ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ହରିଣ ପାର୍କ ସ୍ଥାନାନ୍ତର ବାଟ ଫିଟିଲା; ପାରଳାଖେମୁଣ୍ଡି ଲଖାରିକୁ ଯିବା ନିଷ୍ପତ୍ତି

ବ୍ରହ୍ମପୁର ଅଫିସ,୬ା୧-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହରିଣ ପାର୍କ ସ୍ଥାନାନ୍ତର ହେବା ନିଶ୍ଚିତ ହୋଇଛି ା ସେଣ୍ଟ୍ରାଲ ଜୁ ଅଥରିଟି ଅଫ ଇଣ୍ଡିଆ ନିର୍ଦ୍ଦେଶନାମାର ୯ ବର୍ଷ ପରେ ଏହି ପାର୍କକୁ ସ୍ଥାନାନ୍ତର କରାଯିବା ଉପରେ ବନ ବିଭାଗ ଗୁରୁତ୍ୱ ଦେଇଛି ା ଜାନୁୟାରୀ ଶେଷରେ ପାରଳାଖେମୁଣ୍ଡିର ଲଖାରି ଅଞ୍ଚଳକୁ ଏହି ଉଦ୍ୟାନ ହରିଣଙ୍କୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି। ଲଖାରି ଅଞ୍ଚଳର ୫ ଏକର ପରିମିତ ଜମିରେ ହରିଣଙ୍କ ପାଇଁ ସ୍ବତନ୍ତ୍ର ଏନ୍‌କ୍ଲୋଜର ନିର୍ମାଣ କରାଯିବା ପରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ରହ୍ମପୁର ଡିଏଫଓ ଅମ୍ଳାନ କୁମାର ନାୟକ ସୂଚନା ଦେଇଛନ୍ତି ା
ପୁର ବିଶ୍ୱବିଦ୍ୟାଳୟ ପରିିସରରେ ଥିବା ହରିଣ ପାର୍କକୁ ସ୍ଥାନାନ୍ତର କରିବା ନେଇ ବହୁବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚିଠି କରାଯାଇଥିଲା। ଏନେଇ ୨୦୧୭ ମାର୍ଚ୍ଚ ୩୧ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନାନ୍ତର ଖର୍ଚ୍ଚ ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସରକାର ଓ ବନ ବିଭାଗର ଅବହେଳା ଯୋଗୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଖର୍ଚ୍ଚ ଦିଆଯିବା ସତ୍ତ୍ୱେ ମଧ୍ୟ ସ୍ଥାନାନ୍ତର ଦିଗରେ ବନବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇ ନ ଥିଲା। ଏନେଇ ବହୁବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚିଠି ପରେ ଚଳିତ ମାସ ଶେଷ ସୁଦ୍ଧା ପାର୍କରେ ଥିବା ହରିଣଙ୍କୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ରହ୍ମପୁର ଡିଏଫଓଙ୍କ ସୂଚନା ପ୍ରକାରେ, ଏନେଇ ଡିସେମ୍ବରରେ ନନ୍ଦନକାନନର ଏକ ବିଶେଷଜ୍ଞ ଦଳ ହରିଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ପାରଳାଖେମୁଣ୍ଡି ଡିଏଫଓଙ୍କ ପକ୍ଷରୁ ଲଖାରିରେ ନିର୍ମାଣ ଚାଲିଥିବା ଏନ୍‌କ୍ଲୋଜର କାର୍ଯ୍ୟ ଶେଷ ହେବା ପରେ ଜାନୁୟାରୀ ଶେଷରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବା ନେଇ ଡିଏଫଓ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ପାରଳାଖେମୁଣ୍ଡି ଡିଏଫଓ ବିବେକ କୁମାରଙ୍କ କହିବାନୁଯାୟୀ, ହରିଣଙ୍କ ରହିବା ସକାଶେ ଲଖାରି ଅଞ୍ଚଳରେ ପ୍ରାୟ ୫ ଏକର ଜମିରେ ଏନ୍‌କ୍ଲୋଜର ନିର୍ମାଣ କରାଯାଉଛି। ଜାନୁୟାରୀ ୩୦ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚାଇଛନ୍ତି ା
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି ତଥା ପ୍ରାଣୀ ବିଜ୍ଞାନରେ ଅଧ୍ୟୟନରତ ଗବେଷିକା ଗବେଷକଙ୍କର ଗବେଷଣା କ୍ଷେତ୍ରରେ ସହାୟତା ଉଦ୍ଦେଶ୍ୟ ନେଇ ୧୯୯୧ରେ ବିଶ୍ୱବିଦ୍ୟାଳୟ ପରିସରରେ ହରିଣ ପାର୍କ ଆରମ୍ଭ ହୋଇଥିଲା ା ତତ୍କାଳୀନ ପ୍ରଶାସକ ପ୍ରଫେସର ସିସି ଦାଶଙ୍କ ସମୟରେ ରାଜ୍ୟପାଳଙ୍କ ହରିଣ ଉଦ୍ୟାନରୁ ୨ଟି ହରିଣ ଅଣାଯାଇ ୨.୦୨ ଏକର ଅଞ୍ଚଳରେ ଏହି ପାର୍କ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହି ଉଦ୍ୟାନର ହରିଣଙ୍କ ସଂଖ୍ୟା ବୃଦ୍ଧି ପାଇ ୫୦ରେ ପହଞ୍ଚିିଛି। ସେମାନଙ୍କ ରକ୍ଷଣା ବେକ୍ଷଣ ଦାୟିତ୍ୱ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ଉପରେ ନ୍ୟସ୍ତ ରହିଛି । ଅନ୍ୟପକ୍ଷରେ ୨୦୧୦ରେ ସେଣ୍ଟ୍ରାଲ ଜୁ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଶିକ୍ଷାନୁଷ୍ଠାନ ପରିସରରେ ଥିବା ସମସ୍ତ ମିନି ଜୁ ଓ ବିଶ୍ୱବିଦ୍ୟାଳୟ ପରିସରରୁ ଏହି ଉଦ୍ୟାନକୁ ଉଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ପାର୍କକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବନ ବିଭାଗକୁ ଚିଠି କରାଯାଇଥିଲା ା ଏହାପରେ ୨୦୧୭ ମାର୍ଚ୍ଚ ୩୧ରେ ସ୍ଥାନାନ୍ତର ଖର୍ଚ୍ଚ ବାବଦକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବନ ବିଭାଗକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ା
କିନ୍ତୁ ଆନ୍ତରିକତା ଅଭାବରୁ ଏହାର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ତାହା ହୋଇପାରୁ ନ ଥିଲା ା ଫଳରେ ସେମାନଙ୍କ ଖାଦ୍ୟ ପାନୀୟ ବାବଦକୁ ବର୍ଷକୁ ୫ ଲକ୍ଷ ଟଙ୍କା ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଭାଗକୁ ଦେବାକୁ ପଡୁଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri