ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଦ୍ୱାଦଶତମ ଦିବସ:ଆଇଆରବି ନାଇଥ୍‌ ବାଟାଲିୟନ୍‌ ବିଜୟୀ

ଭବାନୀପାଟଣା,୨୮।୯(ଡି.ଏନ.ଏ.)
ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଶୁକ୍ରବାର ୧୩ ତମ ମ୍ୟାଚ୍‌ରେ ଗୁଡମର୍ନିଂ କ୍ଲବ ବନାମ ଆଇଆରବି ନାଇଥ୍‌ ବାଟାଲିୟନ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇଆରବି ନାଇଥ୍‌ ବାଟାଲିୟନ୍‌ ୩-୦ରେ ଗୁଡମର୍ନିଂ କ୍ଲବକୁ ହରାଇ ବିଜୟୀ ହୋଇଛି। ମ୍ୟାଚ୍‌ରେ ଅତିଥି ଭାବେ ମହାବୀର ସାଂସ୍କୃତି ଅନୁଷ୍ଠାନ ସାଧାରଣ ସମ୍ପାଦକ ତଥା ରାଜ୍ୟ ସଙ୍ଗୀତ ନାଟକ ଏକାଡେମି ସଦସ୍ୟ ସତ୍ୟ ନାରାୟଣ ସିଂ ଯୋଗଦେଇଥିଲେ। ଜିତେନ୍ଦ୍ର କୁମାର ରଥ, ରଞ୍ଜନ ଦାସ, ପିଭି ରାଓ ଓ ମହମ୍ମଦ ଅବଦୁଲ କାଦର ପ୍ରମୁଖ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍‌ରେ କ୍ରୀଡା ସଂସ୍ଥାର ସମ୍ପାଦକ ତଥା ଓଡିଶା ଆଥୋଲେଟିକ୍‌ ଆସୋସିଏଶନ୍‌ ସଭାପତି ଜଗମୋହନ ପଟ୍ଟନାୟକ ଓ ଉପସଭାପତି ସୁରେନ୍ଦ୍ର ନାଥ ତ୍ରୀପାଠି, ଫୁଟବଲ ସେକ୍ରେଟେରି କାଦର ଖାନ, ଆଥେଲେଟିକ୍‌ ସେକ୍ରେଟେରି ସମ୍ଭୁ ରାଉତ, ଆଇପିଇ ମହେନ୍ଦ୍ର ପଣ୍ଡା, ଜିଲାର ଭେଟେରାନ ଫୁଟବଲ ଖେଳାଳି ନଳିନୀ ମୁଣ୍ଡ, ଜଳେଶ୍ୱର ଗଉଡ, କିଶୋର ସାହୁ, ଅର୍ଜୁନ ନାଏକ, ଧିରେନ ପଟ୍ଟନାୟକ, ରାଜିବ ସାହୁ, ସନ୍ତୋଷ ପ୍ରଧାନ, ଭିକାରୀ ଚରଣ ମିଶ୍ର, ଝୁନୁ ପଣ୍ଡା, ଅଶୋକ ପଟ୍ଟନାୟକ, ସନତ୍‌ କୁମାର ମହାପାତ୍ର ଓ ଚକ୍ରଧର ସେଠୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମିତା ମିଷ୍ଟ୍ରି : ଷ୍ଟାଡିୟମ ଖୋଳୁ ଖୋଳୁ ମିଳିଲା ପୋଡ଼ା ମୃତଦେହ

ଭବାନୀପାଟଣା,୧୯।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣା...

ଦାଦନ ଖଟିବାକୁ ଯାଇଥିଲେ: ଟ୍ରେନ ଲାଇନରୁ ମିଳିଲା ମୃତଦେହ

କୋକସରା,୧୦।୩(ଡି.ଏନ୍‌.ଏ.): ଦାଦନ ଖଟିବାକୁ ଯାଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଖୁଣ୍ଟିଆ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଟ୍ରେନ୍‌ ଲାଇନରୁ ଉଦ୍ଧାର ହୋଇଛି।...

ମାନସିକ ଚାପରେ ବିଷ ପିଇ ଜୀବନ ହାରିଲେ

କୋକସରା,୧୧।୯(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ଚିଲିଗୁଡା ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସୁଶାନ୍ତ ଖମାରୀ (୨୦)। ମିଳିଥିବା...

ଓଏପିଏଫ୍‌ ଯବାନଙ୍କୁ ମାଡ଼ମାରିଲେ ପୋଲିସ ସର୍ଜେଣ୍ଟ, ସହଯୋଗୀ

ଭବାନୀପାଟଣା, ୨୧।୪ (ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ସୋମବାର ରାତିରେ ତୁମୁଳକାଣ୍ଡ ଘଟିଛି। ରିଜର୍ଭ ଅଫିସରେ ମୁତୟନ ଓଏପିଏଫ୍‌ ଯବାନ ଓ...

୨ ବାଇକ୍‌ ମୁହାଁ ମୁହିଁ: ଜିପିଓ ଗୁରୁତର

ଜୁନାଗଡ଼,୧୨।୧: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମାଟିଗାଁ ନିକଟରେ ମଙ୍ଗଳବାର ୨ ବାଇକ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଥୁଆମୂଳ ରାମପୁର ବ୍ଲକର...

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ, କ୍ଷତିପୂରଣ ପରେ ଉଠିଲା ମୃତଦେହ

ଭବାନୀପାଟଣା/କୋକସରା,୧।୭(ସ୍ବ.ପ୍ର./ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ୨ ପୃଥକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭବାନୀପାଟଣା ବ୍ଲକ କନ୍ଦବାନ୍ଦୋପଲା ଗ୍ରାମର ରତ୍ନାକର ମାଝି (୨୩) ଏବଂ...

ବିଶ୍ୱ ଆଦିବାସୀ ଦିବସ ସମାରୋହ

କର୍ଲାମୁଣ୍ଡା,୧୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବ୍ଲକସ୍ତରୀୟ ବିଶ୍ୱ ଆଦିବାସୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମୁଗଲାଲ ମାଝିଙ୍କ...

ସୌରଭ କଳାହାଣ୍ଡି ଜିଲା ଟପ୍ପର

ଜୁନାଗଡ,୨୯।୭(ଡି.ଏନ୍‌.ଏ)-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ହାବସପୁରସ୍ଥିତ କୃପାସିନ୍ଦୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୌରଭ କୁମାର ସର୍ବାଧିକ ନମ୍ବର ରଖି...

Advertisement
Archives

Model This Week