ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌: ଲୁଟିନେଲେ ୯ଭରି ସୁନା ଅଳଙ୍କାର

ସୋରଡା,୧୮ା୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ବଡଗଡ ଗ୍ରାମ ବଡଦାଣ୍ଡରେ ଜଣେ ଲୁଗା ବ୍ୟବସାୟୀଙ୍କୁ ସୋମବାର ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଆସିକା ଏସ୍‌ଡିପିଓ ଓ ବଡଗଡ ଥାନା ଅଧିକାରୀ ସଦଳବଳ ପହଞ୍ଚତ୍ ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌ ପାଇନାହାନ୍ତି। ପ୍ରାୟ ସାଢେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ବ୍ୟବସାୟୀ କେ. ସୀମାଦ୍ରି ପାତ୍ର କହିଛନ୍ତି। ପ୍ରକାଶ ଯେ, ବଡଗଡ ବଡଦାଣ୍ଡରେ ସୀମାଦ୍ରିଙ୍କ ଘର। ଘରର ଆଗପଟେ ଲୁଗା ସେ ଦୋକାନ କରିଥିବାବେଳେ ପଛପଟେ ସ୍ତ୍ରୀ ଗୀତାଞ୍ଜଳୀଙ୍କ ସହ ରୁହନ୍ତି। ସୋମବାର ସନ୍ଧ୍ୟାରେ ସେ ଦୋକାନରେ ବସିଥିବାବେଳେ ପଛପଟେ ଥିବା ଠାକୁର ଘରେ ସ୍ତ୍ରୀ ପୂଜା କରୁଥିଲେ। ୩ ଜଣ ଯୁବକ ଦୋକାନକୁ ଆସି ଲୁଗା ଦେଖାଇବାକୁ ସୀମାଦ୍ରିଙ୍କୁ କହିଥିଲେ। ସେ ଲୁଗା ଦେଖାଇବାବେଳେ ଯୁବକମାନେ ଭିତର ପଟୁ ଦୋକାନ କବାଟ ବନ୍ଦ କରି ଦେଇଥିଲେ। ପରେ ଦୋକାନ ପଛରେ ଥିବା ଘରକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସୀମାଦ୍ରିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବେକରୁ ସୁନା ଚେନ୍‌, ହାତରୁ ଏକ ମୁଦି ବାହାର କରି ନେଇଥିଲେ। ଠାକୁର ଘରକୁ ଯାଇ ପୂଜା କରୁଥିବା ଗୀତାଞ୍ଜଳୀଙ୍କୁ ବନ୍ଧୁକ ଦେଖାଇ ସେ ପିନ୍ଧିଥିବା ୨ଟି ସୁନାଚେନ୍‌, ଗୋଟିଏ ହାତମୁଦି, ଏକ ସୁନା ଲକେଟ, ହାତରୁ ୨ପଟ ସୁନା ଚୁଡି ବାହାର କରିନେଇଥିଲେ। ଫୋନରେ ଜଣେ ଯୁବକ ବାହାରେ ଥିବା ସାଥୀଙ୍କୁ ଗାଡି ଷ୍ଟାର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ବାହାରକୁ ଆସି କେଉଁଆଡେ ଚାଲି ଯାଇଥିଲେ। ସୀମାଦ୍ରି ଓ ଗୀତାଞ୍ଜଳୀ ବାହାରକୁ ଆସି ପାଟି କରିବାରୁ ଲୋକେ ପଡୋଶୀ ପହଞ୍ଚତ୍ୟାଇଥିଲେ। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏବଂ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି। ଖବର ଲେଖାହେବା ସୁଦ୍ଧା ପୋଲିସ ତଦନ୍ତ ଚଳାଇଛି। ଲୁଟ୍‌ ସୁନା ଅଳଙ୍କାରର ମୂଲ୍ୟ ପ୍ରାୟ ସାଢେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୀମାଞ୍ଚଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଚୋରି ର଼୍ୟାକେଟ୍‌: ୪ ଗିରଫ

ମୁରିବାହାଲ, ୩।୧୦ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ପୋଲିସ ମୋବାଇଲ ଲୁଟ ର଼୍ୟାକେଟର ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩ଟି ମୋବାଇଲ ଓ...

ପ୍ରେସ୍‌ମିଟ୍‌ ବର୍ଜନ କଲେ ଗଣମାଧ୍ୟମ ପ୍ରତିନିଧି

ଆନନ୍ଦପୁର,୧୮ା୨(ସ୍ବ.ପ୍ର.): ଆନନ୍ଦପୁର ଜଳସମ୍ପଦ ବିଭାଗ ଅଧୀନରେ ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ...

‘ସମନ୍ବୟ ରହିଲେ ଜୀବନ ବଞ୍ଚତ୍ବ’

ବଲାଙ୍ଗୀର ଅଫିସ,୧୧ା୩: ବଲାଙ୍ଗୀର ଜିଲା ଜରୁରୀକାଳୀନ ଅପରେଶନ ସେଣ୍ଟର ଓ ଜିଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର...

କାମରେ ଆସୁନି ପାନୀୟଜଳ ପ୍ରକଳ୍ପ: ଲୋକେ ହନ୍ତସନ୍ତ

କାକଟପୁର,୧୭।୫(ଡି.ଏନ୍‌.ଏ.): ଲୋକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ଗ୍ରାମାଞ୍ଚଳରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ...

ବାଦାମପାହାଡରୁ କେନ୍ଦୁଝରକୁ ହେବ ରେଳ ସଂଯୋଗ

କେନ୍ଦୁଝର,୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରୁ ମୟୂରଭଞ୍ଜ ଜିଲା ବାଦାମପାହାଡକୁ ରେଳଲାଇନ୍‌ ସଂଯୋଗ ହେବ। ଦୀର୍ଘ ୮୦ କିମି ନୂଆ ରେଳଲାଇନ୍‌ କାମର ଫାଇନାଲ ଲୋକେଶନ ସର୍ଭେ ପାଇଁ...

କବିତାରେ କରୋନା

ଢେଙ୍କାନାଳ ଅଫିସ, ୧୫।୪ – ବିଶ୍ୱକୁ ଘରେ ଭିତରେ ବନ୍ଦୀ କରି ରଖିଛି କରୋନା। ଘରୁ ବାହାରିଲେ ଘାରୁଛି ସଂକ୍ରମଣ ଭୟ। ସଂକ୍ରମଣ କମାଇବାକୁ ଜାରି...

ରାଜଧାନୀରୁ ୨୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୋଲିସ ସୋମବାର ୨୨୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ...

ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ଼

ଚୌଦ୍ୱାର,୧୧।୫(ଡି.ଏନ୍‌.ଏ.): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି।...

Advertisement
Archives

Model This Week