ଭଦ୍ରକ ଜିଲାରେ ୫ କରୋନା ପଜିଟିଭ୍‌ ଚିହ୍ନଟ: ୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା, କଟକଣା ଜାରିକଲା ପ୍ରଶାସନ

ଭଦ୍ରକ ଅଫିସ,୨୦ା୪: ଭଦ୍ରକ ଜିଲାରେ ପୁଣି ଥରେ ଗୋଟିଏ ଦିନରେ ୫ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ୍‌ କରି ଦିଆଯିବା ସହ ଯାତାୟାତରେ କଟକଣା ଜାରି କରାଯାଇଛି। ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଭଣ୍ଡାରିପୋଖରୀ ବ୍ଲକର ୨ ଜଣ ହୋଇଥିବା ବେଳେ ବାସୁଦେବପୁର ବ୍ଲକର ୩ ଜଣ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ, ଉକ୍ତ ପଞ୍ଚାୟତଗୁଡ଼ିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଚି଼ହ୍ନଟ କରାଯାଇ ବିଭିନ୍ନ କଟକଣା ଜାରି କରାଯାଇ ରୋଗୀମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରାଯାଇଛି। ସ୍ବତନ୍ତ୍ର ଅଧିକାରୀମାନେ ଚି଼ହ୍ନଟ ରୋଗୀମାନଙ୍କ ଗସ୍ତ ବିବରଣୀ ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଛନ୍ତି। ପରେ ଏ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଜିଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ପୂର୍ବରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ଆଉ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ପୂର୍ବରୁ ୨ ସୁସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେପୁଟେଶନରେ ଗଲେ ମାଡ଼ ଖାଇଥିବା ଶିକ୍ଷୟିତ୍ରୀ-ଶିକ୍ଷକ

କେନ୍ଦୁଝର,୧୪ା୫(ସ୍ବ.ପ୍ର.): ସାହାରପଡ଼ା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ସରକାରୀ ହାଇସ୍କୁଲର ମାଟ୍ରିକ ପରୀକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ର ଅଧୀକ୍ଷକ ଏବଂ ଡେପୁଟି କେନ୍ଦ୍ର ଅଧୀକ୍ଷକଙ୍କୁ ଜଣେ...

ହର୍ବାଲ୍‌ ପ୍ରଡକ୍ଟ ଦେଇଛି ମହିଳାଙ୍କୁ ରୋଜଗାର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ...

୧୨ ରାତି ୮ଟାରୁ ୧୪୪

ଭବାନୀପାଟଣା,୯।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ପସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତା ୧୩ ତାରିଖ ମା’ଙ୍କ ଯାତ୍ରା ହେବ।...

ଲୁଣରେ ଲୁଚାଇ ନେଉଥିଲେ ଗଞ୍ଜେଇ

ଚିତ୍ରକୋଣ୍ଡା,୧୬ା୬(ଡି.ଏନ୍‌.ଏ.): ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡା ଅଞ୍ଚଳରୁ ଛତିଶଗଡ଼ ରାୟପୁରକୁ ଏକ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଧରାପଡିଛି। ବୁଧବାର ରାତିରେ ପାଟ୍ରୋଲିଂ...

ବ୍ରହ୍ମ ତାଳଧ୍ୱଜ ରଥରେ ଯୋଡ଼ା ହେଉଛି ବରାନ୍ଦ

କେନ୍ଦ୍ରାପଡ଼ା ଅଫିସ, ୧୩ା୬: ଆସନ୍ତା ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। କେନ୍ଦ୍ରାପଡାର ଇଚ୍ଛାପୁରସ୍ଥିତ ବ୍ରହ୍ମ ତାଳଧ୍ୱଜ ରଥରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉ ବିରାଜମାନ...

‘ଲଙ୍ଗ୍‌-ରେଞ୍ଜ ବମ୍‌’ର ଉଡ଼ାଣ ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ,୩୦।୧୦: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ପରିସରରୁ ଶୁକ୍ରବାର ଲଙ୍ଗ-ରେଞ୍ଜ ବମ୍‌ (ଏଲ୍‌ଆର୍‌ବି)ର ଉଡାଣ ପରୀକ୍ଷଣ ସଫଳ ହୋଇଛି। ଡିଆର୍‌ଡିଓ...

୧୫ ଏକର ଫସଲ ଦଳିଦେଲେ

ଖମାର, ୨୨ା୮ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାରରେ ଥମୁନି ହାତୀ ଉପଦ୍ରବ। ବାରମ୍ବାର ଗଁା ନିକଟକୁ ଆସି ଧନ ଜୀବନ ନଷ୍ଟ କରୁଥିବାବେଳେ ଶୁକ୍ରବାର...

ମହୁ ପାଇଁ ଜଙ୍ଗଲ ଜଳୁଛି

କେନ୍ଦ୍ରାପଡ଼ା ଅଫିସ, ୯ା୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୪ ବର୍ଷ ମଧ୍ୟରେ ୧୧ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭିବା ପୂର୍ବରୁ ଏକର ଏକର...

Advertisement
Archives

Model This Week