Advertisement
Posted inରାଜ୍ୟ

ଭକ୍ତ ପାଇଲେ ନୀଳାଚଳ ଅବଢ଼ା

ପୁରୀ ଅଫିସ,୧୭ା୭: ସରିଯାଇଛି ରଥଯାତ୍ରା। ରତ୍ନସିଂହାସନରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଗହଳି ଚହଳି। ମଙ୍ଗଳବାର ମହାପ୍ରଭୁଙ୍କୁ ଲାଗି ହୋଇଛି ମହାପ୍ରସାଦ। ଭକ୍ତ ପାଇଛନ୍ତି ନୀଳାଚଳ ଅବଢା। ଚନ୍ଦ୍ରଗ୍ରହଣ ଥିବାରୁ ନୀତିକାନ୍ତି ବି ସଅଳ ହୋଇଛି।
ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଶ୍ରୀମନ୍ଦିରରେ ଅବଢା ବନ୍ଦ ରହିଥିଲା। ଚତୁର୍ଦ୍ଧାବିଗ୍ରହ ନବଦିନାତ୍ମକ ଯାତ୍ରା ଶେଷକରି ବାହୁଡ଼ିିଛନ୍ତି ଶ୍ରୀମନ୍ଦିର। ଖାଲିପଡ଼ିଥିବା ରତ୍ନସିଂହାସନ ମହାପ୍ରଭୁଙ୍କ ବିରାଜମାନରେ ଶୋଭାବର୍ଦ୍ଧନ କରୁଛି। ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ଦର୍ଶନ ଓ ଆନନ୍ଦବଜାରରେ ଅବଢା ପାଇଁ ଭକ୍ତଙ୍କ ଅପେକ୍ଷା ରହିଥିଲା। ଏବେ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି। ମଙ୍ଗଳବାର ଭୋର ୫ଟା ୪୫ରେ ଶ୍ରୀମନ୍ଦିର ଦ୍ୱାର ଫିଟିଥିଲା। ଏହାପରେ ମନ୍ଦିର ଭିତର ଶୋଧ କରାଯାଇ ସକାଳ ୬ଟା ୧୫ରେ ମଙ୍ଗଳ ଆଳତି ହୋଇଥିଲା। ୮ଟା ୧୫ରେ ଅବକାଶ ନୀତି ପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ଠାକୁରଙ୍କ ବେଶ ବଢିଥିଲା। ପୂର୍ବାହ୍ନ ୧୦ଟା ୧୫ରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା। ୧୧ଟା ୫୦ରେ ସକାଳ ଧୂପ ସରି ଅପରାହ୍ନ ୧ଟା ୩୫ରେ ଭୋଗ ମଣ୍ଡପ ବଢି ବାହାରିଥିଲା ନୀଳାଚଳ ଅବଢା। ଏହି ଅବଢା ପାଇ ଭକ୍ତ ତୃପ୍ତ ହୋଇଥିଲେ। ପ୍ରଥମ ଅବଢା ପାଇବା ପାଇଁ ଶ୍ରୀମନ୍ଦିର ଆନନ୍ଦବଜାରରେ ପ୍ରବଳ ଭିଡ଼ ହୋଇଥିଲା। ଦର ସାମାନ୍ୟ ଅଧିକ ରହିଥିଲା। ଅନ୍ୟପକ୍ଷେ ଚନ୍ଦ୍ରଗ୍ରହଣ ଥିବାରୁ ୨ଟା ୧୫ରୁ ଅପରାହ୍ନ ୪ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ସାରିବା ଲାଗି ନୀତି ନିର୍ଘଣ୍ଟ ହୋଇଥିଲା। କିନ୍ତୁ ଏହା ପୂର୍ବରୁ ଅର୍ଥାତ୍‌ ୩ଟା ୪୫ରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫେଲ୍‌ ମାରୁଛି ସବୁ ଚେଷ୍ଟା

ଭୁବନେଶ୍ୱର,୧୬।୫: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ହେଲେ ସଂକ୍ରମଣ କମୁନାହିଁ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ...

ବଜ୍ରପାତ ନେଲା ୨ ଜୀବନ

ବସ୍ତା,୧୮।୪(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଆଳୁମେଦା ଗ୍ରାମରେ ଶନିବାର  କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ୨...

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର, ୨୭ା୭(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ରୀନା ମହାପାତ୍ରଙ୍କୁ ଡବ୍ଲ୍ୟୁଓ ସିଡି...

କୋରାପୁଟରେ ହାଡ଼ଭଙ୍ଗା ଶୀତ

ସୁନାବେଡା,୨୦ା୧୨(ସ୍ବ.ପ୍ର.): କୋରାପୁଟ ଜିଲାର ସୁନାବେଡା ଓ ସେମିଳିଗୁଡା ଅଞ୍ଚଳରେ ଶୀତ ଲହର ବଢ଼ିବାରେ ଲାଗିଛି। ଗତ କିଛି ଦିନ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।...

ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ର ଲହୁଲୁହାଣ

ନରସିଂହପୁର,୧୧ା୭ (ସ୍ବ.ପ୍ର.): ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କେତେଜଣ ଶିକ୍ଷକ ନିୟମ ଉଲ୍ଲଂଘନ କରି ପିଲାଙ୍କୁ ମାଡ଼ ମାରୁଛନ୍ତି। କଟକ...

କଳିଙ୍ଗ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ପୁଣି କଳିଙ୍ଗ ହସ୍ପିଟାଲ ଉପରେ ଚଢ଼ାଉ ହୋଇଛି। ଖୋର୍ଦ୍ଧା ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ପିସିପିଏନ୍‌ଡିଟି ସେଲ୍‌ ପକ୍ଷରୁ ସୋମବାର ମିଳିତ...

୬ରୁ ଖୋଲିବ ହଷ୍ଟେଲ୍‌, ୭ରୁ ସ୍କୁଲ

ଭୁବନେଶ୍ବର,୪।୨(ବ୍ୟୁରୋ): କରୋନା ଲାଗି ପିଲାଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ ରହିଥିଲା। ହେଲେ ଆସନ୍ତା ୭ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବ।...

ଚିନି ଭାବି ଖାଇଦେଲେ ୟୁରିଆ ସାର: ଆଈଙ୍କ ସହ ୩ ନାତିନାତୁଣୀ ଗୁରୁତର

ଦେବଗଡ଼,୨୨ା୭(ଡି.ଏନ୍‌.ଏ.): ଚିନି ଭାବି ୟୁରିଆ ସାର ଖାଇଦେବାରୁ ଜଣେ ବୃଦ୍ଧାଙ୍କ ସହ ୩ ଶିଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଘଟଣା...

Advertisement
Archives

Model This Week