ବ୍ରାଥଓ୍ବେଟଙ୍କୁ ସାନ୍ତ୍ୱନା ଦେଲେ ନ୍ୟୁଜିଲାଣ୍ଡ ଖେଳାଳି

ମାଞ୍ଚେଷ୍ଟର,୨୩ା୬: ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ କଡ଼ା ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଥିଲା। କାର୍ଲୋସ ବ୍ରାଥଓ୍ବେଟଙ୍କ ବିସ୍ଫୋରକ ଶତକୀୟ ଇନିଂସ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ୫ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ବ୍ରାଥଓ୍ବେଟଙ୍କ ଇନିଂସ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ ସମେତ ଦଳୀୟ ଖେଳାଳିଙ୍କୁ ଚିନ୍ତାରେ ପକାଇ ଦେଇଥିଲ। ୪୯ତମ ଓଭରରେ ଜିମ୍ମି ନିଶାମଙ୍କ ଅନ୍ତିମ ବଲରେ ବ୍ରାଥଓ୍ବେଟ ଟ୍ରେଣ୍ଟ ବୋଲ୍ଟଙ୍କ ହାତରେ ଧରାପଡ଼ିଥିଲା। ଆଉଟ୍‌ ହେବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପ୍ରତିପକ୍ଷ ଦଳର ଅଧିନାୟକ ଓ୍ବିଲିୟମସନ, ରସ ଟେଲର, ଜିମ୍ମି ନିଶାମ ଓ କ୍ୟାଚ୍‌ ଧରିଥିବା ବୋଲ୍ଟ ଉଲ୍ଲସିତ ଶେଷ ହେବା ପରେ ବ୍ରାଥଓ୍ବେଟଙ୍କୁ ସାନ୍ତ୍ୱନା ଜଣାଇଥିଲେ। ମୁଁ ଫ୍ରାଞ୍ଚାଇଜ କ୍ରିକେଟରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍‌ ଶେୟାର କରିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଦଳରେ ସାମିଲ ଥିବା କିଛି ଖେଳାଳି ମୋ ବନ୍ଧୁ। କିନ୍ତୁ ଏହା ମ୍ୟାଚ୍‌ରେ ମାନେ ରଖେ ନହିଁ। ବୋଲ୍ଟଙ୍କ କ୍ୟାଚ୍‌ ଆମକୁ ହରାଇ ଦେଲା। ହେଲେ ସେମାନଙ୍କ ଖେଳୁଆଡ଼ ମନଭାବ ଓ ପ୍ରତିପକ୍ଷ ଖେଳାଳିଙ୍କ ପ୍ରତି ଥିବା ତାଙ୍କ ସମ୍ମାନ ପ୍ରଶଂସନୀୟ ବୋଲି ମ୍ୟାଚ୍‌ ପରେ ବ୍ରାଥଓ୍ବେଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶାର ସ୍ବସ୍ତିଙ୍କୁ ରୌପ୍ୟ

ଭୁବନେଶ୍ୱର, ୧୪ା୧ (କ୍ରୀଡ଼ା ପ୍ରତିନିଧି)- ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ଦୀନେଶ କୁମାର ସ୍ବର୍ଣ୍ଣ ପଦକ ଜିତିବାର ଗୋଟିଏ...

ପଦାର୍ପଣ କରିବେ ଇଶାନ, ସୂର୍ଯ୍ୟକୁମାର

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ...

ଐତିହାସିକ ବିଜୟ ପରେ ବିରାଟ କୋହଲିଙ୍କ ବିଷୟରେ ମୁହଁ ଖୋଲିଲେ ରାହାନେ

ଭାରତୀୟ କ୍ରିକେଟ୍‌ ଦଳର କାମଚଳା ଅଧିନାୟକ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍‌ ବିଜୟ ହାସଲ କରିଥିଲା। ଏହାପରେ ରାହାନେଙ୍କ ନେତୃତ୍ୱକୁ...

ଷ୍ଟାର ଖେଳାଳିଙ୍କ କାରନାମା: ଗୋଇଠା ମାରି ଭାଙ୍ଗିଦେଲେ ଉଇକେଟ

ଢାକା,୧୧।୬ : ବାଂଲାଦେଶର ଘରୋଇ ଟି୨୦ ଟୁର୍ନାମେଣ୍ଟ ଢାକା ଲିଗ୍‌ରେ ଶୁକ୍ରବାର ଏକ ଅପ୍ରିତିକର ଘଟଣା ଘଟିଛି। ଅମ୍ପାୟରଙ୍କୁ ଅସଦାଚରଣ କରିବା ସହ ଷ୍ଟମ୍ପକୁ ଗୋଇଠା...

ପ୍ରଥମ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ, ୧୮।୧୨- ସ୍ଥାନୀୟ ଇଡେନ ପାର୍କଠାରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌କୁ ଅତି ସହଜରେ ୫ ଉଇକେଟରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଏହି...

ହାର୍ଦ୍ଦିକଙ୍କ ପୂର୍ବରୁ ୪ କ୍ରିକେଟର୍‌ ବିନା ବିବାହରେ ହୋଇଥିଲେ ପିତା

ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଖୁସିଖବର ନିଜ ଫ୍ୟାନ୍‌ଙ୍କୁ...

ଇଣ୍ଡିଆନ ସୁପର ଲିଗ୍‌: ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସି

ମାରଗାଓ, ୮।୩(ପି.ଟି.)- ପୂର୍ବରୁ ୨ଥର ଟାଇଟଲ ହାସଲ କରିଥିବା ଚେନ୍ନାଇନ ଏଫ୍‌ସି ପ୍ରଥମ ଦଳ ଭାବେ ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲରେ ପ୍ରବେଶ...

ପ୍ରଥମ ଆର୍‌ସିବି ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ପାଇଲେ ବିରାଟ

ଦୁବାଇ, ୧୦।୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ କୀର୍ତ୍ତିମାନ ଯୋଡ଼ିଛନ୍ତି। ଆଇପିଏଲ୍‌ର ବାଙ୍ଗାଲୋର ଫ୍ରାଞ୍ଚାଇଜ ପାଇଁ...

Advertisement
Archives

Model This Week