ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ସଚିବଙ୍କ ଚିଠି; ଜୟନ୍ତଙ୍କୁ ସିଣ୍ଡିକେଟରୁ ବାଦ ଦେବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ମନୋନୀତ ହୋଇଥିବା ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ରଙ୍କ ସଦସ୍ୟତା ବାତିଲ ହୋଇପାରେ। ଏହାକୁ ବାତିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଶାଶ୍ୱତ କୁମାର ମିଶ୍ର ବିଭାଗୀୟ ନିର୍ଦ୍ଦେଶକଙ୍କୁ ଗତ ୧୯ତାରିଖରେ ଚିଠି ଲେଖିଛନ୍ତି। ନିକଟରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତିନିଧିି ଭାବେ ମନୋନୀତ ହୋଇଥିବା ପ୍ରଫେସର ମହାପାତ୍ରଙ୍କ ନାମରେ ଦୁଇଟି ଅଭିଯୋଗ ରହିଥିବା ଚିଠିରେ ଦର୍ଶାଯାଇଛି। ସେହି ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଥିବା କୁଳପତି ସିଣ୍ଡିକେଟକୁ ମନୋନୀତ ହୋଇ ପାରିବେ ନାହିଁ ବୋଲି ନିୟମ ରହିଛି।
ଉକ୍ତ ନିୟମାନୁଯାୟୀ ପ୍ରଫେସର ମହାପାତ୍ରଙ୍କୁ ସିଣ୍ଡିକେଟ ସଦସ୍ୟରୁ ବାଦଦେଇ ତାଙ୍କ ବଦଳରେ ଅନ୍ୟଜଣଙ୍କୁ ପ୍ରତିନିଧି ଭାବେ ମନୋନୀତ କରିବାକୁ ସଚିବ ଚିଠିରେ ପରାମର୍ଶ ଦେଇଛନ୍ତି। ଚିଠି ପ୍ରକାରେ, ମହାପାତ୍ର ୨୦୧୦-୧୩ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ଭାବେ କାର୍ଯ୍ୟ କରିବା ସହ ସିଣ୍ଡିକେଟ ଚେୟାରମ୍ୟାନ ଦାୟିତ୍ୱ ତୁଲାଇଥିଲେ ା ଏହାବ୍ୟତୀତ କୁଳପତି ଥିବା ବେଳେ ବହୁ ଆର୍ଥିକ କାରବାର, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିବା ମଧ୍ୟ ସଚିବ ଉକ୍ତ ଚିଠିରେ ଦର୍ଶାଇଛନ୍ତି ା ସଚିବଙ୍କ ଏପରି ଚିଠି ପରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ପ୍ରତିନିଧିଭାବେ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ଗତ ୨ତାରିଖରେ ମନୋନୀତ ହୋଇଥିବା ମହାପାତ୍ରଙ୍କ ସଦସ୍ୟତା ବାତିଲ ହେବାର ଆଶଙ୍କା ଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ମହାପାତ୍ରଙ୍କ ସଦସ୍ୟତା ବାତିଲକୁ ନେଇ କୌଣସି ଚିଠି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ଆସି ନ ଥିବା କୁଳସଚିବ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।
ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତିନିଧି ଭାବେ ଗତ ୨ତାରିଖରେ ମହାପାତ୍ର ମନୋନୀତ ହୋଇଥିଲେ। ଏନେଇ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ବିଶ୍ୱବିଦ୍ୟାଳୟକୁ ଚିଠି ନଂ.୨୫୪୯୮ରେ ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଟ୍ରକ ଅଟକାଇ ଡକାୟତି ମାମଲା: ବୋମା, ଖଣ୍ଡା ଜବତ; ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୧୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଚାନ୍ଦପୁର ଛକ ପତ୍ରଚୁଡି ଗ୍ରାମ ନିକଟରେ ୨ଟି ବାଲି ବୋଝେଇ ଟ୍ରକକୁ ଅଟକାଇବା ସହ ଚାଳକଙ୍କୁ ମାଡ଼ ମାରି...

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୧ା୫: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ...

୩୬ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି, କୃତଜ୍ଞତା ଜଣାଇଲା ଶିକ୍ଷକ ସଂଘ

ଗଞ୍ଜାମ,୨୪ା୮(ଡି.ଏନ୍‌.ଏ.): ୨୦୧୫ରେ ନିଯୁକ୍ତି ପାଇ ଗଞ୍ଜାମ ବ୍ଲକରେ କାର୍ଯ୍ୟରତ ୩୬ କନିଷ୍ଠ ଶିକ୍ଷକଙ୍କୁ ବୁଧବାର ନିୟମିତ ଶିକ୍ଷକଙ୍କ ମାନ୍ୟତା ମିଳିଛି। ଏନେଇ ସମସ୍ତ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିୟମିତ...

ବିଭିନ୍ନ ସମସ୍ୟା ନେଇ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୧।୯: ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଉତ୍ତମ...

ମେଡିକାଲ ଗଳି କ୍ଲିନିକରେ ରହୁନି ସାମାଜିକ ଦୂରତା

ଗଞ୍ଜାମ,୧୪।୩ (ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ପୁଣି ବଢ଼ିଲାଣି। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା କଡାକଡି ହୋଇଛି। ମାକ୍ସ ପିନ୍ଧିବା, ସାମାଜିକ ଦୂରତା...

କର୍ମଚାରୀ, ଶିକ୍ଷକ ବିକାଶ ମଞ୍ଚର ଅଭିଯୋଗ: ପ୍ରତିଶ୍ରୁତି ପାଳନ କରୁନାହାନ୍ତି ରାଜ୍ୟ ସରକାର

ବ୍ରହ୍ମପୁର ଅଫିସ,୧୨ା୧-ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି। ତେବେ ପାଳନ କରା...

ପୁରୁଷୋତ୍ତମପୁରରେ ଦୂର୍ଗା ପୂଜା ପାଳିତ

ପୁରୁଷୋତ୍ତମପୁର,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସହିତ ଏହାର ଆଖପାଖ ଅଞ୍ଚଳରେ କରୋନା କଟକଣା ମଧ୍ୟରେ ମା’ଦୂର୍ଗାଙ୍କ ପୂଜା ପାଳିତ ହୋଇଯାଇଛି। ମଙ୍ଗଳବାର ପବିତ୍ର ମହାସପ୍ତମୀ...

ଯୁକ୍ତ ୩ ବ୍ୟାକ ଫଳ ପ୍ରକାଶ ବିଳମ୍ବ ଘଟଣା: ପୁଣି ଧାରଣାରେ ବସିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ, ୮ା୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ମହାବିଦ୍ୟାଳୟରେ ଅଧ୍ୟୟନ ଛାତ୍ରୀଛାତ୍ରଙ୍କ ଯୁକ୍ତ ୩ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବକୁ...

Advertisement
Archives

Model This Week