ବ୍ରହ୍ମପୁର ରେଳଷ୍ଟେଶନରେ ଓହ୍ଲାଇଲେ ୩୬ ଯାତ୍ରୀ

ବ୍ରହ୍ମପୁର ଅଫିସ,୩ା୬-ପ୍ରଥମକରି ଯାତ୍ରୀଙ୍କୁ ନେଇ ସିକନ୍ଦରାବାଦରୁ ହାଓଡ଼ା ଅଭିମୁଖେ ବାହାରିଥିବା ଫଲକନାମା ଏକ୍ସପ୍ରେସ୍‌ ମଙ୍ଗଳବାର ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିଥିଲା। ସେଥିରୁ ୩୬ ଜଣ ଯାତ୍ରୀ ବ୍ରହ୍ମପୁର ରେଳାଷ୍ଟେଶନରେ ଓହ୍ଲାଇଥିଲେ। ସେହିପରି ହାଓଡା ଅଭିମୁଖେ ୭ ଯାତ୍ରୀ ଉକ୍ତ ଟ୍ରେନରେ ଚଢିଥିଲେ ବୋଲି ଷ୍ଟେଶନ ମାଷ୍ଟର ଦୁର୍ଗା ପ୍ରସାଦ ବ୍ରହ୍ମା ସୂଚନା ଦେଇଛନ୍ତି। ସେହିପରି ମଙ୍ଗଳବାର ବିଳମ୍ବିତ ରାତିରେ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ବ୍ରହ୍ମପୁର ଦେଇ ଭୁବନେଶ୍ୱର ଅଭିମୁଖେ ଯିବ ବୋଲି ଜଣାପଡିଛି। ଏଥିରେ ଥିବା କେତେକ ଯାତ୍ରୀ ବ୍ରହ୍ମପୁର ଷ୍ଟେଶନରେ ଓହ୍ଲାଇବେ ବୋଲି ବ୍ରହ୍ମା କହିଛନ୍ତି। ଫଲକନାମା ଟ୍ରେନରେ ଆସି ବ୍ରହ୍ମପୁରରେ ଓହ୍ଲାଇଥିବା ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯାଇ ବାହାରକୁ ଛଡା ଯାଇଥିଲା। ସେହିପରି ଉକ୍ତ ଟ୍ରେନରେ ବ୍ରହ୍ମପୁରରୁ ଯାତ୍ରା କରିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀଙ୍କ ମଧ୍ୟ ସ୍କ୍ରିନିଂ କରାଯାଇଥିଲା। ସାମାଜିକ ଦୂରତ୍ୱ ପାଳନ ଦୃଷ୍ଟିରୁ ଟ୍ରେନରେ ଶତକଡା ୫୦ ଯାତ୍ରୀ ସଂରକ୍ଷିତ ବଗିରେ ଯାତ୍ରା କରିଥିଲେ ବୋଲି ସେ କହିଛନ୍ତି। ସେହିପରି ବୁଧବାର ଉଭୟ ଟ୍ରେନ ବ୍ରହ୍ମପୁର ଦେଇ ମଧ୍ୟ ଯାତ୍ରା କରିବ ବୋଲି ସେ କହିଛନ୍ତି। ଟ୍ରେନ ଚଳାଚଳ ସାମାନ୍ୟ ସ୍ବାଭାବିକ ହୋଇଥିବାରୁ ଦୀର୍ଘ ଦିନ ଧରି ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକମାନେ ନିଜ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

‘ମୁଖ୍ୟମନ୍ତ୍ରୀ ବସ୍‌’ ଅଟକାଇ ଚାଳକଙ୍କୁ ଠେଙ୍ଗା ଦେଖାଇ ଧମକ: ଭିଡିଓ ଭାଇରାଲ୍‌ ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ (MBS) ଯୋଜନାରେ ଚାଲୁଥିବା ଏକ ସରକାରୀ…

୯ମ ଶ୍ରେଣୀ ଛାତ୍ରୀଙ୍କୁ ବେଙ୍ଗାଲୁରୁ ନେଇ ଅପହରଣ ପରେ ବଳାତ୍କାର: ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି, ୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣାରେ ପୋଲିସକୁ ଏକ ବଡ଼…

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

ସୂଚନା ଅଧିକାର ଆଇନ ଉଲ୍ଲଂଘନ: ପ୍ରଥମ ଅପିଲ୍‌ ପରେ ବି ମିଳୁନି ସୂଚନା

କର୍ଲାମୁଣ୍ଡା,୧୮ା୬(ପ୍ରଦୀପ କୁମାର ସାହୁ): ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା, ଦୁର୍ନୀତି କମାଇବା, ଜନସାଧାରଣଙ୍କୁ ଅଧିକାର ଦେବା ତଥା ଲୋକେ ସରକାରୀ କାର୍ଯ୍ୟ, ଯୋଜନା, ଫାଇଲ ଅବସ୍ଥା, ଖର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri