ଭବାନୀପାଟଣାରେ ଖୋଲିବ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର

ଭବାନୀପାଟଣା,୨୬।୬(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ୫ଟି ସ୍ଥାନରେ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର ଖୋଲିବ। ଏ ନେଇ ଏମ୍‌ଏସ୍‌ଏମ୍‌ଇ ବିଭାଗର ଏକ ଟିମ୍‌ ଏମ୍‌କେ ଶତପଥୀଙ୍କ ନେତୃତ୍ୱରେ ଭବାନୀପାଟଣା ଗସ୍ତକରି ଏହି ତାଲିମ କେନ୍ଦ୍ର ପାଇଁ ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରିବାକୁ ସରକାରୀ ପଲିଟେକ୍‌ନିକ୍‌ କଲେଜ ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧି ଦଳ ସହ ଓଡ଼ିଶା ବୈଷୟିକ ତାଲିମ୍‌ ଓ ଶିକ୍ଷା ନିର୍ଦ୍ଦେଶାଳୟର ଡେପୁଟି ନିର୍ଦ୍ଦେଶକ ଅଜୟ ପଣ୍ଡା ଗତ ମଙ୍ଗଳବାର ପ୍ରଥମେ ସରକାରୀ ଆଇଟିଆଇ ପରିଦର୍ଶନ କରି ପ୍ରସ୍ତାବିତ ତାଲିମ କେନ୍ଦ୍ର ଖୋଲିବାକୁ ଭିତ୍ତିଭୂମି ଯାଞ୍ଚ କରିଥିଲେ। ବୁଧବାର ଏହି ପ୍ରତିିନିଧି ଦଳ ବାନ୍ଦୋପଲାଠାରେ ଯାନ୍ତ୍ରିକ କଲେଜର ଭିଭିଭୂମି ଯାଞ୍ଚ କରିବେ ବୋଲି କେନ୍ଦ୍ର ଟୁଲ୍‌ ରୁମ୍‌ ଏବଂ ତାଲିମ କେନ୍ଦ୍ର ଭୁବନେଶ୍ୱରର ମ୍ୟାନେଜର ଏମ୍‌କେ ଶତପଥୀ କହିଛନ୍ତି। ଟୁଲ୍‌ ରୁମ୍‌ ତାଲିମ୍‌ କେନ୍ଦ୍ର ଖୋଲିବା ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମିର ପ୍ରାୟ ୯୦ ଶତକଡା ପୂରଣ କରୁଛି ବୋଲି ମ୍ୟାନେଜର ଶତପଥୀ କହିଛନ୍ତି। ଏହା ଜରିଆରେ କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ମନ୍ତ୍ରାଳୟ ଆଗ୍ରହୀ ଯୁବପିଢ଼ିଙ୍କୁ ନିଯୁକ୍ତିଭିତ୍ତିକ ଜ୍ଞାନକୌଶଳ ତାଲିମ୍‌ ପ୍ରଦାନର ସୁବିଧା ଭବାନୀପାଟଣାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଆସନ୍ତା ଶିକ୍ଷାବର୍ଷରୁ ଭବାନୀପାଟଣାରେ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ଏବଂ ଯୁବତୀ ଯୁବକଙ୍କୁ ତାଲିମ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ଜିଲା ସରକାରୀ ଡାକ୍ତରଖାନାରେ ଦିଆଯାଉଛି ଏକ୍ସପାଏରି ସାଲାଇନ

ସମ୍ବଲପୁର,୧ା୩(ବ୍ୟୁରୋ):ସମ୍ବଲପୁର ଜିଲା ସଦର ଡାକ୍ତରଖାନା (ଡିଏଚ୍‌ଏଚ୍‌)ରେ ରୋଗୀସେବାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଏହାର ନମୁନା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କୁ ଏକ୍ସପାଏରି ସାଲାଇନ ଦିଆଯିବା...

ମୋବାଇଲ ଫୋନକୁ ନେଇ ବଚସାରୁ ହତ୍ୟାକାଣ୍ଡ

ସମ୍ବଲପୁର,୨୧।୩(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସର୍ଲାକାନୀ ଗାନ୍ଧୀପଡାର ଗଣେଶ ଓରାମ...

ବଲାଙ୍ଗୀର ଜିଲା: ମାଟ୍ରିକ୍‌ ପରୀକ୍ଷା ପାସ୍‌ହାର ୭୩.୦୮ % , ସିଦ୍ଧାନ୍ତ ରାୟ ଜିଲା ଟପ୍ପର

ବଲାଙ୍ଗୀର ଅଫିସ, ୨୧ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ମଙ୍ଗଳବାର ପ୍ରକାଶ ପାଇଛି ା ଜିଲାରେ ପାସ୍‌ହାର ୭୩.୦୮...

ପଶ୍ଚିମ ଓଡ଼ିଶାରେ ଭିଟାମିନ୍‌ଯୁକ୍ତ ଚାଉଳ ଉତ୍ପାଦନ ପ୍ଲାଣ୍ଟ

ସମ୍ବଲପୁର,୨୨ା୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୨ଟି ସ୍ଥାନରେ ଭିଟାମିନ୍‌ଯୁକ୍ତ ଚାଉଳ ଉତ୍ପାଦନ (ଫର୍ଟିଫାଏଡ୍‌ ରାଇସ୍‌ କେର୍‌ନେଲ) ପ୍ଲାଣ୍ଟ ସ୍ଥାପନ ହେବ। ଏହା ରାଜ୍ୟରେ ପ୍ରଥମ। ଏହି ପ୍ଲାଣ୍ଟକୁ...

ବଲାଙ୍ଗୀରରେ ନରସିଂହ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ରହିଛନ୍ତି। ନରସିଂହ ୮୨୬୬ ଭୋଟ...

ହୀରାକୁଦ ଡ୍ୟାମ୍‌:୨୦ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର,  ୧୧-୯ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମରୁ ମଙ୍ଗଳବାର ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ରାତି ୯ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ...

କାର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ

ଜହ୍ନାପଙ୍କ, ୬।୬ (ଡି.ଏନ.ଏ): ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ନଂ. ୫୭ର ଜହ୍ନାପଙ୍କ ଫାଣ୍ଡି ନିକଟରେ ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ଏକ କାର (ନଂ.ଓଡି୧୭ଏଚ/୬୬୭୭)...

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା...

Advertisement


Archives

Model This Week