ଭବିଷ୍ୟତ କହିବ

ଚାଇନାର ଉହାନ୍‌ରୁ କରୋନା ଭାଇରସ୍‌ ବାହାରିଥିଲା। ହେଲେ ଏହି ଭୂତାଣୁ ଏବେ ବିଶ୍ୱର ପ୍ରାୟ ସବୁ ଦେଶକୁ ଗ୍ରାସ କରିସାରିଛି। ଏପରିକି ଚାଇନା ରାଜଧାନୀ ବେଜିଂରେ ପୁନର୍ବାର ମୁଣ୍ଡ ଟେକିବାର ଖବର ମିଳିଛି। ଅବଶ୍ୟ ଚାଇନାରୁ ବାହାରୁଥିବା କୌଣସି ଖବର ବିଶ୍ୱାସଯୋଗ୍ୟ ହୋଇପାରୁ ନାହିଁ। କିଛି ମାସ ପାଇଁ ଉହାନ୍‌ରେ କଠୋର ନିୟମ ଲାଗୁ କରାଯିବା ପରେ ଚାଇନା ବାହୁବଳ ବ୍ୟବହାର କରି ଏହାକୁ ନିୟନ୍ତ୍ରଣ ମଧ୍ୟରେ ରଖିଥିବା ଦାବି କଲା। ସେଠାକାର ସ୍ଥିତି କିଭଳି ଅଛି ଏଠାରେ ବସି କହିବା ସମୀଚୀନ ହେଉନାହିଁ। ଅନ୍ୟପକ୍ଷରେ ଏହି ବିଷମ ଅବସ୍ଥାକୁ ସୃଷ୍ଟି କରିଥିବା ଚାଇନା ଏବେ ନିଜର ଔଦ୍ୟୋଗିକ ଉନ୍ନତି କରୁଛି ବୋଲି ପଦାକୁ ଖବର ପଠାଉଛି। ପୂର୍ବରୁ ଚିନ୍ତା କରାଯାଉଥିଲା ଯେ, କରୋନା ଭାଇରସ୍‌ ସୃଷ୍ଟି କରିବା ପରେ ତାହାକୁ ବିଶ୍ୱବ୍ୟାପୀ ବାଣ୍ଟିଥିବା ଚାଇନା ନିଜେ ସୁରକ୍ଷିତ ରହିଯାଇପାରେ। ସେଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଭାଷଣରେ ବାରମ୍ବାର ଚାଇନା ପ୍ରତି ଆକ୍ରମଣାତ୍ମକ ମନ୍ତବ୍ୟ ଦେଇ କହୁଥିଲେ ଯେ, ସେହି ଦେଶର କୁକର୍ମ ଯେହେତୁ ସମଗ୍ର ପୃଥିବୀକୁ କ୍ଷତି ପହଞ୍ଚାଇଛି, ସେହେତୁ ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଦରକାର। ଟ୍ରମ୍ପ୍‌ଙ୍କ ପରେ ଅଷ୍ଟ୍ରେଲିଆ ଭଳି ଆହୁରି ଅନେକ ଦେଶ ଏହି ଅନୁସନ୍ଧାନ ସପକ୍ଷରେ ମତ ବାଢ଼ିଥିଲେ। କିନ୍ତୁ ଆଜିର ବିଶ୍ୱ ପରିସ୍ଥିତିରେ ଚାଇନା ଭଳି ବୃହତ୍‌ ଉତ୍ପାଦକ ରାଷ୍ଟ୍ର, ଯାହାର ସାମରିକ ଶକ୍ତି ମଧ୍ୟ ବୃହତ୍‌, ତାହାକୁ ଛେକିବା କାହାରି ପାଇଁ ସମ୍ଭବପର ହେଉନାହିଁ। ପୂର୍ବରୁ କମ୍ୟୁନିଷ୍ଟ ସୋଭିଏଟ୍‌ ରୁଷ୍‌କୁ ‘ଲୁହାର ପର୍ଦ୍ଦା’ ପଛର ଦେଶ ବୋଲି କୁହାଯାଉଥିଲା ବେଳେ ଅନୁନ୍ନତ କମ୍ୟୁନିଷ୍ଟ ଚାଇନାକୁ ‘ବାଉଁଶ ପର୍ଦ୍ଦା’ ପଛର ଦେଶ କୁହାଯାଉଥିଲା। ତାହା ଇତିହାସ ପାଲଟିଗଲାଣି। ଏବେ ଚାଇନା ହେଉଛି ଲୁହା ପର୍ଦ୍ଦା ପଛରେ ଥିବା ଦେଶ। ସେହି ଢାଲର ସୁଯୋଗ ନେଇ ଏବେ ଚାଇନା ସରକାର ତାଙ୍କ ଦେଶର ଔଦ୍ୟୋଗିକ ବିକାଶ ପ୍ରତି ପୁନର୍ବାର ଦୃଷ୍ଟି ପକାଉଛନ୍ତି ବୋଲି ଖବର ମିଳୁଛି। ଏହାର ସଦ୍ୟ ଉଦାହରଣ ଭାବେ ଚାଇନାର ଦ୍ୱିତୀୟ ବୃହତ୍‌ ବିମାନ ଚଳାଚଳ କମ୍ପାନୀ ସାନ୍ୟା ଇଣ୍ଡରନ୍ୟାଶନାଲ ଏୟାରଲାଇନ୍‌ ଏବେ ତାହାର ଦ୍ୱୀପ ରାଜ୍ୟ ହାଇନାନ୍‌କୁ ନୂଆ ବିମାନ ଉଡ଼ାଣ କରିବା ପାଇଁ ଯୋଜନା କରିଛି।
କରୋନା ମହାମାରୀ ବେଳେ ଏହି ଯୋଜନା କେତେଦୂର ଫଳପ୍ରଦ ହେବ ଏବଂ ଏହାର ଆର୍ଥିକ ପରିସୀମା କେଉଁଭଳି ରୂପ ଧାରଣ କରିବ, ତାହା ଚାଇନା ବାହାରେ ଥିବା ଲୋକଙ୍କ ପାଇଁ କହିବା କଷ୍ଟକର। ତେବେ ଗୋଟିଏ କଥା ସ୍ପଷ୍ଟ ବୁଝାପଡୁଛି। ବିଶ୍ୱବ୍ୟାପୀ ଚଳିତ ଅର୍ଥନୈତିକ ମାନ୍ଦାବସ୍ଥାରୁ ଚାଇନା ବାଦ୍‌ ପଡ଼ିନାହିଁ। ପୃଥିବୀର ସର୍ବବୃହତ୍‌ ଉତ୍ପାଦକ ରାଷ୍ଟ୍ର ଭାବେ ସମ୍ଭବତଃ, ଚାଇନାର ସର୍ବାଧିକ କ୍ଷତି ମଧ୍ୟ ଘଟି ଥାଇପାରେ। ଗଳିକନ୍ଦି ଗାଁ ମୁଣ୍ଡରେ ଛୋଟବଡ଼ ଶିଳ୍ପ ପ୍ରତିଷ୍ଠା କରି ସମଗ୍ର ପୃଥିବୀରେ ‘ମେଡ୍‌ ଇନ୍‌ ଚାଇନା’ ସାମଗ୍ରୀ ଭର୍ତ୍ତି କରିଦେଇପାରୁଥିବା ଦେଶ ହଠାତ୍‌ ଏବେ କୌଣସି ଜିନିଷ ବିକ୍ରି କରିପାରୁ ନାହିଁ। ଏହା ଆମେ ଭାରତୀୟ ଅତି ସହଜରେ ବୁଝି ପାରୁଛୁ, କାରଣ ଚାଇନାର ନିମ୍ନମାନର ଦ୍ରବ୍ୟ ଭାରତରେ ଭର୍ତ୍ତି ହୋଇ ରହୁଥିଲା। ବର୍ତ୍ତମାନ ସେହି ପରିସ୍ଥିତିରେ ପରିବର୍ତ୍ତନ ଦେଖାଦେଇଛି। ବିଶେଷକରି ସାମଗ୍ରୀ ପରିବହନରେ ବାଧା ଘଟିଥିବାରୁ ଭାରତୀୟ ବନ୍ଦରଗୁଡ଼ିକରେ ଚାଇନା ସାମଗ୍ରୀ ଆସି ପହଞ୍ଚି ପାରୁନାହିଁ। ଏହାର ଅର୍ଥ କେତେକ ଭାରତୀୟ କରୁଥିବା ବର୍ଜନ ଗର୍ଜନର ପ୍ରଭାବ ପଡ଼ିଛି। କେବଳ ସାମଗ୍ରୀ ମିଳୁନାହିଁ, ଦୋକାନ ଥାକରେ ପହଞ୍ଚିଗଲେ ଗ୍ରାହକ ମାଳମାଳ।
କିନ୍ତୁ ଚାଇନା ପାଇଁ ଭାରତର ଗୁରୁତ୍ୱ ଅତ୍ୟନ୍ତ ନଗଣ୍ୟ। ଏବେ ସେହି କମ୍ୟୁନିଷ୍ଟ ଦେଶର ସବୁଠୁ ବଡ଼ ଚିନ୍ତା ହେଉଛି ଆଭ୍ୟନ୍ତରୀଣ ଜନ ଅସନ୍ତୋଷ। ଅର୍ଥନୀତିର ପତନରୁ ଜନ୍ମିଥିବା ବେକାରି ସମସ୍ୟା ସେହି ରାଷ୍ଟ୍ରର ଜନସାଧାରଣଙ୍କୁ ସରକାର ବିରୋଧୀ କରୁଛି ବୋଲି ପାଶ୍ଚାତ୍ୟ ଗଣମାଧ୍ୟମରୁ ଶୁଣିବାକୁ ମିଳୁଛି। ସେଥିପାଇଁ ଚାଇନା ଏବେ ତା’ ଦେଶର ଘରୋଇ ସମସ୍ୟାରୁ ଦୃଷ୍ଟି ହଟାଇବା ପାଇଁ ହଂକଂ ଉପରେ କର୍ତ୍ତୃତ୍ୱ ଜାହିର କରିବା, ପୂର୍ବ ଲଦାଖରେ ସେନା ମୁତୟନ କରି ଭାରତ ଭୂଖଣ୍ଡର କିଛି ଅଂଶକୁ ଅକ୍ତିଆର କରିବାର ପ୍ରଚେଷ୍ଟା ଏବଂ ଦକ୍ଷିଣ ଚାଇନା ସମୁଦ୍ର ଉପରେ ନିଜର ପତିଆରା ବୃଦ୍ଧି କରିଚାଲିଛି। ଗୋଟିଏପଟେ ଅର୍ଥନୈତିକ ମାନ୍ଦାବସ୍ଥା ତା’ର ବିଶାଳ ବଜାରକୁ ସଙ୍କୁଚିତ କରିଦେଇ ଥିବାରୁ ଦେଶ ଭିତରର ଜନଅସନ୍ତୋଷକୁ ଚପାଇବା ପାଇଁ ବେଜିଂ ବିଭିନ୍ନ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ଜାରିରଖିଛି ବୋଲି ଲୋକଦେଖାଣିଆ ପ୍ରଚାର କରୁଛି। ମାତ୍ର ଚାଇନାର ସାମଗ୍ରିକ ବିକାଶ କିଭଳି ରୂପ ଧାରଣ କରିବ ତାହା ଭବିଷ୍ୟତ କହିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri