ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଡକାୟତି ଉଦ୍ୟମ : ପୋଲିସ,ସାଇଣ୍ଟିଫିକ୍‌ ଟିମର ତନାଘନା ତଦନ୍ତ

ଆସିକା,୨୪ା୮(ଡି.ଏନ୍‌.ଏ.)- ଆସିକା – ଭଞ୍ଜନଗର ମୁଖ୍ୟରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁରଠାରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି। ରାତି ପ୍ରାୟ ସାଢେ ୧ଟାବେଳେ ଦୁର୍ବୃତ୍ତ ବ୍ୟାଙ୍କ ନିକଟରେ ଥିବା ଘରମାନଙ୍କରେ ବାହାରୁ ତାଲା ପକାଇ ବ୍ୟାଙ୍କ ପାଚେରୀ ଡେଇଁ ପଶିଥିଲେ। ବ୍ୟାଙ୍କ ମୁଖ୍ୟ ଫାଟକ ଗ୍ରୀଲ୍‌ ତାଲା କାଟିବା ସହ ବ୍ୟାଙ୍କ ଭିତରର ଅନ୍ୟ ଦୁଇଟି କୋଠରୀ ତାଲା କାଟି ବ୍ୟାଙ୍କରେ ପଶିଥିଲେ। ଦୁର୍ବୃତ୍ତ ବ୍ୟାଙ୍କର ସିସିଟିଭି, ସାଇରନ୍‌ ଓ କମ୍ପ୍ୟୁଟର ତାର କାଟି ସଂଯୋଗ ବିଛିନ୍ନ କରିବା ସହ ଟଙ୍କା ସୁନାଥିବା ଆଇରନ୍‌ ଚେଷ୍ଟ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ଏଥିରେ ବ୍ୟର୍ଥ ହେବାପରେ କାଗଜ ପତ୍ର ସବୁ ଫିଙ୍ଗି ଫେରାର୍‌ ହୋଇଯାଇଥିବା ଜଣାପଡିଛି। ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଶୁଂ ଶେଖର ମିଶ୍ର ବ୍ୟାଙ୍କ ଶାଖାରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ପଶିଥିବା ସ୍ପଷ୍ଟ ହୋଇଥିବାବେଳେ ସେମାନଙ୍କ ସହଯୋଗୀ ବାହାରେ ରହିଥିବା ପୋଲିସ ଅନୁମାନ କରିଛି। ଛତ୍ରପୁର ପୋଲିସ ମୁଖ୍ୟାଳୟରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିବାବେଳେ ବ୍ୟାଙ୍କ ମ୍ୟାନେଜର୍‌ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବ୍ୟାଙ୍କର ଜମାଥିବା ଗ୍ରାହାକଙ୍କ ଟଙ୍କା ଓ ସୁନା ସୁରକ୍ଷିତ ଥିବା କୁହାଯାଇଛି।
ସୂଚନା ଯୋଗ୍ୟ ଯେ, ଜାନୁୟାରୀ ୧୦ରେ ଏହି ଥାନା ପାଇଲିପଡା ଗ୍ରାମରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ମଧ୍ୟ ଡକାୟତି ଉଦ୍ୟମ ହୋଇଥିଲା। ଦୁର୍ବୃତ୍ତ ଶାଖାର ଭେଣ୍ଟିଲେଟର ଦେଇ ବ୍ୟାଙ୍କ ଭିତରେ ପଶି ଲୁଟ୍‌ ଉଦ୍ୟମ କରି ବ୍ୟର୍ଥ ହେବାପରେ ଶାଖାରେ ନିଅଁା ଲଗାଇ ଫେରାର୍‌ ହୋଇଯାଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଦୁର୍ବୃତ୍ତଙ୍କୁ ଠାବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ସିଏଲ୍‌ ଲଖନପୁର ଜିଏମ୍‌ ଅଫିସ୍‌ ଆଗରେ ବିକ୍ଷୋଭ

ଝାରସୁଗୁଡ଼ା ଅଫିସ,୨୨ା୧୧: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ର ଅଧୀନରେ କାର୍ଯ୍ୟ କରୁଥିବା ଗ୍ଲୋବାଲ କୋଲ୍‌ ଆଣ୍ଡ୍‌ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ୍‌ରେ କେତେକ ନିଯୁକ୍ତି...

ଗଞ୍ଜାମ ସହରରେ ୮ କରୋନା ଆକ୍ରାନ୍ତ, ୪ ସୁସ୍ଥ

ଗଞ୍ଜାମ,୧୦।୭(ଡି.ଏନ୍‌.ଏ.): ମହାମାରୀ କରୋନା ଦୀର୍ଘ ପାଞ୍ଚ ମାସରୁ ଊର୍ଦ୍ଧ୍ୱ ସମୟ ସାରା ରାଜ୍ୟ ଆତଙ୍କ ସୃଷ୍ଟି କରିଛି। ବିଶେଷ ଭାବେ ଗଞ୍ଜାମ ଜିଲାକୁ ଅତ୍ୟଧିକ ପ୍ରବାସୀ...

ପରିଚୟପତ୍ର ନ ଥିବାରୁ ଘରକୁ ଫେରିବାକୁ ଲାଗିଲା ୧୦ ବର୍ଷ

କୁଚିଣ୍ଡା,୧୬।୧(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ବାଙ୍କେ ପଞ୍ଚାୟତ ଗୋପାଳପାଲି ଗ୍ରାମର ରଞ୍ଜିତ କିଷାନ(୨୪) ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଦୀର୍ଘବର୍ଷ ପରେ ପୁଅକୁ...

ଗ୍ରାହକଙ୍କ ଅଜାଣତରେ ୭୦ ଲକ୍ଷ ଋଣ ଉଠାଣ

ବ୍ରହ୍ମପୁର ଅଫିସ,୧୯ ।୬: ବ୍ୟାଙ୍କର ଜଣେ ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ୭୦ ଲକ୍ଷ ଟଙ୍କାର ଋଣ ଉଠାଣ ହୋଇଛି। ବ୍ରହ୍ମପୁର ନୀଳକଣ୍ଠନଗର ସ୍ଥିତ ଆନ୍ଧ୍ର...

କ୍ବାରାଣ୍ଟାଇନ୍‌ରେ କୁମ୍ଭାରପଡ଼ା ଥାନାର ୩୦ କର୍ମଚାରୀ

ପୁରୀ ଅଫିସ,୧୮ା୫: କ୍ବାରାଣ୍ଟାଇନରେ ରହିଲେ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ। ଜଣେ କରୋନା ଆକ୍ରାନ୍ତ ଗିରଫ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହି ଥାନାର ଆଇଆଇସିଙ୍କ ସମେତ...

ବଜ୍ରପାତରେ ଶିଶୁଙ୍କ ସମେତ ୨ ନାବାଳକ ଗୁରୁତର

ଟିକିରି,୩୦ା୪(ଡି.ଏନ୍‌.ଏ.): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଝୋଡିଆ ସାହିରେ ରବିବାର ଝଡ଼ବର୍ଷା ହୋଇଥିଲେ। ସେତିକିବେଳେ ବଜ୍ରପାତ ଘଟି ଆଦିବାସୀ ସାହି ପଛପଟେ...

ଶ୍ରେଷ୍ଠ ୨୦ରେ ଶୁଭଶ୍ରୀ

ଢେଙ୍କାନାଳ ଅଫିସ, ୩୧ା୧୨: ଟାଟା ଷ୍ଟିଲ୍‌ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ଶ୍ରେଷ୍ଠ ୨୦ ପ୍ରତିଯୋଗୀ ତଥା ବିଜେତାଙ୍କ ମଧ୍ୟରେ ରହିଛନ୍ତି ଢେଙ୍କାନାଳ ଜିଲା...

ବରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ଅଭିଯୁକ୍ତ ଗିରଫ

ରତ୍ନଗିରି, ୨୮।୪(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ। ତେଣୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା...

Advertisement
Archives

Model This Week