ ଗ୍ରଁାପ୍ରି ଜିତିିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଏବଂ କ୍ୟାରିୟରର ୭ମ ଟାଇଟଲ। ଏହି ୨୧ ବର୍ଷୀୟ ଡଚ୍‌ ଡ୍ରାଇଭର ୪ଥର ବିଶ୍ୱ ଚାମ୍ପିୟନ ଫେରାରିର ସେବାଷ୍ଟିଆନ ଭେଟେଲଙ୍କ ଆଗରେ ତାଙ୍କ ରେସ୍‌ ଶେଷ କରିଥିଲେ। ଭେଟେଲ ୨୦ତମ ତଥା ଅନ୍ତିମ ଗ୍ରିଡ୍‌ରୁ ରେସ୍‌ ଆରମ୍ଭ କରିଥିଲେ। ଡାନିଲ କ୍ୟାତ୍‌ ତୃତୀୟ ହୋଇଥିଲେ। ଏହାଥିଲା ତାଙ୍କ କ୍ୟାରିୟରର ତୃତୀୟ ପୋଡିୟମ ଫିନିଶ। ମଝିରେ ମଝିରେ ବର୍ଷା ଯୋଗୁ ରେସ୍‌ଟି ଘଟଣାବହୁଳ ଥିଲା। ମର୍ସିଡିଜ୍‌ ପାଇଁ ରବିବାର ଏକ ଖରାପ ଦିନ ଥିଲା। ଟିମ୍‌ ମୋଟର ସ୍ପୋଟର୍‌ସରେ ଏହାର ୧୨୫ ବର୍ଷ ପୂର୍ତ୍ତି ସହ ଆଧୁନୀକ ଯୁଗରେ ୨୦୦ତମ ଫର୍ମୁଲା ଓ୍ବାନ ଉତ୍ସବ ପାଳନ କରୁଥିବାବେଳେ ଏଠାରେ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ୫ଥର ଡିଫେଣ୍ଡିଂ ଚାମ୍ପିୟନ ଲୁଇସ୍‌ ହାମିଲଟନ ଏବଂ ତାଙ୍କ ଟିମ୍‌ମେଟ୍‌ ଭାଲଟେରି ବୋଟ୍ଟାସ କୌଣସି ସ୍କୋର କରିବାରେ ବିଫଳ ହୋଇଥିଲେ। ୬ ପିଟ୍‌-ଷ୍ଟପ୍‌ ପରେ ହାମିଲଟନ ୧୧ତମ ସ୍ଥାନ ଅଧିକାର କରିଥିଲା। ଗତ ୨୩ଟି ରେସ୍‌ ମଧ୍ୟରେ ସେ ପ୍ରଥମ ଥର ପଏଣ୍ଟ ସ୍କୋର କରିବାରେ ବିଫଳ ହୋଇଛନ୍ତି। ରେସିଂ ପଏଣ୍ଟର ଲାନ୍ସ ଷ୍ଟୋଲ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଟିମ୍‌ର ଏହାହେଉଛି ଶ୍ରେଷ୍ଠ ପ୍ରଦର୍ଶନ। ଷ୍ଟୋଲ୍‌ ମ୍ୟାକଲରେନର କାର୍ଲୋସ ସେଞ୍ଜ, ଟୋରୋ ରୋସୋର ଆଲେକ୍ସ ଆଲବନ ଏବଂ ଆଲ୍‌ଫା ରୋମିଓର କିମି ରାଇକୋନେନ୍‌ଙ୍କଠାରୁ ଆଗରେ ରହିଥିଲେ। ସେହିପରି ଯଥାକ୍ରମେ ଆଲ୍‌ଫା ରୋମିଓର ଆଣ୍ଟୋନିଓ ଜିଓଭିନାଜି ଓ ଟିମ୍‌ମେଟ କେଭିନ୍‌ ମାଗନସେନଙ୍କଠାରୁ ଆଗରେ ହାସ୍‌ର ରୋମେନ୍‌ ଗ୍ରୋସ୍‌ଜେଁ ୮ମ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?