ଭଦ୍ରକରେ ବୁଲ୍‌ବୁଲ ପ୍ରଭାବ: ଲାଗିରହିଛି ବର୍ଷା, ପବନ; ଦୋକାନବଜାର ବନ୍ଦ

ଭଦ୍ରକ ଅଫିସ,୯।୧୧: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଭଦ୍ରକ ଜିଲା ସମୁଦ୍ର ଉପକୂଳବର୍ତ୍ତୀ ଧାମରା ଓ ଚାନ୍ଦବାଲିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପରିସ୍ଥିତି ଉପରେ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି। ଆବଶ୍ୟକ ସ୍ଥଳେ ସମୁଦ୍ର ଉପକୂଳବର୍ତ୍ତୀ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ବର୍ଷା ଓ ପବନ ପ୍ରଭାବରେ ପାଚିଲା ଧାନ ଗଛ ଶୋଇଯିବା ଯୋଗୁ ଚାଷ କ୍ଷତି ହୋଇପାରେ ବୋଲି ଚାଷୀ ମନରେ ହତାଶାଭାବ ଦେଖାଦେଇଛି। ବାତ୍ୟାକୁ କିପରି ମୁକାବିଲା କରିବାକୁ ପଡ଼ିବ ସେଥିପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତଥିବା ଜଣାପଡ଼ିଛି। ପାହାନ୍ତାରୁ ବର୍ଷା ସାଙ୍ଗକୁ ପବନ ଲୋକଙ୍କୁ ଭୟଭୀତ କରାଇଛି। ଦୋକାନବଜାର ଖୋଲି ନ ଥିବାବେଳେ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ ସଜାଗଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ଟାଟା ମ୍ୟାଜିକ୍‌, ୩ ଗୁରୁତର

ଆରଡ଼ି,୧୦।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ବାଇପାସ୍‌ ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ସାଇକେଲ ଚାଳକକୁ ରକ୍ଷା କରିବାକୁ ଯାଇ ଏକ ଟାଟା ମ୍ୟାଜିକ୍‌ ଗଛରେ ପିଟି ହେବାରୁ...

ଶାଗ ତୋଳିବାକୁ ଯାଇଥିବା ବେଳେ ଆଈ, ନାତୁଣୀଙ୍କୁ ଦଳିଦେଲା ଦନ୍ତା

ବିଶୋଇ,୮।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ବଣ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସ୍ଥାନୀୟ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଶନିବାର ଏକ ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ...

ଉଦ୍‌ଘାଟନର ୯ ମାସ ବିତିଲା, ଜିଲା ସଂସ୍କୃତି ଭବନ କାର୍ଯ୍ୟକ୍ଷମ ହେଲାନି

ସୋନପୁର,୨୦।୫(ନି.ପ୍ର.)  ପ୍ରକଳ୍ପ ଉଦ୍‌ଘାଟନ ହୋଇଛି, କିନ୍ତୁ ତାଲା ଝୁଲୁଛି। ୯ମାସ ପରେ ବି କାର୍ଯ୍ୟକ୍ଷମ ହେଉନି। ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଦେଢକୋଟିରୁ ଊର୍ଦ୍ଧ୍ୱ ଟଙ୍କା...

ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ

କନ୍ଧମାଳ,୩୦।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଶନିବାର ମୁହାଁମୁହିଁ ହୋଇଛି। ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଯାଇଥିବା ବେଳେ...

ବିଏମ୍‌ସିର ପ୍ରସ୍ତାବିତ ଡିଡିଏନ୍‌ ପ୍ରକଳ୍ପ ବନ୍ଦ : କାର୍ଯ୍ୟକାରୀ ନ ହେଉଣୁ ମିଳିଛି ସ୍କଚ୍‌ ପୁରସ୍କାର

ବ୍ରହ୍ମପୁର ଅଫିସ,୧୬ା୬-ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପ୍ରସ୍ତାବିତ ଡିଜିଟାଲ ଡୋର ନମ୍ବରିଂ (ଡିଡିଏନ୍‌) ଯୋଜନା ବନ୍ଦ ହୋଇଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ...

ସରଡିହାରେ ହାତୀପଲଙ୍କ ଉତ୍ପାତ

ବସ୍ତା, ୨୬ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ୪ଦିନ ପୂର୍ବରୁ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମରେ ହାତୀପଲ ଉତ୍ପାତ କରିବା ସହିତ ବ୍ୟାପକ...

କାଇଞ୍ଚପୁର ପଞ୍ଚାୟତରେ କରୋନା ଟିକାର ଶୁଭାରମ୍ଭ

ଗଞ୍ଜାମ, ୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଞ୍ଚପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର କରୋନା ଟୀକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଖଣ୍ଡଦେଉଳି ମେଡିକାଲ ଡାକ୍ତର...

ଭୋଟରେ ପରୀ ହତ୍ୟା,ଚିନିକଳ ତାତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ନିର୍ବାଚନମଣ୍ଡଳୀ ଅଧୀନ ନୟାଗଡ଼ ବ୍ଲକର ୧୨,୧୩,୧୪ ଓ ୧୫ ନଂ.ଜୋନ୍‌ ଏବଂ ଓଡ଼ଗାଁ ବ୍ଲକର ୧  ଓ ୨ ନଂ. ଆଦି...

Advertisement
Archives

Model This Week