ବ୍ରିଟେନରେ ପିଲାଙ୍କୁ ବିରଳ ରୋଗ

ଲଣ୍ଡନ,୨୯ା୪: କିଛିଦିନ ହେଲା ଆମେରିକା, ଇଟାଲୀ ଓ ସ୍ପେନରେ କରେନା (କୋଭିଡ୍‌-୧୯) ସଂକ୍ରମଣର ସ୍ଥିତିରେ ଧୀରେ ଧୀରେ ସୁଧାର ହେଉଥିବା ଲକ୍ଷ୍ୟ କରାଯାଉଥିବାବେଳେ ବ୍ରିଟେନରେ ଏହି ମହାମାରୀର ପ୍ରକୋପ ଜାରି ରହିଛି। ଏବେ ବ୍ରିଟେନରେ ଆଉ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶର କେତେକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ବିଭିନ୍ନ ବୟସର ଏକ ଡଜନରୁ ଊର୍ଦ୍ଧ୍ୱ ପିଲାଙ୍କ ହୃତ୍‌ପିଣ୍ଡ ଫୁଲିଯିବା ସହ ପେଟ ଯନ୍ତ୍ରଣା, ଝାଡ଼ାବାନ୍ତି ଆଦି ଲକ୍ଷଣ ଦେଖିବାକୁ ମିଳିଛି। ଏହାକୁ ନେଇ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌) ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ସେଥିରେ ପିଲାମାନଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ବୟସ୍କମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଦର୍ଶାଯାଇଛି। ଏହାସହ ଶିଶୁଙ୍କ ଚିକିତ୍ସା ଓ ସ୍ବାସ୍ଥ୍ୟସେବା ପ୍ରତି ଡାକ୍ତର ଏବଂ ଅଭିଭାବକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ହେଲେ କରୋନା ସଂକ୍ରମଣ ଯୋଗୁ ପିଲାମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଯାଉଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପେଡିଆଟ୍ରିକ ଇଣ୍ଟେନ୍ସିଭ କେୟାର ସୋସାଇଟିର ଏକ ଟୁଇଟ୍‌ ଅନୁଯାୟୀ, ପିଲାମାନଙ୍କଠାରେ ଏକାଥରକେ ଟକ୍ସିକ୍‌ ଶକ୍‌ ସିଣ୍ଡ୍ରୋମ୍‌ (ଭୂତାଣୁଗୁଡ଼ିକର ବିଷାକ୍ତ ପଦାର୍ଥ ଯୋଗୁ ସଂଘଟିତ ହୁଏ), କାୱାସାକି (ଶିରାଜନିତ ରୋଗ) ଏବଂ କୋଭିଡ୍‌-୧୯ର ଗମ୍ଭୀର ଲକ୍ଷଣ ଦେଖାଯାଉଛି। ପିଲାମାନେ ପେଟରେ ଯନ୍ତ୍ରଣା ଅନୁଭବ କରିବା ଏକ ପ୍ରକାର ଜରୁରିକାଳୀନ ପରିସ୍ଥିତି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ପିଲାମାନେ ଡାକ୍ତରଖାନା ଆସିବା ବେଳକୁ ସେମାନଙ୍କ ଅବସ୍ଥା ଏତେ ଗୁରୁତର ହୋଇପଡ଼ିଥିଲା ଯେ ସେମାନଙ୍କୁ ସିଧା ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିିଲା। ସ୍ବାବ୍‌ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ କରୋନା ପଜିଟିଭ୍‌ ଏବଂ କେତେଜଣ ନେଗେଟିଭ୍‌ ରିପୋର୍ଟ ଆସିଥିଲା। ହେଲେ ଏହି ରିପୋର୍ଟ ୧୦୦% ବିଶ୍ୱାସଯୋଗ୍ୟ ନୁହେଁ ବୋଲି କେତେଜଣ ଡାକ୍ତର କହୁଛନ୍ତି। ଏନ୍‌ଏଚ୍‌ଏସ୍‌ ସହିତ ଜଡିତ ଡାକ୍ତରମାନେ ଏହାକୁ ଇନ୍‌ଫ୍ଲାମେଟୋରି ସିଣ୍ଡ୍ରୋମ୍‌ ବୋଲି କହୁଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, ଏହାର କରୋନା ଭୂତାଣୁ ସହିତ ସିଧାସଳଖ ସମ୍ପର୍କ ଥାଇପାରେ, ଯାହା ବିଳମ୍ବରେ ସାମ୍ନାକୁ ଆସିଛି। ପିଲାମାନଙ୍କ ଲକ୍ଷଣଗୁଡ଼ିକୁ ଟକ୍ସିକ୍‌ ଶକ୍‌ ସିଣ୍ଡ୍ରୋମ୍‌ ଓ କାୱାସାକି ରୋଗ ସହିତ ତୁଳନା କରାଯାଇଛି। ଏହି ଦୁଇ ରୋଗର ଲକ୍ଷଣ ହେଲା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଫୁଲିଯିବା ଏବଂ କରୋନାର ଲକ୍ଷଣ ପରି ଜ୍ୱର ଆସିବା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ହେବା। ବିଶେଷକରି କାଓ୍ବାସାକି ରୋଗରେ ଶିରାଗୁଡ଼ିକରେ ଫୁଲା ଦେଖାଯାଏ। ଏହାଦ୍ୱାରା ହୃତ୍‌ପିଣ୍ଡକୁ ରକ୍ତ ସଂଚାଳନ କରୁଥିବା ଧମନୀ ଦୁର୍ବଳ ହୋଇଯାଏ। ସାଧାରଣତଃ ୫ ବର୍ଷରୁ କମ୍‌ ବୟସର ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ଲକ୍ଷଣ ହେଉଛି ଜ୍ୱର, ଚର୍ମରେ ଦାଗ, ହାତରେ ଫୁଲା ଦେଖାଯିବା, ଆଖିର ଧଳା ଅଂଶରେ ଲାଲ ରଙ୍ଗ ଏବଂ ଗଳା ଫୁଲିଯିବା। ପରିସ୍ଥିତି ଜଟିଳ ହେଲେ ହୃଦ୍‌ଘାତ ହୋଇପାରେ। ବ୍ରିଟିଶ ଶିଶୁରୋଗ ବିଶେଷଜ୍ଞ ଡ. ଏଲିଜାବେଥ ୱିଟେକର କହିଛନ୍ତି ଯେ, ଏଭଳି ମାମଲା ସଂଖ୍ୟା କମ୍‌ କିନ୍ତୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ।
ଡାକ୍ତରମାନେ କହିଛନ୍ତି ଯେ, ଉପରୋକ୍ତ ପିଲାମାନଙ୍କଠାରେ କରୋନା ଏବଂ କାୱାସାକିର ମିଶ୍ରିତ ଲକ୍ଷଣ ରହିଛି, ଯାହା ଅସ୍ବାଭାବିକ। ତାହାର ଅନୁସନ୍ଧାନ କରାଯାଉଛି। ପ୍ରକୃତ କାରଣ ଜାଣିବା ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ଉଚିତ ନୁହେଁ।
ସୂଚନାଥାଉ କି, ବ୍ରିଟେନରେ ଏବେଯାଏ ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୨୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଗଲାଣି। ଚଳିତମାସ ଆରମ୍ଭରୁ ଅଦ୍ୟାବଧି ପ୍ରତିଦନ ହାରାହାରି ୪୮୦୦ରୁ ଊର୍ଦ୍ଧ୍ୱ ଲୋକ ସଂକମ୍ରିତ ହେଉଛନ୍ତି। କରୋନାର ସାଧାରଣ ଲକ୍ଷଣ ମଧ୍ୟରେ ପ୍ରବଳ ଜ୍ୱର, ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ, ଶୁଖିଲା କାଶ ଅନ୍ତର୍ଭୁକ୍ତ। ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଥିଲା ଯେ ଝାଡ଼ା, ପେଟ ଯନ୍ତ୍ରଣା ମଧ୍ୟ କରୋନା ସଂକ୍ରମଣର ଲକ୍ଷଣ। ଅନ୍ୟପକ୍ଷରେ ଆମେରିକୀୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଗନ୍ଧ ଓ ସ୍ବାଦ ଅନୁଭବ ନ କରିବା ମଧ୍ୟ କରୋନା ସଂକ୍ରମଣର ଲକ୍ଷଣ। ହେଲେ ପ୍ରାୟ ୩ ସପ୍ତାହ ହେଲା ବ୍ରିଟେନରେ ପିଲାମାନଙ୍କଠାରେ ଆଉ କେତେକ ଲକ୍ଷଣ ଦେଖିବାକୁ ମିଳିଛି। ଏହା କରୋନା ଭୂତାଣୁର ଭିନ୍ନ ରୂପ ହୋଇପାରେ କିମ୍ବା ପିଲାମାନଙ୍କୁ ଭିନ୍ନ ଭାବରେ କ୍ଷତି ପହଞ୍ଚାଥାଇପାରେ। ଡ. ଏଲିଜାବେଥ ୱିଟେକର କହିଛନ୍ତି ଯେ, ଇଟାଲୀ ଏବଂ ସ୍ପେନରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା, ଯଦିଓ ସେମାନଙ୍କ ସଂଖ୍ୟା ବହୁତ କମ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଡିଗଲା ବିଶ୍ୱର ସବୁଠାରୁ ସୁନ୍ଦର ସହର

ଭେନିସ,୧୮।୧୧: ବନ୍ୟା ଜଳରେ ବୁଡି ଯାଇଛି ବିଶ୍ୱର ସବାଠାରୁ ସୁନ୍ଦର ସହର ଇଟାଲୀର ଭେନିସ। ଏଠାରେ ପାଖାପାଖି ୬ ଫୁଟର ସମୁଦ୍ର ଜୁଆର ମାଡି ଆସିବା...

ନଓ୍ବାଜ ଶରିଫ ରହୁଥିବା ଜେଲ୍‌ରେ ରହିବେ ହାଫିଜ୍‌

ଇସ୍‌ଲାମାବାଦ,୧୮।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ସଂସ୍ଥାପକ ହାଫିଜ ସୟିଦଙ୍କୁ ବୁଧବାର ପଞ୍ଜାବ ଅଞ୍ଚଳରୁ ଗିରଫ କରାଯାଇଛି। ପାକିସ୍ତାନର...

ଶ୍ରୀଲଙ୍କାରେ ଅଗଷ୍ଟରେ ହେବ ସାଧାରଣ ନିର୍ବାଚନ

କଲମ୍ବୋ,୧୧।୬: ଶ୍ରୀଲଙ୍କାରେ ଅଗଷ୍ଟ ୫ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କରୋନା ଭାଇରସ ସଂକ୍ରମଣ ଯୋଗୁ ଏହା ୩ ମାସ ବିଳମ୍ବ ହୋଇସାରିଥିବା ବେଳେ ସ୍ବାସ୍ଥ୍ୟ...

ବିଦେଶ ଗସ୍ତରେ ଥାଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ବିଶ୍‌କେକ୍‌/ଗାନ୍ଧୀନଗର,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗ ଦେବା ଲାଗି କିର୍‌ଗିଜସ୍ଥାନ ରାଜଧାନୀ ବିଶ୍‌କେକ୍‌ ଯାତ୍ରା କରିଛନ୍ତି। ହେଲେ...

ଆଫଗାନିସ୍ତାନରେ ୫ ତାଲିବାନ ଆତଙ୍କବାଦୀ ମୃତ

ବାରାକ୍‌-ଇ-ବାରାକ୍‌,୫।୧୧: ଆଫଗାନିସ୍ତାନର ବାରାକ୍‌-ଇ-ବାରାକ୍‌ ଜିଲାର ଶନା କ୍ୱେଲା ଗାଁରେ ୫ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମଧ୍ୟ ଲାଗୋର ଅଞ୍ଚଳରେ ସୋମବାର ସ୍ପେଶାଲ ପୋଲିସ...

ଫ୍ରାନ୍ସ, ଜର୍ମାନୀକୁ ଟପିଲା ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୮ା୫: ମହାମାରୀ କରୋନା ଭୂତାଣୁ ବିଶ୍ୱରେ କଳାବାଦଲ ଢ଼ାଙ୍କିଦେଇଛି। ଏହି ପ୍ରାଣଘାତୀ ରୋଗରୁ ମୁକୁଳିବା ଲାଗି ସଂଗ୍ରାମ ଜାରି ରହିଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟା...

ଚାଇନାରେ ବିନା ଲକ୍ଷଣରେ ୧୫୪୧ କରୋନା ପଜିଟିଭ୍‌

ବେଜିଂ,୧।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭାଇରସ୍‌କୁ ନେଇ ପ୍ରଥମ ଥର ପାଇଁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ...

ବଳାତ୍କାରୀଙ୍କୁ ଦିଆଯିବ ନପୁଂସକ ଇଞ୍ଜେକଶନ

ମଣ୍ଟଗୋମେରୀ,୧୨।୬: ବଳାତ୍କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବିକୁ ଆଖି ଆଗରେ ରଖି ଗୋଟିଏ ରାଜ୍ୟ ଦୋଷୀଙ୍କୁ ନପୁଂସକ କରିବା ପାଇଁ ଏକ କେମିକାଲର ବ୍ୟବହାର କରିବାକୁ...

Coronavirus Update


Archives

Model This Week

Why Dharitri