ବାସନ୍ଦ ହୋଇପାରନ୍ତି କୋହଲି

ନୂଆଦିଲ୍ଲୀ,୪।୭- ଏକ ରୋମାଞ୍ଚଭରା ମ୍ୟାଚ୍‌ରେ ଭାରତୀୟ ଦଳ ୨୮ ରନ୍‌ରେ ବାଂଲାଦେଶକୁ ହରାଇ ଚଳିତ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ବିଶ୍ୱକପ୍‌ ଜିତିବା ନେଇ ପ୍ରଶଂସକମାନେ ଆଲୋଚନା କରୁଥିବାବେଳେ ସେମିଫାଇନାଲ ପୂର୍ବରୁ ବିରାଟ କୋହଲିଙ୍କୁ ଚିନ୍ତା କରିବାକୁ ପଡ଼ିବ। ଅତ୍ୟଧିକ ଅପିଲ ଓ ଅନ୍‌ ଫିଲ୍ଡ ଅମ୍ପାୟରଙ୍କ ସହ ଯୁକ୍ତିତର୍କ ଲାଗି ଭାରତୀୟ ଦଳର ଅଧିନାୟକ ଗୋଟିଏ ମ୍ୟାଚ୍‌ରୁ ବ୍ୟାନ ହୋଇପାରନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୧୨ତମ ଓଭରରେ ମହମ୍ମଦ ସାମିଙ୍କ ବଲ ସୌମ୍ୟ ସରକାରଙ୍କ ପ୍ୟାଡ୍‌ରେ ବାଜିଥିଲା। ଏଥିନେଇ କୋହଲି ଅପିଲ କରିଥିଲେ। ହେଲେ ଫିଲ୍ଡ ଅମ୍ପାୟର ମାରିଅସ ଏରାମମୁସ ପ୍ରତ୍ୟାଖ୍ୟାନ କରିଥିଲେ। କୋହଲି ଡିଆରଏସ ବ୍ୟବହାର କରିବା ପରେ ସୌମ୍ୟଙ୍କ ବ୍ୟାଟରେ ବଲ ବାଜିଥିବାରୁ ତୃତୀୟ ଅମ୍ପାୟର ନଟ୍‌ଆଉଟ୍‌ ଦେଇଥିଲେ। ଏହାସତ୍ତ୍ୱେ କୋହଲି ଫିଲ୍ଡ ଅମ୍ପାୟରଙ୍କ ସହ ବ୍ୟାଟ୍ସମ୍ୟାନଙ୍କ ପ୍ୟାଡରେ ପ୍ରଥମେ ବଲ ବାଜିଥିବା ନେଇ ଯୁକ୍ତି ବାଢ଼ିଥିଲେ। ଏଥିପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସମାନ କାରଣ ଯୋଗୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ କାଟ୍‌ କରାଯିବା ସହ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ଦିଆଯାଇଥିଲା। ଭାରତୀୟ ଅଧିନାୟକଙ୍କୁ ୨୦୧୮ ଜାନୁୟାରୀ ୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଏକ ଡିମେରିଟ୍‌ ପଏଣ୍ଟ ମିଳିଥିଲା। ଖେଳାଳି ଓ ମ୍ୟାଚ୍‌ ଅଫିସିଆଲଙ୍କ ଲାଗି ଉଦ୍ଦିଷ୍ଟ ନିୟମ ଭଙ୍ଗ କରିବା ଦ୍ୱାରା ଖେଳାଳିଙ୍କ ମ୍ୟାଚ୍‌ର ଫି’ର ୫୦ ପ୍ରତିଶତ କାଟ୍‌ କରାଯାଇପାରିବ ଓ ଏକରୁ ଦୁଇ ଡିମେରିଟ୍‌ ପଏଣ୍ଟ ପ୍ରଦାନ କରାଯାଏ। ଦୁଇ ବର୍ଷ ମଧ୍ୟରେ କୌଣସି ଖେଳାଳିଙ୍କ ଡିମେରିଟ୍‌ ପଏଣ୍ଟ ସଂଖ୍ୟା ୪ ହେଲେ ଖେଳାଳିଙ୍କୁ ଗୋଟିଏ ଟେଷ୍ଟ କିମ୍ବା ଦୁଇ ଦିନିକିଆ କିମ୍ବା ଦୁଇ ଟି୨୦ ମ୍ୟାଚ୍‌ରୁ ବାସନ୍ଦ ହେବାକୁ ପଡ଼େ। ଏଭଳି ସ୍ଥିତିରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଯଦି କୋହଲି ସେଭଳି କିଛି ଦୋହରାଇଲେ, ତାଙ୍କୁ ବାସନ୍ଦ ହେବାକୁ ପଡ଼ିବ। ଭାରତୀୟ ଦଳ ଶନିବାର ତା’ର ଅନ୍ତିମ ରାଉଣ୍ଡ ରବିନ ଲିଗ୍‌ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜନଅଭିଯାଗ ଶୁଣାଣି: ପ୍ରଚଣ୍ଡ ଖରାକୁ ଖାତିର ନ କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଲେ ଶତାଧିକ ଲୋକ

ଦାରିଙ୍ଗବାଡ଼ି,୨୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ଏସ୍‌ପି ହରିଶ ବିଶିଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ନୂଆ ରେଳ ନିୟମ! ଟ୍ରେନ ଯାତ୍ରା ସମୟରେ ଏହି ଭୁଲ୍ ପହଞ୍ଚାଇପାରେ ଜେଲ୍

ନୂଆଦିଲ୍ଲୀ,୨୫।୫: ପ୍ରତିଦିନ, ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଟ୍ରେନରେ ଏପରି କିଛି ନିୟମ ରହିଛି ଯାହାକୁ ଅବମାନନା କଲେ ଜେଲ୍…

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର,୨୫।୫: ବିଜେଡିକୁ ପୁଣି ଏକ ଝଟକା ମିଳିଛି । ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ…

କେଏସ୍‌ୟୁବି କଲେଜର ହେବ ବିକାଶ, ନୂଆ ଅଧ୍ୟକ୍ଷ ଲୋଡ଼ିଲେ ବିଧାୟକ-ଉପଜିଲାପାଳଙ୍କ ସହଯୋଗ

ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜ୍ୟର ଏକ ପୁରାତନ ମହାବିଦ୍ୟାଳୟ। ୧୯୬୦ରେ ନିର୍ମିତ ଏହି ମହାବିଦ୍ୟାଳୟ ବ୍ରହ୍ମପୁର ବିଶବିଦ୍ୟାଳୟ…

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ଉତକେଲାରୁ ବିଶାଖାପାଟଣା ବିମାନ ସେବା ସମ୍ପ୍ରସାରଣ ଦାବି: ଏମ୍‌ପିଙ୍କୁ ଦାବି ଜଣାଇଲେ

କେସିଙ୍ଗା, ୨୫।୫ (ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ପ୍ରଥମେ ସପ୍ତାହକୁ ଦୁଇ ଦିନ ଥିବା ବେଳେ ପରେ ସପ୍ତାହକୁ ଛଅ ଦିନ ହୋଇଥିଲା। ସୋମବାର…

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି, ସାରା ଦେଶରେ କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୫: ଭାରତ ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ। ଏହି ଆମଦାନୀର ଅଧିକାଂଶ ଆରବ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ତଥାପି ଫେବୃଆରୀ ୨୮ ତାରିଖରୁ, ମଧ୍ୟପ୍ରାଚ୍ୟରେ…

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri