ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ : ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ

ନୟାଗଡ଼ ଅଫିସ/ନୂଆଗାଁ (ଡି.ଏନ.ଏ.)୨୭।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳିସ୍ଥିତ ଜନଶକ୍ତି ନୋଡ଼ାଲ ଉଚ୍ଚବିଦ୍ୟାଳୟରେ କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିବାବେଳେ ତାହା ଭଙ୍ଗାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଗତ ବର୍ଷ ଅଗଷ୍ଟ ମାସରେ ତତ୍କାଳୀନ ଜିଲାପାଳ ଡା. ଏନ୍‌. ତିରୁମାଲା ନାୟକ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ ବିପଦସଙ୍କୁଳ ଗୃହକୁ ଭାଙ୍ଗିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟ ବିଧିବଦ୍ଧ ଭାବେ ଉକ୍ତ ଘରକୁ ଭାଙ୍ଗିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ କିନ୍ତୁ ଉକ୍ତ ଘରକୁ ଭଙ୍ଗାଯାଇନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ବିଦ୍ୟାଳୟର ଶ୍ରେଣୀଗୃହକୁ ଭଙ୍ଗା ଯାଉ ନ ଥିବା ବିଦ୍ୟାଳୟ ପରିଚାଳନା କମିଟି ପ୍ରକାଶ କରିଛିି। ଫଳରେ ଉକ୍ତ ଘରେ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସେମାନେ ପ୍ରକାଶ କରିଛନ୍ତିି । ବର୍ତ୍ତମାନ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବିଦ୍ୟାଳୟ ପରିସରରେ ଥିବା ୪ଟି ବିପଦସଙ୍କୁଳ ଗୃହର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ବାଣ୍ଟିଲା ଜାବ

ବରଗଡ଼ ଅଫିସ,୧୮।୪: କରୋନା (କୋଭିଡ-୧୯) ଭୂତାଣୁ ପ୍ରତିହତ କରିବା ପାଇଁ ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ବାନ୍ଧିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ...

ଲୋକଲୋଚନକୁ ଆସିବ ଲୁପ୍ତପ୍ରାୟ ସଂସ୍କୃତି

ଢେଙ୍କାନାଳ ଅଫିସ, ୨୨।୨: ଢେଙ୍କାନାଳ ଜିଲାର ଲୁପ୍ତପ୍ରାୟ ଆଦିବାସୀ ସଂସ୍କୃତି, ପରମ୍ପରାକୁ ପୁନର୍ଜୀବିତ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ରବିବାର ସ୍ଥାନୀୟ...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର

କୋକସରା,୨୫ା୬(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଦୁଇ ପରିବାରର ମାଟିଘର ଭାଙ୍ଗିଯାଇଛି। ଫଳରେ ଏବେ ଅସହାୟ ଅବସ୍ଥାରେ ସରକାରୀ ସହାୟତା ଲୋଡୁଛନ୍ତି ବିପନ୍ନ ପରିବାର। କଳାହାଣ୍ଡି ଜିଲା କୋକସରା...

ଜିଲା ମୁଖ୍ୟ ଚିକିତ୍ସାଳୟ, ଆରଟିଓରେ ଚଢ଼ାଉ:୭ ଜଣଙ୍କୁ ଗିରଫ କଲା ପୋଲିିସ

ଅନୁଗୋଳ ଅଫିସ, ୨୮।୯ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଆରଟିଓ କାର୍ଯ୍ୟାଳୟରେ ଦଲାଲି ଅଭିଯୋଗରେ ଶୁକ୍ରବାର ୭ ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି।...

ବିଧାନସଭାରେ ନୀରବ ଜନପ୍ରତିନିଧି

ଯାଜପୁର ଅଫିସ,୩ା୩: ଯାଜପୁର ଜିଲାରେ ପ୍ରାୟ ୧୮ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ଏଠାରୁ ପନିପରିବା ଜିଲା ତଥା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ...

ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର

ସମ୍ବଲପୁର,୧୬।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜଳସ୍ତର ୬୨୫ ଫୁଟ୍‌ ଟପିଛି। ସକାଳ ୬ଟା ସୁଦ୍ଧା...

କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ: ଟଙ୍କା ପୈଠ ନ କରିବାରୁ ମୃତଦେହ ଛାଡ଼ିଲାନି ମେଡିକାଲ

ସମ୍ବଲପୁର,୪।୯(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଳ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାର, ଫସଲ ନଷ୍ଟ ଯୋଗୁ କୀଟନାଶକ ପିଇ ଜଣେ...

ଉପନିର୍ବାଚନ ବେଳେ ତେଜୁଛି ଆନ୍ଦୋଳନ

ଝାରବନ୍ଧ, ୨୧ା୧୧(ଡି.ଏନ.ଏ.): ପଦ୍ମପୁର ଉପ ନିର୍ବାଚନ ବିଭିନ୍ନ ଦାବି ଉପସ୍ଥାପନ ପାଇଁ ଅଞ୍ଚଳବାସୀଙ୍କୁ ସୁଯୋଗ ଦେଇଛି। ଏଥିପାଇଁ ନିର୍ବାଚନ ମଣ୍ଡଳୀ ଅଧିନ ବିଭିନ୍ନ ସ୍ଥାନରେ ଜନଜନଆନ୍ଦୋଳନ...

Advertisement
Archives

Model This Week