ବ୍ରାଉନସୁଗାର କାରବାରକୁ ନାହିଁ ଲଗାମ: ଥାନା, ଫାଣ୍ଡି, ମନ୍ଦିର ସମ୍ମୁଖରେ ଚାଲିଛି ବିକ୍ରି

ନୟାଗଡ଼ ଅଫିସ,୬ା୨: ଖୋର୍ଦ୍ଧା ପରେ ନୟାଗଡ଼ ଜିଲା ଏବେ ବ୍ରାଉନସୁଗାର ବ୍ୟବସାୟୀଙ୍କ କବ୍‌ଜାରେ। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି ହେଉଛି। କାରବାର ବଢ଼ାଇବା ପାଇଁ ବେକାର ଯୁବକ, ଗରିବ ଲୋକଙ୍କୁ ଏଥିରେ ନିୟୋଜିତ କରାଯାଉଛି। କାରବାର ପ୍ରତି ଆଗ୍ରହ ଦେଖାଇବା ପାଇଁ ପ୍ରଥମେ ବେକାର ଯୁବକଙ୍କୁ ପ୍ରାୟ ୧ମାସ ପର୍ଯ୍ୟନ୍ତ ମାଗଣାରେ ବ୍ରାଉନସୁଗାର ଖାଇବାକୁ ଦିଆଯାଉଛି। ପୁଣି ଗଣ୍ଡଗୋଳ ଏଡାଇବା ଲାଗି ସ୍ଥାନୀୟ ଲୋକଙ୍କୁ କିଛି ହାତ ଖର୍ଚ୍ଚ ମଧ୍ୟ ଦିଆଯାଉଛି। ଏହାବାଦ୍‌ ସ୍ଥାନୀୟ ଗାଁର ଉନ୍ନୟନ କାର୍ଯ୍ୟ ପାଇଁ ବ୍ୟବସାୟୀମାନେ ମୁକ୍ତ ହସ୍ତରେ ସହଯୋଗ କରୁଛନ୍ତି। ଏହିସବୁ ବ୍ୟବସ୍ଥା ଯୋଗୁ ଏହି ବେଆଇନ କାରବାର ଉପରେ ଲଗାମ ଲାଗିପାରୁ ନ ଥିବା କୁହାଯାଉଛି।
ଖୋର୍ଦ୍ଧାର ବହୁ ବ୍ୟବସାୟୀ ପ୍ରଥମେ ଜଙ୍କିଆ ଥାନା ଅଞ୍ଚଳରେ ବ୍ରାଉସୁଗାର ବ୍ୟବସାୟ କରୁଥିଲେ। କ୍ରମଶଃ ସେମାନଙ୍କ ବେପାର ନୟାଗଡ଼ ଜିଲାର ରଣପୁର ଓ ଚାନ୍ଦପୁର ପର୍ଯ୍ୟନ୍ତ ବ୍ୟାପିଲା। ନିକଟସ୍ଥ ସୁନାଖଳା ବଜାରକୁ ମଧ୍ୟ ସେମାନେ ଦଖଲ କରିନେଲେ। ଏହା ପରେ ରଣପୁର ବ୍ଲକର ବିଭିନ୍ନ ବଜାର ଅଞ୍ଚଳରେ ପ୍ରବେଶ କରି ନିଜର କାରବାର ଚଳାଇଲେ। ଏବେ ନୟାଗଡ଼ ଜିଲା ସଦର ମହକୁମା ସମେତ ଇଟାମାଟି, ଗୋଡିପଡା, ଶରଣକୁଳ ଅଞ୍ଚଳରେ ବ୍ରାଉନସୁଗାର ମିଳୁଛି। ରଣପୁର, ସୁନାଖଳା ଓ ଚାନ୍ଦପୁର ପରେ ଜିଲାର ବ୍ୟବସାୟ ସ୍ଥଳ ଇଟାମାଟିରେ କାରବାର ବଢ଼ିଛି। ପୋଲିସ କିମ୍ବା ଅବକାରୀ ବିଭାଗର ଚଢ଼ାଉ ନାହିଁ। ମଝିରେ ମଝିରେ ଚଢ଼ାଉ ହେଉଥିଲେ ବି ତାହା ଲୋକଦେଖାଣିଆ। କାରଣ ଚଢ଼ାଉ ପୂର୍ବରୁ କୁଆଡେ ଆଗୁଆ ସୂଚନା ଦିଆଯାଉଛି। ଏଣୁ ବ୍ୟବସାୟୀମାନେ ଧରା ପଡୁନାହାନ୍ତି। କାରବାର ବନ୍ଦ କରି ଫେରାର ହୋଇଯାଉଛନ୍ତି। ଅନ୍ୟପକ୍ଷେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ରାଉନସୁଗାର କାରବାର କରାଯାଉନି। ବାରମ୍ବାର ସ୍ଥାନ ବଦଳା ଯାଉଛି। ଜଣେ ବ୍ରାଉନସୁଗାର ବ୍ୟବସାୟୀ କହିଛନ୍ତି, ଖୋର୍ଦ୍ଧାରେ ଏସ୍‌ଟିଏଫ ଚଢ଼ାଉ ପରେ କାରବାର ମାନ୍ଦା ଥିଲା। ଏବେ ଧୀରେ ଧୀରେ କାରବାର ବଢ଼ୁଛି। ତେବେ ଖୋର୍ଦ୍ଧା ବଜାର ବର୍ତ୍ତମାନ ସମୟରେ ନିରାପଦ ନୁହେଁ। କାରଣ ରିକ୍ସ ନେଇ କରିବାକୁ ପଡୁଛି। ଏଣୁ କିଛି ବ୍ୟବସାୟୀ ଖୋର୍ଦ୍ଧା ଛାଡି ନୟାଗଡ଼ ଜିଲାକୁ ଆପଣେଇଛନ୍ତି। ଏଠାରେ ଝମେଲା ନାହିଁ। ଖର୍ଚ୍ଚ କମ୍‌, ଲାଭ ଅଧିକ। କେବଳ ବ୍ୟବସାୟ ବଢ଼ାଇବାକୁ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ପୋଲିସ, ଅବକାରୀ ବିଭାଗର ଭୟ ନାହିଁ। କାରଣ ଏହି କାରବାର ନେଇ ସାଧାରଣରେ ଅଭିଯୋଗ ନାହିଁ। ଏ ସମ୍ପର୍କରେ ଭାରପ୍ରାପ୍ତ ଏସ୍‌ପି ଦିଲୀପ କୁମାର ସାହାଣୀଙ୍କୁ ପଚାରିବାରୁ ସେ କହିଥିଲେ, ଜିଲାର ରଣପୁର ସମେତ ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର ଧରପଗଡ ଚାଲିଛି। ଆଗକୁ ଏହା ତ୍ୱରାନ୍ବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ ବିଜୟ ପରେ ଭାଜପାକୁ ଏମିତି ଅନୁରୋଧ କଲେ ପ୍ରଶାନ୍ତ କିଶୋର: ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ…

ପାଟନା,୩।୮: ଜନ ସୂରଜ ପାର୍ଟି (JSP)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବାଙ୍କିପୁର ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ଭାଜପା ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରିଛନ୍ତି।…

RSSର ବଡ଼ ପ୍ଲାନ! ମୋଦିଙ୍କ ପରେ Gen-Zଙ୍କ ସହ ସିଧାସଳଖ କଥା ହେବେ ମୋହନ ଭାଗବତ

ନୂଆଦିଲ୍ଲୀ,୩।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସଂଘ ଚାଳକ ମୋହନ ଭାଗବତ ଅଗଷ୍ଟ ୬ ତାରିଖରେ ଦେଶର ଯୁବବର୍ଗଙ୍କ ସହ ସୀଧାସଳଖ କଥାବାର୍ତ୍ତା କରିବେ। ଆରଏସଏସ…

ବିଶ୍ବ ବାଣିଜ୍ୟ ଦିବସ: ଆଧୁନିକ ଭାରତ ନିର୍ମାଣରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ଛତ୍ରପୁର,୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ସୋମବାର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଜୟ…

ବାଙ୍କିପୁର ବିଜୟ ପରେ ପିଏମ୍‌ ମୋଦିଙ୍କୁ ଏହି ଅପିଲ କଲେ ପ୍ରଶାନ୍ତ କିଶୋର, ଆଶ୍ଚର୍ଯ୍ୟ ହୋଇଗଲା ଭାଜପା!

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ତେବେ ଭୋଟ ଗଣତି ଚାଲିଥିବା ସମୟରେ ଗଣମାଧ୍ୟମ ସହ…

୧୬ଦିନରେ ୨ଟା ଗ୍ରହଣ: ସତ୍ତାରୁ ସୀମା ଯାଏ ବଡ଼ ହଲଚଲ! ଭାରତୀୟଙ୍କ ଉପରେ ମାଡ଼ି ଆସୁଛି ବଡ଼ ବିପଦ

ଅଗଷ୍ଟ ମାସ ବିଶେଷ ହେବାକୁ ଯାଉଛି। ଏହି ମାସରେ ମାତ୍ର ୧୬ ଦିନ ମଧ୍ୟରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟଙ୍କ ଉପରେ ଗ୍ରହଣର ଛାୟା ପଡ଼ିବ। ପ୍ରଥମ…

ଲୁଗା ବ୍ୟବସାୟୀଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ: ସୁନା ଗହଣା ସବୁ ଲୁଟିନେେଲେ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ର ଲୁଗା ବ୍ୟବସାୟୀ ଅଶୋକ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ…

ବନ ନିଗମର ବିଭିନ୍ନ ସମସ୍ୟା ସମାଧାନ ଦାବି: ଖାଲି ପଦବୀ ପୂରଣ ଉପରେ ଗୁରୁତ୍ୱ

ଭଞ୍ଜନଗର, ୩।୮(ବାବୁଲା ପ୍ରଧାନ): ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ…

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର: ୮ ବର୍ଷ ପାଇଁ ଏହି କ୍ରିକେଟରଙ୍କୁ ବ୍ୟାନ୍‌ କଲା ICC

ନୂଆଦିଲ୍ଲୀ,୩।୮: କ୍ରିକେଟ ଜଗତରୁ ଏକ ଚମକାଇଦେଲା ଭଳି ଖବର ସାମ୍ନାକୁ ଆସିଛି। ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର କ୍ରିକେଟର ଅଖିଲେଶ ରେଡ୍ଡିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri