ବ୍ଲକର ନାମଫଳକକୁ ନେଇ ଦ୍ୱନ୍ଦ

ହାଟଡିହୀ, ୪।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଫିସ୍‌ କାର୍ଯ୍ୟାଳୟ ଏବ ମିଟିଂ ଗୃହରେ ଲିଖିତ ଥିବା ନାମଫଳକକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ବିଭିନ୍ନ ମହଲରୁ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ବ୍ଲକ କର୍ତ୍ତୃପକ୍ଷଙ୍କ ଦାୟିତ୍ୱକୁ ନେଇ ନାପସନ୍ଦ କରାଯାଇଛି। ଖବରରୁ ଜଣାଯାଇଛି ଯେ, ତଳ ମହଲା କୋଠରୀ ଗୃହରେ ବିଡିଓ, କ୍ୟାସିଅର୍‌ ଏବଂ ଆକାଉଣ୍ଟସଙ୍କ ଅଫିସ୍‌ ଗୃହ ଅଛି। ତଳ ମହଲାର ଆଗପଟ କାନ୍ଥରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହାଟଡିହୀର ସ୍ଥାପିତ ୨୬ ଜାନୁଆରୀ ୧୯୬୧ ଲେଖାଯାଇଛି। ଉପର ମହଲାଟି ମିଟିଂ ଗୃହ ପାଇଁ ଉଦ୍ଦିଷ୍ଟ ରହିଥିବାବେଳେ ଏହାର କାନ୍ଥରେ ୨୯ ଜାନୁଆରୀ ୧୯୬୧ ଲେଖାଯାଇଛି। ଏପରି ଲେଖା ତିନି ସପ୍ତାହ ହେଲାଣି ଲିଖିତ ହୋଇରହିଥିବାବେଳେ ଏଥିପ୍ରତି କର୍ତ୍ତୃପକ୍ଷ ନଜର ନ ଦେବା ଦୁର୍ଭାଗ୍ୟଜନକ ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ହାଟଡିହୀ ବ୍ଲକ କେବେ ସ୍ଥାପିତ ହୋଇଥିଲା ଏବଂ ଉକ୍ତ ଦୁଇ ନାମଫଳକ ମଧ୍ୟରୁ କେଉଁଠି ସଠିକ୍‌ ଅଟେ ତାହା ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିରେ ମେଡ଼ିକାଲ ଅଫିସର

ଆନନ୍ଦପୁର,୧୯।୭: ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲା ସାଇଁକୁଳ ମେଡିକାଲ ଅଫିସର ଡା ରଂଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ...

ଆଗରୁ ବ୍ଲେଡ୍‌ରେ କାଟିଥିଲେ, ଏବେ ପନିକିରେ କାଟି ଜୀବନ ହାରିଲେ ଯୁବକ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପନିକିରେ ନିକ ବେକ କାଟି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ...

ମା’ ତାରିଣୀଙ୍କ ପୀଠରେ ଜିଭ କାଟିଲେ ଜଣେ ଭକ୍ତ, କାରଣ ଜାଣିଲେ…

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଜିଭକୁ ବ୍ଲେଡ୍‌ରେ କାଟି ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର...

ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଜିଉ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ବଡ଼ ଏକାଦଶୀ ତିଥିରେ କେନ୍ଦୁଝରର ଆରାଧ୍ୟଦେବ ଶ୍ରୀଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି।...

ଅପରେଶନ ପରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ

କେନ୍ଦୁଝର,୧୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ...

ସରକାରୀ ଜମି ଉଚ୍ଛେଦ କରି ବସ୍‌ଷ୍ଟପ୍‌ ପାଇଁ ଦାବି

କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁର ମୌଜାରେ ସରକାରୀ ଜମି ଜବରଦଖଲ ହୋଇଥିବା ନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ...

ମୁଖ୍ୟମନ୍ତ୍ରୀଙ୍କୁ ବଜେଟ ପ୍ରସ୍ତାବ ଦେଲେ ବରିଷ୍ଠ ନାଗରିକ ମଞ୍ଚ

କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାର ବଜେଟ ଆଗତ ପୂର୍ବରୁ ପ୍ରସ୍ତାବ ଆଗତ କରିଥିଲେ ା ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବର୍ଗର ଲୋକ...

ନୂଆ ଜିଲା ଜଜ୍‌ ପରିସର ନିର୍ମାଣ ପାଇଁ ଜମି ଚିହ୍ନଟ, ହସ୍ତାନ୍ତର ଆରମ୍ଭ

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଜଜ୍‌ କୋର୍ଟର ନୂତନ ପରିସର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ଏନେଇ ସ୍ଥାନୀୟ ଢାଙ୍ଗରପଡ଼ା ନିକଟରେ ଜିଲା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri