ବ୍ରାଉନସୁଗାର କାରବାରକୁ ନାହିଁ ଲଗାମ: ଥାନା, ଫାଣ୍ଡି, ମନ୍ଦିର ସମ୍ମୁଖରେ ଚାଲିଛି ବିକ୍ରି

ନୟାଗଡ଼ ଅଫିସ,୬ା୨: ଖୋର୍ଦ୍ଧା ପରେ ନୟାଗଡ଼ ଜିଲା ଏବେ ବ୍ରାଉନସୁଗାର ବ୍ୟବସାୟୀଙ୍କ କବ୍‌ଜାରେ। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି ହେଉଛି। କାରବାର ବଢ଼ାଇବା ପାଇଁ ବେକାର ଯୁବକ, ଗରିବ ଲୋକଙ୍କୁ ଏଥିରେ ନିୟୋଜିତ କରାଯାଉଛି। କାରବାର ପ୍ରତି ଆଗ୍ରହ ଦେଖାଇବା ପାଇଁ ପ୍ରଥମେ ବେକାର ଯୁବକଙ୍କୁ ପ୍ରାୟ ୧ମାସ ପର୍ଯ୍ୟନ୍ତ ମାଗଣାରେ ବ୍ରାଉନସୁଗାର ଖାଇବାକୁ ଦିଆଯାଉଛି। ପୁଣି ଗଣ୍ଡଗୋଳ ଏଡାଇବା ଲାଗି ସ୍ଥାନୀୟ ଲୋକଙ୍କୁ କିଛି ହାତ ଖର୍ଚ୍ଚ ମଧ୍ୟ ଦିଆଯାଉଛି। ଏହାବାଦ୍‌ ସ୍ଥାନୀୟ ଗାଁର ଉନ୍ନୟନ କାର୍ଯ୍ୟ ପାଇଁ ବ୍ୟବସାୟୀମାନେ ମୁକ୍ତ ହସ୍ତରେ ସହଯୋଗ କରୁଛନ୍ତି। ଏହିସବୁ ବ୍ୟବସ୍ଥା ଯୋଗୁ ଏହି ବେଆଇନ କାରବାର ଉପରେ ଲଗାମ ଲାଗିପାରୁ ନ ଥିବା କୁହାଯାଉଛି।
ଖୋର୍ଦ୍ଧାର ବହୁ ବ୍ୟବସାୟୀ ପ୍ରଥମେ ଜଙ୍କିଆ ଥାନା ଅଞ୍ଚଳରେ ବ୍ରାଉସୁଗାର ବ୍ୟବସାୟ କରୁଥିଲେ। କ୍ରମଶଃ ସେମାନଙ୍କ ବେପାର ନୟାଗଡ଼ ଜିଲାର ରଣପୁର ଓ ଚାନ୍ଦପୁର ପର୍ଯ୍ୟନ୍ତ ବ୍ୟାପିଲା। ନିକଟସ୍ଥ ସୁନାଖଳା ବଜାରକୁ ମଧ୍ୟ ସେମାନେ ଦଖଲ କରିନେଲେ। ଏହା ପରେ ରଣପୁର ବ୍ଲକର ବିଭିନ୍ନ ବଜାର ଅଞ୍ଚଳରେ ପ୍ରବେଶ କରି ନିଜର କାରବାର ଚଳାଇଲେ। ଏବେ ନୟାଗଡ଼ ଜିଲା ସଦର ମହକୁମା ସମେତ ଇଟାମାଟି, ଗୋଡିପଡା, ଶରଣକୁଳ ଅଞ୍ଚଳରେ ବ୍ରାଉନସୁଗାର ମିଳୁଛି। ରଣପୁର, ସୁନାଖଳା ଓ ଚାନ୍ଦପୁର ପରେ ଜିଲାର ବ୍ୟବସାୟ ସ୍ଥଳ ଇଟାମାଟିରେ କାରବାର ବଢ଼ିଛି। ପୋଲିସ କିମ୍ବା ଅବକାରୀ ବିଭାଗର ଚଢ଼ାଉ ନାହିଁ। ମଝିରେ ମଝିରେ ଚଢ଼ାଉ ହେଉଥିଲେ ବି ତାହା ଲୋକଦେଖାଣିଆ। କାରଣ ଚଢ଼ାଉ ପୂର୍ବରୁ କୁଆଡେ ଆଗୁଆ ସୂଚନା ଦିଆଯାଉଛି। ଏଣୁ ବ୍ୟବସାୟୀମାନେ ଧରା ପଡୁନାହାନ୍ତି। କାରବାର ବନ୍ଦ କରି ଫେରାର ହୋଇଯାଉଛନ୍ତି। ଅନ୍ୟପକ୍ଷେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ରାଉନସୁଗାର କାରବାର କରାଯାଉନି। ବାରମ୍ବାର ସ୍ଥାନ ବଦଳା ଯାଉଛି। ଜଣେ ବ୍ରାଉନସୁଗାର ବ୍ୟବସାୟୀ କହିଛନ୍ତି, ଖୋର୍ଦ୍ଧାରେ ଏସ୍‌ଟିଏଫ ଚଢ଼ାଉ ପରେ କାରବାର ମାନ୍ଦା ଥିଲା। ଏବେ ଧୀରେ ଧୀରେ କାରବାର ବଢ଼ୁଛି। ତେବେ ଖୋର୍ଦ୍ଧା ବଜାର ବର୍ତ୍ତମାନ ସମୟରେ ନିରାପଦ ନୁହେଁ। କାରଣ ରିକ୍ସ ନେଇ କରିବାକୁ ପଡୁଛି। ଏଣୁ କିଛି ବ୍ୟବସାୟୀ ଖୋର୍ଦ୍ଧା ଛାଡି ନୟାଗଡ଼ ଜିଲାକୁ ଆପଣେଇଛନ୍ତି। ଏଠାରେ ଝମେଲା ନାହିଁ। ଖର୍ଚ୍ଚ କମ୍‌, ଲାଭ ଅଧିକ। କେବଳ ବ୍ୟବସାୟ ବଢ଼ାଇବାକୁ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ପୋଲିସ, ଅବକାରୀ ବିଭାଗର ଭୟ ନାହିଁ। କାରଣ ଏହି କାରବାର ନେଇ ସାଧାରଣରେ ଅଭିଯୋଗ ନାହିଁ। ଏ ସମ୍ପର୍କରେ ଭାରପ୍ରାପ୍ତ ଏସ୍‌ପି ଦିଲୀପ କୁମାର ସାହାଣୀଙ୍କୁ ପଚାରିବାରୁ ସେ କହିଥିଲେ, ଜିଲାର ରଣପୁର ସମେତ ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର ଧରପଗଡ ଚାଲିଛି। ଆଗକୁ ଏହା ତ୍ୱରାନ୍ବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri