ବ୍ୟାଙ୍କସମୂହର ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ୨୬୦୬.୯୬ କୋଟି ଋଣ ଯୋଗାଣ ଲକ୍ଷ୍ୟ

ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ଜିଲାର ବ୍ୟାଙ୍କଗୁଡ଼ିକର ଏକ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବର୍ଗର ଲୋକଙ୍କୁ ଋଣ ଯୋଗାଣ ଉପରେ ଆଲୋଚନା କରାଯାଇଥିଲା। ୨୦୨୦-୨୧ ଆର୍ଥିକ ବାର୍ଷିକରେ ଜିଲାରେ କୃଷି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଗୃହ, ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ର ପାଇଁ ସର୍ବମୋଟ ୨୬୦୬.୯୬ କୋଟିର ଋଣ ଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି।
ଲକ୍‌ଡାଉନ ପରେ ଘରକୁ ଫେରିଥିବା ଶ୍ରମିକମାନେ ଚାଷ କିମ୍ବା ବ୍ୟବସାୟ କରିବାକୁ ଚାହିଁଲେ ସେମାନଙ୍କୁ ବ୍ୟାଙ୍କ ଋଣ ଯୋଗାଇଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସେହିପରି ଜିଲାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ଚାଷୀ ଯେଭଳି ଫସଲ ବୀମାର ଫାଇଦା ଉଠାଇ ପାରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଦୁର୍ବଳ ଅର୍ଥନୀତି ସଜାଡିବାକୁ ଗୁରୁଦାୟିତ୍ୱ ଭାବେ ନେଇ କାର୍ଯ୍ୟ ସମ୍ପାଦନ କରିବାକୁ ବ୍ୟାଙ୍କ ସମୂହକୁ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ୨୦୨୦-୨୧ ଆର୍ଥିକ ବାର୍ଷିକ ଋଣ ଯୋଜନା ପୁସ୍ତିକାକୁ ଜିଲାପାଳ ଉନ୍ମୋଚନ କରିଥିଲେ। ଏହି ଯୋଜନା ଅନୁଯାୟୀ କୃଷି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର, ଗୃହ, ଶିକ୍ଷା ଆଦି କ୍ଷେତ୍ର ପାଇଁ ୨୬୦୬.୯୬ କୋଟିର ଋଣ ଯୋଗାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉକ୍ତ ବୈଠକରେ ଡିଡିଏମ୍‌, ନାବାର୍ଡ, ଆର୍‌ସିଟିର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। ଆର୍‌ସିଟିର ସମ୍ପାଦକ ନିହାର ଭୂଷଣ ସାହୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ପ୍ରକଳ୍ପ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅଗ୍ରଣୀ ଜିଲା ପ୍ରବନ୍ଧକ ମହେଶ୍ୱର ଗୌଡ଼ଙ୍କ ନେତୃତ୍ୱରେ ସମସ୍ତ ବ୍ୟାଙ୍କ ଓ ଜିଲାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପ-ଝିଅଙ୍କୁ ଚାପିଦେଲା ଟ୍ରକ୍‌

ଖମାର,୧୪ା୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ବାଇକ୍‌ ଉପରେ ଟ୍ରକ୍‌ ଚଢ଼ି ଯିବାରୁ...

ସଞ୍ଜୀବନୀ ପାଇଁ ମିଳୁନି ସ୍ଲଟ୍‌

ଅନୁଗୋଳ ଅଫିସ, ୧୫ା୫ କରୋନାର ଦ୍ୱିତୀୟ ଲହରକୁ ନେଇ ସଭିଏଁ ଚିନ୍ତିତ। କେବେ ଏହା କବଳରୁ ମୁକ୍ତି ମିଳିବ ତାହା ଜଣାପଡ଼ୁ ନ ଥିବାବେଳେ ବର୍ଷାଧିକ...

ସଫଳ ପରିଚାଳନା ଉପରେ ଗୁରୁତ୍ୱ

ଅନୁଗୋଳ/ ଢେଙ୍କାନାଳ ଅଫିସ,୨୩ ।୧୧ ମତ୍ସ୍ୟ ଚାଷର ଉନ୍ନତୀକରଣ ଓ ଏହାର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ରବିବାର ଜିଲା ମତ୍ସ୍ୟ ବିଭାଗ ତରଫରୁ...

ଅଭିଯୁକ୍ତ ପ୍ରେମିକଙ୍କୁ ଧରୁନି ପୋଲିସ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗର୍ଭବତୀ ଯୁବତୀ

ଅନୁଗୋଳ ଅଫିସ, ୨୦।୬ – ଅନୁଗୋଳକୁ ସିଲାଇ ତାଲିମ ନେବାକୁ ଆସୁଥିବା ବେଳେ ଡେରଜାଙ୍ଗ ଗ୍ରାମର ସୁବାସ ବେହେରାଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।...

ବଇଣ୍ଡା ୭୨ ଘଣ୍ଟା ଶଟ୍‌ଡାଉନ; ଜିଲାପାଳ କ୍ଷମତା ବ୍ୟବହାର କଲେ ସରପଞ୍ଚ

ବଇଣ୍ଡା, ୧୧ା୫ (ଡି.ଏନ.ଏ.): ଅନୁଗୋଳ ଜିଲାରେ ରବିବାର ୧୩ କରୋନା ସଂକ୍ରମିତ ଚିହ୍ନଟ ପରେ ସଂକ୍ରମଣ ରୋକିବାକୁ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲାପାଳଙ୍କ କ୍ଷମତା...

ବିପଦ ମୁଣ୍ଡାଇ ବିଦ୍ୟୁତ୍‌ କାମ

କଣିହାଁ, ୨୫।୪(ଡି.ଏନ.ଏ.): କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଲିସ୍ଥିତ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ପ୍ରକଳ୍ପରେ କାର୍ଯ୍ୟରତ ଠିକା ଶ୍ରମିକମାନେ ବିନା ସୁରକ୍ଷା ଉପକରଣରେ ଜୀବନକୁ...

ମାଡ଼ ଭୟରେ ସ୍କୁଲ ଛାଡ଼ି ଦେଇଥିଲେ

(ଉପେନ୍ଦ୍ର ରାଉତ) ବଅଁରପାଳ,୨୭ା୫: ଜନ୍ମରୁ ଭିନ୍ନକ୍ଷମ। ମାଡ଼ ଭୟରେ ସ୍କୁଲ ଛାଡ଼ିଥିବାରୁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବେଶୀ ନାହିଁ। ହେଲେ ଜୀବନ ସଂଗ୍ରାମରେ ସେ ହାରି ଯାଇନାହାନ୍ତି।...

ଅନୁଗୋଳ ବଜାରକୁ ଆସିଲା ନୂଆ ପଲସର ସ୍ପ୍ଲିଟ୍‌ ସିଟ୍‌

ଅନୁଗୋଳ ଅଫିସ, ୨ା୭- ନୂଆ କରି ଆସିଥିବା ବଜାଜ୍‌ ପଲସର ସ୍ପ୍ଲିଟ ସିଟ୍‌-୧୨୫ ସିସି (ବିଏସ୍‌-୬) ଅନୁଗୋଳ ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଯମୁନା ବଜାଜ୍‌ରେ...

Advertisement
Archives

Model This Week