Posted inଖେଳ

ବ୍ରୋଞ୍ଜ ସହ ଶୁଟର୍‌ ଦୀପକଙ୍କୁ ଅଲିମ୍ପିକ ଯୋଗ୍ୟତା

ଦୋହା, ୫।୧୧ (ପି.ଟି.)- ଏଠାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ ଶୁଟିଂ ପ୍ରତିଯୋଗିତାର ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ଦୀପକ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୀପକ ଏଥିସହ ଆସନ୍ତା ବର୍ଷ ଟୋକିଓରେ ଖେଳାଯିବାକୁ ଥିବା କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିବାରେ ଦୀପକ ୧୦ମ ଭାରତୀୟ ଶୁଟର୍‌ ହୋଇଛନ୍ତି। ପୂର୍ବରୁ ଗତ ଏପ୍ରିଲରେ ଦିବ୍ୟାଂଶ ସିଂ ପନଓ୍ବାର ଏହି ଇଭେଣ୍ଟରେ ଅଲିମ୍ପିକ ଟିକେଟ୍‌ ହାସଲ କରିଥିଲେ।
୧୦ ମିଟର ଏୟାର ରାଇଫଲ୍‌ରେ ଦୀପକ ମୋଟ୍‌ ୬୨୬.୮ ସ୍କୋର ସହ ୩ୟ ସ୍ଥାନରେ ରହି ୮ ଜଣିଆ ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଥିଲେ। ଫାଇନାଲରେ ସେ ୨୨୭.୮ ସ୍କୋର କରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଥିଲେ। ଦୀପକ ଏଥିପୂର୍ବରୁ ୨୦୧୮ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ମଧ୍ୟ ୩ୟ ସ୍ଥାନ ହାସଲ କରିଥିଲେ। ବର୍ତ୍ତମାନ ସୁଦ୍ଧା ଚାଇନା ସର୍ବାଧିକ ୨୫ ଅଲିମ୍ପିକ କୋଟା ସହ ତାଲିକାର ଶୀର୍ଷରେ ରହିଥିବାବେଳେ କୋରିଆ (୧୨) ଓ ଆୟୋଜକ ଜାପାନ (୧୨) ପଛକୁ ପଛ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଥୀ ଖେଳାଳିଙ୍କ ସ୍ତ୍ରୀଙ୍କୁ ପ୍ରେମ କରି ବିବାହ କରିଥିଲେ ଏହିସବୁ କ୍ରିକେଟର୍‌

କୁହାଯାଏ, ପ୍ରେମ ମାନେନା ବନ୍ଧବାଡ। କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା କହିବା ମୁସ୍କିଲ୍‌। କ୍ରିକେଟର୍‌ମାନଙ୍କ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। କିଛି ଖେଳାଳି ସାଥୀ...

୨୦୧୧ ବିଶ୍ୱକପ୍‌ ଜିତିବା ପରେ କୋହଲିଙ୍କୁ ଏକ ନିବେଦନ କରିଥିଲେ ସଚିନ: ଜାଣନ୍ତୁ କ’ଣ

ଟିମ ଇଣ୍ଡିଆର ୨୦୧୧ ବିଶ୍ୱକପ ବିଜୟ ପ୍ରଶଂସକଙ୍କ ମନରେ ଏବେ ବି ସତେଜ। ୨୮ବର୍ଷ ପରେ ଭାରତ ୨୦୧୧ରେ ଶ୍ରାଲଙ୍କାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା।...

ମୟଙ୍କ ଅଗ୍ରଓ୍ବାଲଙ୍କ ଓ୍ବାନ ମ୍ୟାନ ଶୋ’

ଅହମ୍ମଦାବାଦ,୨।୫ : ଗୋଟିଏ ପଟେ ପଡ଼ି ଚାଲିଥିଲା ଉଇକେଟ ପରେ ଉଇକେଟ। କିନ୍ତୁ କୌଣସି ବୋଲରଙ୍କୁ ଖାତିର କରି ନ ଥିଲେ କାମଚଳା ଅଧିନାୟକ ମୟଙ୍କ...

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ କୋଚ ରବି ଶାସ୍ତ୍ରୀ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କୌଣସି ଆଇପିଏଲ ଦଳକୁ କୋଚିଂ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଶାସ୍ତ୍ରୀଙ୍କୁ...

ରାଇନାଙ୍କୁ କେହି କିଣିଲେନି !

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ନିଲାମରେ କ୍ରିକେଟର ସୁରେଶ ରାଇନାଙ୍କୁ କୌଣସି ବିଡ୍‌ ମିଳିନାହିଁ। ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ କିଣିବା ଲାଗି କେହି ଆଗ୍ରହ ଦେଖାଇ ନ ଥିବାରୁ...

ଟପ୍ସ ସେଣ୍ଟରରେ ଶ୍ରେଷ୍ଠ ଟ୍ରେନିଂ ବ୍ୟବସ୍ଥା କରାଯିବ: ରିଜିଜୁ

ନୂଆଦିଲ୍ଲୀ, ୯ା୧୦ (ପି.ଟି.)-ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ) ଅନ୍ତର୍ଭୁକ୍ତ ଆଥଲେଟ୍‌ଙ୍କ ଲାଗି ଉଦ୍ଦିଷ୍ଟ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସଲେନ୍ସ...

କିଏ ସେହି ଯୁବତୀ, ଯାହାଙ୍କୁ ସାରା ବିଶ୍ୱ ଆଗରେ ପ୍ରପୋଜ କଲେ ଦୀପକ

ଦୁବାଇ,୮।୧୦: ଆଇପିଏଲ-୨୦୨୧ର ଲିଗ ମ୍ୟାଚରେ ତିନିଥର ଚାମ୍ପିୟନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି। ତେବେ ଚେନ୍ନାଇ ପେସର୍‌...

ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ସଚିନ

ନୂଆଦିଲ୍ଲୀ,୭।୨- ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଶୁକ୍ରବାର ଅଷ୍ଟ୍ରେଲିଆର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ଗସ୍ତ କରି ଷ୍ଟାଡିୟମରେ ତାଙ୍କ ପସନ୍ଦୀୟ ଜାଗା ଦେଖାଇଛନ୍ତି।...

Advertisement
Archives

Model This Week