Posted inରାଜ୍ୟ

ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନାରେ ମନମୁଖି କାର୍ଯ୍ୟ: ଖାଲିପଡ଼ିଛି ୩୬ ଅଧ୍ୟାପିକା ଅଧ୍ୟାପକ ପଦବୀ; ୮୦ ପରିବର୍ତ୍ତେ ଅଛନ୍ତି ୪୪

ଯାଜପୁରରୋଡ,୩୦ା୬(ନି.ପ୍ର.)- ଯାଜପୁରରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ବିଗତ ଦିନରେ ଏହି ମହାବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ଓ ପରୀକ୍ଷା ପରିଚାଳନାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସୁନାମ ଅର୍ଜନ କରିଥିଲା। ଏହି ମହାବିଦ୍ୟାଳୟ ୧୯୬୬ରେ ପ୍ରତିଷ୍ଠା ହୋଇଥିଲା। ଯାଜପୁର ଜିଲା ସମେତ ଅନ୍ୟ ଜିଲାର ଛାତ୍ରୀଛାତ୍ର ଏହି ମହାବିଦ୍ୟାଳୟକୁ ଆସିଥାନ୍ତି। ଏଠାରୁ ଶିକ୍ଷା ସାରି ବହୁ ଛାତ୍ରୀଛାତ୍ର ରାଜ୍ୟ ଓ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ହେଲେ ଗତ ୪ ବର୍ଷ ହେଲା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିଚାଳନା କ୍ଷେତ୍ରରେ ମନମାନୀ ଯୋଗୁ ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଶାସନଗତ ବିଶୃଙ୍ଖଳା ଦେଖାଦେଇଛି। ଏହି ମହାବିଦ୍ୟାଳୟରେ ୮୦ ଜଣ ଅଧ୍ୟାପିକା ଅଧ୍ୟାପକଙ୍କ ଆବଶ୍ୟକ ଥିବାବେଳେ ୪୪ ଜଣ ରହିଛନ୍ତି ଓ ୩୬ ପଦବୀ ଖାଲିପଡିଛି। ଇତିହାସ ବିଭାଗରେ ୬ ଅଧ୍ୟାପକ ମଧ୍ୟରୁ ୬ଟି ପଦବୀ ଖାଲିପଡିଛି। ବାଣିଜ୍ୟ ବିଭାଗରେ ୩, ଉଦ୍ଭିଦ ବିଜ୍ଞାନରେ ୨, ପ୍ରାଣୀ ବିଜ୍ଞାନରେ ୩, ଇଂଲିଶ ବିଭାଗରେ ୬, ଓଡ଼ିଆ ବିଭାଗରେ ୩, ଶିକ୍ଷା ବିଭାଗରେ ୧, ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗରେ ୧, ଅର୍ଥଶାସ୍ତ୍ରରେ ୨, ରାଜନୀତି ବିଜ୍ଞାନ ବିଭାଗରେ ୧, ପଦାର୍ଥ ବିଜ୍ଞାନରେ ୨, ରସାୟନ ବିଜ୍ଞାନରେ ୧ ପଦବୀ ଖାଲିପଡ଼ିଛି। ସେହିପରି ଗଣିତ ବିଭାଗରେ ୨, ତର୍କ ଓ ଦର୍ଶନଶାସ୍ତ୍ରରେ ୩ ପଦବୀ ଖାଲିପଡିଛି। ଫଳରେ ଛାତ୍ରୀଛାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଏହି ମହାବିଦ୍ୟାଳୟକୁ ୪ ବର୍ଷ ଧରି ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠି ମିଳିନାହିଁ। ପୂର୍ବତନ ଅଧ୍ୟକ୍ଷମାନେ ଅନୁଦାନ ପାଣ୍ଠି ଅର୍ଥ ବିନିଯୋଗ ପ୍ରମାଣପତ୍ର ଦେଇ ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ମହାବିଦ୍ୟାଳୟର ବିକାଶ ବାଧାପ୍ରାପ୍ତ ହେବା ସହ ଶ୍ରେଣୀଗୃହର ଅଭାବ ଦେଖାଦେଇଛି। ୨୦୧୯ ସୁଦ୍ଧା ସ୍ବୟଂଶାସିତ ମାନ୍ୟତା ଶେଷ ହୋଇଯାଇଥିବାରୁ ପୁନଃ ମାନ୍ୟତା ପାଇବା ପାଇଁ ଆନୁଷଙ୍ଗିକ କାଗଜପତ୍ର ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ପୁରାତନ ଛାତ୍ରସଂଘ ସଭାପତି ବିଦ୍ୟାଧର ମହାନ୍ତି କୁହନ୍ତି, ପୂର୍ବତନ ଅଧ୍ୟକ୍ଷଙ୍କ ସମୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠିର ପ୍ରମାଣପତ୍ର ଠିକ୍‌ ସମୟରେ ଦାଖଲ ନ ହେବାରୁ ମହାବିଦ୍ୟାଳୟ ବିକାଶ ବାଧାପ୍ରାପ୍ତ ହୋଇଛି। ଏହି ଅନୁଦାନ ପାଣ୍ଠିର ତଦନ୍ତ କରାଯାଉ। କଲେଜର ଅଧ୍ୟକ୍ଷ ମେଜର ଆବୁ ତାହେଙ୍କୁ ପଚାରିବାରୁ, ଅଧ୍ୟାପକ ପଦବୀ ଖାଲି ଥିବା ଘଟଣା ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠିର ପ୍ରମାଣପତ୍ର ଦାଖଲ ପାଇଁ କାର୍ଯ୍ୟ ଚାଲୁରହିଛି ବୋଲି କହିଥିଲେ। ତୁରନ୍ତ ପଦବୀଗୁଡିକୁ ପୂରଣ କରିବା ପାଇଁ ପୁରାତନ ଛାତ୍ରସଂଘ ଓ କଲେଜର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦାବି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୩୭୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟରେ ତାଲା

ଭଣ୍ଡାରିପୋଖରୀ, ୨୪।୪ (ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଶନିବାର ଅଭିଭାବକମାନେ ମୁଖ୍ୟ ଫାଟକରେ...

ଭିନ୍ନକ୍ଷମଙ୍କୁ ଟିକିଏ ସ୍ନେହ, ଚେନାଏ ହସ ବାନ୍ଧିରଖିଛି

ମହାକାଳପଡ଼ା, ୧୪ା୨(ଡି.ଏନ୍‌.ଏ.): ପ୍ରେମ ଶାଶ୍ୱତ ଓ ଚିରନ୍ତନ ସତ୍ୟ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ। ନିର୍ବିଶେଷରେ ଗୋଟିଏ ହୃଦୟ ସହ ଅନ୍ୟ ଏକ ହୃଦୟର...

ଖୋଲିଲା ସ୍କୁଲ, ସାଙ୍ଗସାଥୀଙ୍କ ସହ ମଜା କରୁଛନ୍ତି ପିଲା

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ଦୀର୍ଘ ୨ ବର୍ଷ ପରେ ସୋମବାର ଖୋଲିଛି ପ୍ରଥମରୁ ସପ୍ତମ ଶ୍ରେଣୀ। ପିଲାମାନେ ସ୍କୁଲ ପରିସରରେ ପହଞ୍ଚି ବେଶ୍‌ ଖୁସି ହୋଇଥିବା ଦେଖିବାକୁ ମିଳିଛି।...

ଲାପ୍‌ଟପ୍‌ ପାଇଁ ଆବେଦନ କରିନାହାନ୍ତି ୩୮ ଉଚ୍ଚ ମାଧ୍ୟମିକ ସ୍କୁଲର ୩୫୯ ପିଲା

ଭୁବନେଶ୍ୱର, ୨୫।୫ (ବ୍ୟୁରୋ): ରାଜ୍ୟରେ ଦ୍ୱାଦଶ ପାସ୍‌ ଆଉଟ୍‌ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ କିଣିବା ପାଇଁ ସରକାର ଆଥର୍ର୍ତ୍କ ସହାୟତା ପ୍ରଦାନ କରୁଛନ୍ତି। ହେଲେ ସଚେତନତା...

ପିପିଲି ଉପନିର୍ବାଚନ: ଭୋଟଗ୍ରହଣ ଆରମ୍ଭ, ଇଭିଏମ୍‌ ତ୍ରୁଟି ଅଭିଯୋଗ

ଭୁବନେଶ୍ୱର/ପୁରୀ ଅଫିସ୍‌,୩୦।୯: ବହୁଚର୍ଚ୍ଚିତ ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। କୋଭିଡ ଗାଇଡ୍‌ଇନ ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ...

ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୧୪ା୯: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସକାଳ...

ରାୟଗଡ଼ା, କୋରାପୁଟ କଂଗ୍ରେସ କର୍ମୀଙ୍କ ଦିଲୀ ଗସ୍ତ

ରାୟଗଡ଼ା,୧୪।୬(ଆଶିଷ ରଞ୍ଜନ ପଣ୍ଡା):  ଅବିଭକ୍ତ କୋରାପୁଟ ଜିଲାର ଦୁଇ ଟାଣୁଆ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ...

Advertisement
Archives

Model This Week