Posted inଫୁରସତ

ବ୍ୟକ୍ତିତ୍ୱ: ସଙ୍ଗୀତକାର ମଦନ ମୋହନ କୋହଲି

୧୯୭୦ ଦଶକ ଯାଏ ହିନ୍ଦୀ ଫିଲ୍ମ ସଙ୍ଗୀତରେ ଯେଉଁ ସୁବର୍ଣ୍ଣ ଯୁଗର ସୂତ୍ରପାତ ହୋଇଥିଲା ସେହି ଯୁଗର ଜଣେ ଅଗ୍ରଣୀ କର୍ଣ୍ଣଧାର ଥିଲେ ସଙ୍ଗୀତକାର ମଦନ ମୋହନ। ତାଙ୍କୁ ସେହି ତିନିଦଶକର ସବୁଠୁ ମେଲୋଡିଅସ୍‌ ତଥା କ୍ଷମତାସମ୍ପନ୍ନ ସଙ୍ଗୀତକାର ଭାବରେ ବିବେଚନା କରାଯାଇଥାଏ।

ମଦନ ମୋହନ କୋହଲି। ସଂକ୍ଷେପରେ ମଦନ ମୋହନ। ହିନ୍ଦୀ ଫିଲ୍ମ ଦେଖିବାରେ ରୁଚି ରଖୁଥିବା ଲୋକମାନେ ଅପରିଚିତ ନୁହନ୍ତି ଏହି ନାମଟି ସହିତ। ୧୯୫୦ ଦଶକରୁ ଆରମ୍ଭ କରି ୧୯୭୦ ଦଶକ ଯାଏ ହିନ୍ଦୀ ଫିଲ୍ମ ସଙ୍ଗୀତରେ ଯେଉଁ ସୁବର୍ଣ୍ଣ ଯୁଗର ସୂତ୍ରପାତ ହୋଇଥିଲା ସେହି ଯୁଗର ଜଣେ ଅଗ୍ରଣୀ କର୍ଣ୍ଣଧାର ଥିଲେ ସଙ୍ଗୀତକାର ମଦନ ମୋହନ। ତାଙ୍କୁ ସେହି ତିନିଦଶକର ସବୁଠୁ ମେଲୋଡିଅସ୍‌ ତଥା କ୍ଷମତାସମ୍ପନ୍ନ ସଙ୍ଗୀତକାର ଭାବରେ ବିବେଚନା କରାଯାଇଥାଏ। ବିଶେଷ କରି ସେ ହିନ୍ଦୀ ଫିଲ୍ମ ପାଇଁ ଯେଉଁସବୁ ଗଜଲ କମ୍ପୋଜ କରିଛନ୍ତି ତାହା ତାଙ୍କୁ ଚିର ଅମର କରି ରଖିଛି ଓ ରଖିବ ମଧ୍ୟ। ମହମ୍ମଦ ରଫି, ତଲତ ମେହେମୁଦ୍‌, ଲତା ମଙ୍ଗେସକର ଏବଂ ଆଶା ଭେଁ।ସଲେଙ୍କ ଭଳି ମହାନ୍‌ ଗାୟକ ଗାୟିକାମାନେ ତାଙ୍କ ପାଇଁ କଣ୍ଠଦାନ କରି ହିନ୍ଦୀ ସଙ୍ଗୀତ ଦୁନିଆକୁ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛନ୍ତି।

ଜନ୍ମ ଓ ପିଲାବେଳ : ୧୯୨୪ ମସିହା ଜୁନ୍‌ ୨୫ ତାରିଖରେ କୁର୍ଦ୍ଦିସ୍ତାନରେ ଜନ୍ମ ହୋଇଥିଲେ ମଦନ ମୋହନ। ବାପାଙ୍କ ନାମ ରାୟ ବାହାଦୁର ଚୁନିଲାଲ୍‌। ସେ କୁର୍ଦ୍ଦିସ୍ତାନରେ ଜଣେ ଆକାଉଣ୍ଟାଣ୍ଟ ଜେନେରାଲ ଭାବରେ କାର୍ଯ୍ୟ କରୁଥିଲେ। ସେଥିଲାଗି ତାଙ୍କ ଶୈଶବର ବହୁଭାଗ ମଧ୍ୟପ୍ରାଚ୍ୟରେ ହିଁ ଅତିବାହିତ ହୋଇଥିଲା। ତାଙ୍କୁ ଯେତେବେଳେ ଆଠବର୍ଷ ବୟସ ସେତେବେଳେ ତାଙ୍କର ପରିବାର ପଞ୍ଜାବ ଫେରି ଆସିଲେ। ବାସ୍ତବରେ ରାୟ ବାହାଦୁର ଚୁନିଲାଲ୍‌ଙ୍କ ମୂଳଘର ହିଁ ଥିଲା ପଞ୍ଜାବର ଝେଲମ୍‌ ଜିଲ୍ଲାରେ। ଚୁନିଲାଲ କାମ ଅନ୍ବେଷଣରେ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଚାଲି ଆସିଲେ। ଲାହୋର୍‌ରେ ଜଣେ ଉସ୍ତାଦ ଥିଲେ କର୍ତାର ସିଂ। ସେ ତାଙ୍କରି ଠାରୁ ହିଁ ଅଳ୍ପ କିଛିଦିନ ପାଇଁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କଲେ। ଏହା ପରେ ସେ ଆଉ କାହାରିଠାରୁ ବିଧିବଦ୍ଧ ଭାବରେ ଶିକ୍ଷା ଗ୍ରହଣ କରିନାହାନ୍ତି। ପରେ ସେ ବାପାଙ୍କ ସହିତ ବମ୍ବେ ଚାଲି ଆସିଲେ ଓ ସେଠାରେ ତାଙ୍କ ଶିକ୍ଷା ଶେଷକଲେ। ୧୧ବର୍ଷ ବୟସରେ ସେ ଅଲ୍‌ ଇଣ୍ଡିଆ ରେଡିଓରେ ଜଣେ ଶିଶୁ କଣ୍ଠଶିଳ୍ପୀ ଭାବରେ କାର୍ଯ୍ୟ କରିଥିଲେ।

ପ୍ରାଥମିକ କ୍ୟାରିୟର : ଜଣେ ଲ୍ୟୁଟନାଣ୍ଟ ଭାବରେ ମଦନ ମୋହନ ପ୍ରଥମେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ଦୁଇବର୍ଷ ପରେ ସେ ଲ୍ୟୁଟନାଣ୍ଟ ଚାକିରି ଛାଡ଼ି ବମ୍ବେ ଫେରିଆସିଲେ। ଉଦ୍ଦେଶ୍ୟ ଥିଲା ନିଜର ସଙ୍ଗୀତକୁ ଆଗକୁ ନେବା। ସେ ଖୁବ୍‌ ଭଲ ଗୀତ ଗାଇ ପାରୁଥିଲେ ଓ କମ୍ପୋଜ୍‌ ମଧ୍ୟ କରି ପାରୁଥିଲେ। ସେ ଆସି ଅଲ୍‌ ଇଣ୍ଡିଆ ରେଡିଓ, ଲକ୍ଷ୍ନୌରେ ଯୋଗଦେଲେ। ସେଠାରେ ତାଙ୍କର ଉସ୍ତାଦ ଫୈୟାଜ ଖାନ୍‌, ଉସ୍ତାଦ ଅଲି ଆକବର ଖାନ୍‌, ବେଗମ୍‌ ଅଖତାର ଏବଂ ତଲତ ମେହେମୁଦ୍‌ଙ୍କ ଭଳି ବିଶିଷ୍ଟ ସଙ୍ଗୀତ ଶିଳ୍ପୀମାନଙ୍କ ସହିତ ପରିଚୟ ହେଲା। ସେ ସେମାନଙ୍କର ରେଡ଼ିଓ ପ୍ରୋଗ୍ରାମ୍‌ ପାଇଁ ଗୀତ କମ୍ପୋଜ କରିଥିଲେ। ସେ ନିଜେ ଜଣେ ରେଡିଓ ସିଙ୍ଗର ଥିଲେ ଓ ବହୁ ଗଜଲ ରେଡିଓ ପାଇଁ ରେକର୍ଡ଼ କରିଥିଲେ। ୧୯୪୮ ମସିହାରେ ତାଙ୍କୁ ଜଣେ ଗାୟକ ଭାବରେ ପ୍ରଥମେ ଫିଲ୍ମରେ ଗାଇବାକୁ ବ୍ରେକ୍‌ ମିଳିଥିଲା। ସେ ଲତା ମଙ୍ଗେସକରଙ୍କ ସହିତ ଦୁଇଟି ଗୀତରେ କଣ୍ଠଦାନ କରିଥିଲେ; ଯାହାର କମ୍ପୋଜର ଥିଲେ ଗୁଲାମ ହାଇଦର। ଫିଲ୍ମ ଥିଲା ସହିଦ। ତେବେ ଦୁର୍ଭାଗ୍ୟଜନକ ଭାବରେ ଫିଲ୍ମରେ ଏହି ଦୁଇଟି ଗୀତକୁ ବ୍ୟବହାର କରାଯାଇ ନ ଥିଲା। କିଛିଦିନ ସେ ବିଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏସ୍‌.ଡି.ବର୍ମନ୍‌ଙ୍କ ନିକଟରେ ଜଣେ ସହ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାମ କଲେ।

ସଙ୍ଗୀତ ନିର୍ଦ୍ଦେଶନା : ୧୯୫୦ରେ ତାଙ୍କୁ ମିଳିଲା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ। ଫିଲ୍ମ ଥିଲା ‘ଆଖେଁ’। ଏହି ଫିଲ୍ମରୁ ତାଙ୍କର ମହମ୍ମଦ ରଫିଙ୍କ ସହିତ ବନ୍ଧୁତା ସୃଷ୍ଟି ହେଲା। ସେହିପରି ଦ୍ୱିତୀୟ ଫିଲ୍ମ ‘ଆଦା’ରେ ସେ କାମ କଲେ ଲତା ମଙ୍ଗେସକରଙ୍କ ସହିତ। ମହମ୍ମଦ ରଫି ଓ ଲତା ମଙ୍ଗେସକର ଥିଲେ ତାଙ୍କର ସବୁଠୁ ପ୍ରିୟ ଗାୟକ ଗାୟିକା। ସେ ତାଙ୍କର ପ୍ରତ୍ୟେକ ଫିଲ୍ମରେ ଏହି ଦୁହିଁଙ୍କ ପାଇଁ ଗୀତ ରଖୁଥିଲେ। ତାଙ୍କ ହାତରେ ଖୁବ୍‌ ଭଲ ଗଜଲ ସୃଷ୍ଟି ହେଉଥିଲା। ସେଥିଲାଗି କୋକିଳ କଣ୍ଠୀ ଲତା ତାଙ୍କୁ ଗଜଲ୍‌ର ରାଜକୁମାର ବୋଲି ଡାକୁଥିଲେ। ୧୯୭୫ ଜୁଲାଇ ୧୪ ତାରିଖରେ ଏହି ମହାନ୍‌ ସଙ୍ଗୀତ ନିର୍ଦ୍ଦେଶକଙ୍କର ଦେହାନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri