ବ୍ଲଡ୍‌ ବ୍ୟାଙ୍କ ପ୍ରତିଷ୍ଠା ଦିବସ: କୁପନ ଦେଲେ ବି ମିଳୁନି ରକ୍ତ

ନୟାଗଡ଼ ଅଫିସ, ୭।୭-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବ୍ଲଡ଼ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଶନିବାର ସିଡିଏମ୍‌ଓଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ଅଜୟ କୁମାର ବାହିନୀପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସିଡିଏମ୍‌ଓ (ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ) ଡା. ଶ୍ୱେତ କୁମାର ମହାପାତ୍ର, ମ୍ୟାଲେରିଆ ଅଧିକାରୀ ଡା. ସୁରେଶ ମିଶ୍ର, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସାମାଜିକ କର୍ମୀ ଦାମୋଦର ସାହୁ , ରୋଟାରିଆନ ପ୍ରମୋଦ ପଟ୍ଟନାୟକ ଓ ମିନାକ୍ଷୀବାଳା ମିଶ୍ର ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗ ଦେଇଥିଲେ। ଅତିଥିମାନେ ଜିଲାରେ ଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ୱାରା ଆୟୋଜିତ ହେଉଥିବା ରକ୍ତଦାନ ଶିବିରକୁ ପ୍ରଶଂସା କରିଥିଲେ। ରକ୍ତଦାନ ଶିବିର ହେବା ଫଳରେ ଜିଲାରେ ବିଭିନ୍ନ ସମୟରେ ଆବଶ୍ୟକ ହେଉଥିବା ରକ୍ତ ରୋଗୀଙ୍କ ଠାରୁ ଆରମ୍ଭ କରି ପ୍ରସୂତି ମହିଳାଙ୍କୁ ମିଳିପାରୁଛି । ଯାହାଦ୍ୱାରା ଅନେକ ଜୀବନ ବଞ୍ଚୁଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକାଂଶ ସଙ୍ଗଠନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ ଶିବିର ଆୟୋଜନ କରୁଥିବା ଶୁଭ ଲକ୍ଷଣ। ଆଗାମୀ ଦିନରେ ଯଦି ଏହିଭଳି ଭାବେ ରକ୍ତଦାନ ଶିବିର ଜାରି ରହିବ ତାହାହେଲେ ଜିଲାରେ ଆଉ ରକ୍ତର ଅଭାବ ଦେଖା ଯିବ ନାହିଁ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ପ୍ରତିବର୍ଷ ଗ୍ରୀଷ୍ମଋତୁରେ ରକ୍ତଦାନ ଶିବିର କରାଯାଉଥିଲେ ମଧ୍ୟ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଉନାହିଁ। ଫଳରେ ଏହି ସମୟରେ ରକ୍ତର ଅଭାବ ଦେଖାଦେଉଛି। ଅନ୍ୟପକ୍ଷେ ଶରଣକୁଳ ଅଞ୍ଚଳର ଜଣେ ଆୟୋଜକ କୁପନ ଦେଲେ ବି ରକ୍ତଭଣ୍ଡାରରେ ଜରୁରିକାଳୀନ ସମୟରେ ରକ୍ତ ମିଳୁନାହିଁ ବୋଲି ପ୍ରକାଶ କରିଥିଲେ। ତେଣୁ ସେମାନେ କାହିିଁକି ରକ୍ତଦାନ ଶିବିର ଆୟୋଜନ କରିବେ ବୋଲି ପ୍ରଶ୍ନ କରିଥିଲେ। ନିଜ ପାଖରେ ଥିବା ୫ଟି କୁପନକୁ ସେ ଫେରାଇ ଦେଇଥିଲେ। ସେହିପରି ରକ୍ତଦାତାମାନଙ୍କୁ ମଧ୍ୟ ଜରୁରିକାଳୀନ ସମୟରେ ରକ୍ତ ମିଳୁ ନ ଥିବା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଯେପରି ଏହି ସମସ୍ୟାର ସମାଧାନ ହୋଇପାରିବ ସେ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷେ ବୈଠକରେ ସମସ୍ତ ବିଷୟରେ ଆଲୋଚନା ହୋଇଥିବା ବେଳେ ରକ୍ତଭଣ୍ଡାରରେ ରକ୍ତର କଳାବଜାରୀ ହେଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏ ଦିଗରେ କୌଣସି ଆଲୋଚନା ହୋଇ ନ ଥିଲା। ଯାହାକୁ ନେଇ ରକ୍ତଦାତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ରକ୍ତଦାନ ଆୟୋଜିତ ହୋଇଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସଦସ୍ୟମାନଙ୍କୁ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଚିକା ସୁକାନ୍ତି ମୃତ୍ୟୁ ଘଟଣା : ଜେଲ ଗଲେ ୩ ଅଭିଯୁକ୍ତ, ୪ ଫେରାର

ନୂଆଗାଁ,୧୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ବାସିନ୍ଦା ତଥା ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ଥିବା ସୁକାନ୍ତି...

ରକ୍ଷଣାବେକ୍ଷଣ ଅଭାବରୁ ରାଜସ୍ବ ବଙ୍ଗଳା ପାଲଟିଛି ଭୂତକୋଠି: ମରାମତି, ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ଦାବି

ଖଣ୍ଡପଡ଼ା,୩୧ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ସହରଠାରୁ ଅନତି ଦୂରରେ ରାଜସ୍ବ ବିଭାଗର ଡାକ ବଙ୍ଗଳା ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠିରେ ପରିଣତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଦୀର୍ଘ...

ବାଲ୍ୟବିବାହ ଭୟରେ ଘରୁ ପଳାଇଥିବା ନାବାଳିକା ଉଦ୍ଧାର

ଓଡ଼ଗାଁ,୧୭।୧୧(ସ୍ବ.ପ୍ର.)-ବାଲ୍ୟ ବିବାହ ଭୟରେ ଘରୁ ନିଖୋଜ ହୋଇଯାଇଥିଲେ ଜଣେ ନାବାଳିକା। ଦୀର୍ଘମାସ ପରେ ଶନିବାର ତାଙ୍କୁ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ନୟାଗଡ...

ଶିଳରେ ଛେଚି ଚାଷୀଙ୍କୁ ହତ୍ୟାକଲେ ଦୁର୍ବୃତ୍ତ

ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଟାଉନ ଥାନା ଡିଆଁପଡ଼ା ଗାଁର ଜଣେ ଚାଷୀଙ୍କୁ କେହି ଦୁର୍ବୃତ୍ତ ଶିଳରେ ଛେଚି ବୁଧବାର ରାତିରେ ହତ୍ୟା କରିଛନ୍ତି। ମୃତକ ଜଣକ...

ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ନନ୍ଦ, ଯଶୋଦା, କୃଷ୍ଣ, ବଳରାମ ବେଶରେ ଗ୍ରାମ ପରିକ୍ରମା

ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କଣ୍ଟିଲୋ ନିକଟ ପଥରଚକଡା ତଳସାହି ଓ ବଡସାହି ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ସମାଜର ବେହେରା...

ବ୍ଲକସ୍ତରୀୟ ସୁନେତ୍ର ଶିକ୍ଷକ ତାଲିମ

ରଣପୁର,୨୨।୮(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ଏନଏସି ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁନେତ୍ର କାର୍ଯ୍ୟ ଉପରେ ବ୍ଲକସ୍ତରୀୟ ଏକ ଶିକ୍ଷକ...

ସୈନିକ ଅଶୋକ ଏବେ ଦିବ୍ୟାଙ୍ଗ ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨।୭- କାଲି ଯିଏ ସୈନିକ ହୋଇ ଦେଶ ପାଇଁ କାମ କରୁଥିଲେ, ଆଜି ସେ ଦିବ୍ୟାଙ୍ଗ ହୋଇ ନିଜ କାମ କରିବା ଅସମ୍ଭବ ହୋଇପଡୁଛି।...

ଶିମିଳିସାହିର ଶିମିଳିଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପ୍ରାକୃତିକ ପରିବେଶ

ନୟାଗଡ଼ ଅଫିସ,୧୦ା୧୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଶିମିଳିସାହିର ଶିମିଳି ଝରଣା ବର୍ତ୍ତମାନ ପର୍ଯ୍ୟଟନସ୍ଥଳୀ ପାଲଟିଛି। ବିଶେଷକରି ଶୀତ ଦିନ ଆରମ୍ଭ ହୋଇଯାଇଥିବାରୁ...


Coronavirus Update

Archives

Model This Week

Why Dharitri