ଭର୍ଚୁଆଲ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ: ଲୋକଙ୍କ ପାଖରେ ପହଞ୍ଚାଅ କେନ୍ଦ୍ର ଯୋଜନା

ଅନୁଗୋଳ ଅଫିସ, ୨୩।୬- ମୋଦି ସରକାର ଅନୁଗୋଳ ଜିଲାକୁ ପ୍ରାଥମିକତା ଦେଇ ଆସୁଛନ୍ତି। କମର୍ସିଆଲ କୋଲ୍‌ ମାଇନିଂ ନିୟମରେ ପରିବର୍ତ୍ତନ ଅନୁଗୋଳ ଭଳି ଖଣି ସମୃଦ୍ଧ ଜିଲାକୁ ଲାଭ ଦେବ। ତେଣୁ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସୋମବାର ଭର୍ଚୁଆଲ ରାଲିରେ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳର ଭାଜପା ନେତା ପ୍ରତାପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାନସଭାସ୍ତରୀୟ ଜନସମ୍ବାଦ ଭର୍ଚୁଆଲ୍‌ ରାଲିରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ଅନୁଗୋଳରେ ଆଲୁମିନିୟମ ପାର୍କର କାର୍ଯ୍ୟ ଚାଲୁଛି। ଏହା କାର୍ଯ୍ୟକ୍ଷମ ହେଲେ ଆଲୁମିନିୟମ ଆଧାରିତ ଡାଉନ୍‌ଷ୍ଟ୍ରିମ ଶିଳ୍ପ ଚାହିଦା ବଢ଼ିବ। ଏଥିସହ ଜିଲାର ଯୁବକମାନଙ୍କୁ ରୋଜଗାର ମିଳିବ। ରାଜ୍ୟରେ ଖଣିଜ କ୍ଷେତ୍ରର ବିକାଶ ହେବା ସହ ଅର୍ଥନୀତି ମଧ୍ୟ ମଜଭୁତ ହେବ। ତେଣୁ ମୋଦି ସରକାରଙ୍କ ମହତ୍ତ୍ବ, ବିକାଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ରାଜ୍ୟ ଭାଜପା ସମ୍ପାଦକ କାଳନ୍ଦୀ ଚରଣ ସାମଲ, ଜିଲା ସଭାପତି ଦିଲେଶ୍ୱର ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା, ଭାଗୀରଥି ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରର ସୁରକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ସୁପାରିଶ କାର୍ଯ୍ୟକାରୀ କରିବା ଜରୁରୀ, ମହାପ୍ରଭୁଙ୍କ ସେବା ଭାବି ସହଯୋଗ କରନ୍ତୁ; କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରୀର ବିକାଶ ପାଇଁ ୫ଶହ କୋଟି ଟଙ୍କାର ପ୍ୟାକେଜ୍‌...

ମୁଣ୍ଡଳୀରେ ୧୨ଲକ୍ଷ କ୍ୟୁସେକ ଜଳ ପ୍ରବାହିତ

କଟକ ଅଫିସ, ୧୭ା୮: ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରର ୩୪ଟି ଗେଟ୍‌ ଦେଇ ଜଳ ନିସ୍କାସନ ପରେ ତଳମୁଣ୍ଡରେ ବନ୍ୟାସ୍ଥିତି ଦେଖାଦେଇଛି।...

ପରମ୍ପରା ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୨୪।୫ ରାଜ୍ୟର ଶୈବପୀଠଗୁଡ଼ିକରେ ଆଉ ବ୍ୟବହାର ହେବନି ଗଞ୍ଜେଇ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ...

ବସିବ ରଥଯାତ୍ରା ପ୍ରସ୍ତୁତି ସମନ୍ବୟ ବୈଠକ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୮।୬: ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା...

ଉଦଳା ଏନ୍‌ଏସିରେ ବାଘ ଆତଙ୍କ

ଉଦଳା,୨୭ା୮ (ଡି.ଏନ୍‌.ଏ.) – କପ୍ତିପଦା ଉପଖଣ୍ଡ ସଦର ମହକୁମା ଉଦଳା ଏନଏସିର ୧୨ ନଂ ୱାର୍ଡରେ ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତିରେ ଏହି ଓ୍ବାର୍ଡକୁ...

ଶେଷ ହେଲା ସର୍ବଦଳୀୟ ବୈଠକ, ମଙ୍ଗଳବାର ବଜେଟ ଅଧିବେଶନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ଏହାପୂର୍ବରୁ ସୋମବାର ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି। ତେବେ ବଜେଟ ଅଧିବେଶନ କିଭଳି...

ତନ୍ତ୍ରସାଧକ ଭାଇର ନାରକୀୟ କାଣ୍ଡ ଘଟଣାର ପର୍ଦ୍ଦାଫାଶ : ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, ୭ା୧ (ଡି.ଏନ୍‌.ଏ.): ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ଅଭିଯୁକ୍ତ ତନ୍ତ୍ରସାଧକ ଜେଲରୁ...

ଛତ୍ରପୁରସ୍ଥିତ ସର୍କିଟ ହାଉସଠାରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର

ଛତ୍ରପୁର,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗସ୍ତ ଅବସରରେ ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଛତ୍ରପୁରସ୍ଥିତ ସର୍କିଟ ହାଉସଠାରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି।...

Advertisement
Archives

Model This Week