Posted inରାଜ୍ୟ

ଭର୍ଚୁଆଲ ରାଲିରେ ଓଡିଶାବାସୀଙ୍କୁ ସମ୍ବୋଧିତ କଲେ ଗୃହମନ୍ତ୍ରୀ

ଭୁବନେଶ୍ୱର,୮।୬(ବ୍ୟୁରୋ)-ମୋଦି ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଭର୍ଚୁଆଲ ରାଲିରେ ସୋମବାର ଗୃହମନ୍ତ୍ରୀ ଅମିତ ଶାହ ଓଡିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାମମନ୍ଦିର ନିର୍ମାଣ, ନାଗରିକତା (ସଂଶୋଧନ) ଆଇନ ପ୍ରୟଣନ, କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କ୍ଷେତ୍ରରେ ସରକାରଙ୍କ ସଫଳତା ବିଷୟରେ ଗୃହମନ୍ତ୍ରୀ ଶାହ ମତବ୍ୟକ୍ତ କରିଛନ୍ତି। ଆୟୁଷମାନ ଭାରତ ଯୋଜନା ମାଧ୍ୟମରେ ମୋଦି ସରକାର ଦେଶର ଗରିବ ଲୋକଙ୍କୁ ସ୍ବାସ୍ଥ୍ୟ ସେବାର ସୁରକ୍ଷା ପ୍ରଦାନ କରୁଛନ୍ତି। ସେହିପରି ଉଜ୍ଜ୍ୱଳା ଯୋଜନାରେ  ୮ କୋଟି ଗରିବ ଲୋକ ରନ୍ଧନ ଗ୍ୟାସ ପାଇପାରିଛନ୍ତି। ଗତ ୬ ବର୍ଷ ମଧ୍ୟରେ ୧୦ କୋଟି ପରିବାରକୁ ଶୌଚାଳୟ ଓ ଅଢେଇ କୋଟି ପରିବାରକୁ ଘର ଦିଆଯାଇଛି ବୋଲି ଗୃହମନ୍ତ୍ରୀ ଶାହ ପ୍ରକାଶ କରିଥିଲେ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମୋଦି ସରକାର ଦେଶର ବିକାଶ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଭାଜପା ପ୍ରଦେଶ ସଭାପତି ସମୀର ମହାନ୍ତି, ଓଡିଶା ପ୍ରଭାରୀ ଅରୁଣ ସିଂ, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ...

ମାଛ ଗଦିରୁ ୨ ଶାଙ୍କୁଚ ଜବତ, ୨ ଗିରଫ

ରାଜନଗର, ୧୩।୧୧(ଡି.ଏନ.ଏ.): ସିଡ୍ୟୁଲ-୧ ଶ୍ରେଣୀ ଭୁକ୍ତ ବିରଳ ଶାଙ୍କୁଚକୁ ବେଧଡକ ଭାବେ ନଦୀ ଓ ମୁହାଣରୁ ଧରାଯାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ରାଜନଗର ଅଞ୍ଚଳରେ...

ଟ୍ରାକ୍ଟର ଚାପାରେ ଛାତ୍ର ମୃତ, ଉତ୍ତେଜନା

ଲୋଇସିଂହା, ୧୨।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବିନ୍ଧାପାଲି ଗାଁରେ ଟ୍ରାକ୍ଟର ଚାପାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ଜଣ ପିଲା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ରୁ ୮୬...

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଅନୁଗୋଳ ଅଫିସ, ୨୧।୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଭାବେ ବିଜେଡି ମହେଶ ସାହୁଙ୍କୁ ମଇଦାନକୁ ଆଣିଛି। ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ଥିବା ମହେଶ...

‘ବିକାଶର ନୂଆ ଇତିହାସ ଲେଖିବ ବିଜୁ ଏକ୍ସପ୍ରେସ ଓ୍ବେ’

ବରଗଡ଼ ଅଫିସ/ସୋହେଲା,୫ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ସୋହେଲା ଗସ୍ତରେ ଆସି ରବିବାର ବିଜୁ ଏକ୍ସପ୍ରେସ ଓ୍ବେ ଲୋକାର୍ପିତ କରିଛନ୍ତି। ପ୍ରବାଦପୁରୁଷ ବିଜୁ...

ନଡ଼ା ପୋଡୁଥିବା ବେଳେ ଜିଅନ୍ତା ଜଳିଗଲେ ଚାଷୀ

ନୂଆପଡା ଅଫିସ, ୭।୩: ନିଜ ଜମିରେ ନିଆଁ ଲଗାଇ ଜଳିଗଲେ ଚାଷୀ। ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲା ସିନାପାଲି ମହାଜନପଡ଼ାରେ। ମୃତକ ଜଣକ...

ଧାମନଗରରେ ଚାଲିଛି ମତଦାନ

ଭଦ୍ରକ ଅଫିସ/ଧାମନଗର,୨।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ...

Advertisement
Archives

Model This Week