Posted inଜାତୀୟ

ଭବିଷ୍ୟନିଧି ପାଣ୍ଠି ଠକେଇ: ୯ ଲକ୍ଷ କର୍ମଚାରୀଙ୍କ ନାମରେ ସରକାରଙ୍କୁ ୩୦୦ କୋଟି ଠକିଛନ୍ତି ୮୦ ହଜାର କମ୍ପାନୀ

ନୂଆଦିଲ୍ଲୀ,୩୦।୧: ଦେଶରେ ଲୋକଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ତଥା ବେକାର ସମସ୍ୟା ଦୂର ଲାଗି ସରକାର ସଂଗଠିତ କ୍ଷେତ୍ର ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ସରକାର ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ତେବେ କେତେକ କମ୍ପାନୀ ଏହି ଯୋଜନା ମାଧ୍ୟମରେ ସରକାରଙ୍କୁ ଠକିବାରେ ଲାଗିଛନ୍ତି। ଏବେ ଏହାର ପର୍ଦ୍ଦାଫାଶ୍‌ ହୋଇଛି। ଦେଶର ୮୦ ହଜାର କମ୍ପାନୀ ୯ ଲକ୍ଷ କର୍ମଚାରୀଙ୍କ ନାମରେ ସରକାରଙ୍କୁ ୩୦୦ କୋଟି ଟଙ୍କାର ଠକେଇ କରିଛନ୍ତି। ବେଆଇନ ଭାବେ କର୍ମଚାରୀଙ୍କ ନାମକୁ ଭବିଷ୍ୟନିଧି ସଂଗଠନରେ ସାମିଲ୍‌ କରାଯାଇଛି। ଏହାର ଲାଭ ସମ୍ପୃକ୍ତ କମ୍ପାନୀ ପାଇଥିବାବେଳେ ସରକାରଙ୍କର କ୍ଷତି ହୋଇଛି। ଠକେଇ ସମ୍ପର୍କରେ ସୂଚନା ମିଳିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ ୨୨୨ କୋଟି ଟଙ୍କା ଆଦାୟ କରାଯାଇଛି। ଏହା ସହିତ ୯ ଲକ୍ଷ କର୍ମଚାରୀଙ୍କ ଭବିଷ୍ୟନିଧି ଖାତାକୁ ବ୍ଲକ୍‌ କରାଯାଇଛି। ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ୨୦୧୬ରୁ ଆରମ୍ଭ ହୋଇଥିବାବେଳେ ସେହିବର୍ଷ ଏପ୍ରିଲ୍‌ ୧ରୁ କର୍ମଚାରୀଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିଲା। ଠକେଇରେ ସାମିଲ୍‌ ଥିବା ୮୦ ହଜାର କମ୍ପାନୀ ୮ଲକ୍ଷ ୯୮ ହଜାର ୫ଶହ ୭୬ କର୍ମଚାରୀଙ୍କୁ ନୂତନ ନିଯୁକ୍ତି ଦେଇଥିବା ଦର୍ଶାଇ ୨୦୧୯ ଜୁଲାଇ ୧୬ ମଧ୍ୟରେ ଟଙ୍କା ଠକେଇ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ସହଯୋଗୀଙ୍କ ବିନା ନିର୍ବାଚନ ଲଢ଼ିବା ରାସ୍ତାରେ କଂଗ୍ରେସ…

କନ୍ୟାକୁମାରୀ, ୮।୯ : ଗୁରୁବାର ଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ପଦଯାତ୍ରା ସହିତ ଦଳ ବଡ଼ ଯୋଜନା କରିବା ଆରମ୍ଭ କରିଛି। ଏହା...

ଅମୃତପାଲ ସିଂଙ୍କ ଚାଚା-ଡ୍ରାଇଭର କଲେ ସରେଣ୍ଡର, ମର୍ସିଡିଜ କାରରେ ବସି ପହଞ୍ଚିଲେ ପୋଲିସ ନିକଟରେ

ଚଣ୍ଡିଗଡ଼,୨୦ ।୩: ଖଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କୁ ପୋଲିସ ଖୋଜୁଥିବା ବେଳେ ଏହାକୁ ନେଇ ପଞ୍ଜାବ ପୋଲିସର ସର୍ଚ୍ଚ ଅପରେଶନ ଜୋରସୋରରେ ଚାଲିଛି । ଇତିମଧ୍ୟରେ...

ଲେହରେ ଗର୍ଜିଲେ ମୋଦି

ଲେହ,୩।୭: ସମସ୍ତଙ୍କୁ ଚକିତ କଲାଭଳି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଚାଇନା ଉପରେ ଖୁବ୍‌ ବର୍ଷିଛନ୍ତି।...

ବିଳମ୍ବିତ ରାତିରେ ଜମ୍ମୁ କ୍ୟାମ୍ପରେ ଶରଣ ନେଲେ କଶ୍ମୀରୀ ପଣ୍ଡିତ, କର୍ମଚାରୀ

ଜମ୍ମୁ,୩ ।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ୧୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀମାନେ ୨ ମୁଣ୍ଡ ଗଡାଇଲେଣି...

ବେରୋଜଗାର ଯୁବକଙ୍କ ପାଇଁ ‘ଯୁବ ନିଧି’ଯୋଜନା ଘୋଷଣା କଲା କଂଗ୍ରେସ

ବେଙ୍ଗାଲୁରୁ,୨୦।୩: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ରାଜ୍ୟରେ ବେରୋଜଗାର ଯୁବକମାନଙ୍କ ପାଇଁ ‘ଯୁବ ନିଧି’ଯୋଜନା ଘୋଷଣା କରିଛନ୍ତି। ଏହି...

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ବଳାତ୍କାର ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୭।୧୨: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସବୁବେଳେ ବଳାତ୍କାର ନୁହେଁ। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ...

ଇଡବ୍ଲୁଏସ୍‌ ସଂରକ୍ଷଣ ଉପରେ ରାୟ ନଭେମ୍ବର ୭ରେ…

ନୂଆଦିଲ୍ଲୀ,୫।୧୧ : ଶିକ୍ଷା ଏବଂ ରୋଜଗାର କ୍ଷେତ୍ରରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ସଂରକ୍ଷଣ ନେଇ କରାଯାଇଥିବା ଆବେଦନର ରାୟ ନଭେମ୍ବର ୭ରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା...

ନମ୍ବି ଇଫେକ୍ଟ: ପୋଲିସ ଭୂମିକାର ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬ା୪: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ଏସ୍‌. ନମ୍ବି ନାରାୟଣନ୍‌ଙ୍କ ବିରୋଧରେ ଗୁପ୍ତଚରଗିରି ମାମଲାରେ ପୋଲିସ ଭୂମିକାକୁ ନେଇ କେନ୍ଦ୍ରୀୟ ତଦନ୍ତ...

Advertisement
Archives

Model This Week