ବ୍ରହ୍ମପୁରରେ ଘରୋଇ ବସ୍‌ ସେବା ଠପ୍‌: ଯାତ୍ରୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୨୬।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ତଥା ସିଟି ବସ୍‌ଷ୍ଟାଣ୍ଡ ମଙ୍ଗଳବାର ବନ୍ଦ ହୋଇଛିି। ବିଡିଏ ପକ୍ଷରୁ ଜାରି କରାଯାଇଥିବା ପୂର୍ବ ନୋଟିସ୍‌ ଅନୁଯାୟୀ, ନୂଆ ବସ୍‌ଷ୍ଟାଣ୍ଡର ମରାମତି କାର୍ଯ୍ୟ ସକାଳୁ ପ୍ରଶାସନ ଆରମ୍ଭ କରିଛି। ସକାଳୁ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଉପସ୍ଥିତିରେ ବସ୍‌ଷ୍ଟାଣ୍ଡ ଆଗକୁ ଜେସିବି ଦ୍ୱାରା ଖୋଳାଯାଇଛି।
ଅନ୍ୟପକ୍ଷରେ ନୂଆ ବାସ୍‌ଷ୍ଟାଣ୍ଡ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ହଳଦିଆପଦର ବସ୍‌ଷ୍ଟାଣ୍ଡରୁ ଘରୋଇ ବସ ଚଳାଚଳ କରିବା ନେଇ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୋଟିସକୁ ବିରୋଧ କରି ଜିଲା ଘରୋଇ ବସ୍‌ ମାଲିକ ସଂଘ ବନ୍ଦ ଡାକରା ଦେଇଛି । ଏହାର ପ୍ରଭାବରେ ଜିଲାର ପୁରୁଷୋତ୍ତମପୁର, ଦିଗପହଣ୍ଡି, ଆସ୍କା ଦେଇ ଯାତାୟାତ କରିଥିବା ପ୍ରାୟ ୪୫୦ ବସ୍‌ ବନ୍ଦ ରହିଛି । ଫଳରେ ନୂଆ ବସ୍‌ଷ୍ଟାଣ୍ଡରେ ହଜାର ହଜାର ଯାତ୍ରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଆରମ୍ଭ ପରେ ବସଷ୍ଟାଣ୍ଡ ମଧ୍ୟରେ ରହିଥିବା ସମସ୍ତ ବସ୍‌ ଖାଲି କରାଯାଇଥିଲା। ସନ୍ଧ୍ୟା ସୁଦ୍ଧା ବସ ମାଲିକ ସଂଘ ବନ୍ଦକୁ ପ୍ରତ୍ୟାହାର ନ କଲେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯିବ ବୋଲି ବିଡିଏ ଉପାଧ୍ୟକ୍ଷ ରାଠୋର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାହାର ଜିଲାବାସୀଙ୍କୁ ପୁରୀ ସ୍ବର୍ଗଦ୍ୱାର ମନା: ହାଇକୋର୍ଟରେ ମାମଲ

କଟକ ଅଫିସ,୧୪।୭: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀ ସ୍ବର୍ଗଦ୍ୱାରକୁ ବାହାର ଜିଲାବାସୀଙ୍କୁ ବାରଣ କରାଯାଇଛି। ଏନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ...

ମାଧପୁର ବଜାରରେ ବନ୍ଦର ପ୍ରଭାବ ପଡ଼ିନି

ମାଧପୁର,୮।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ବୁଧବାର ବନ୍ଦର ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳିଛି। ସବୁଦିନ ପରି ଦୋକାନ ବଜାର...

ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନରେ ଭାଗ ନେବେ ୩୦୬୯ ଭୋଟର

ଜୁନାଗଡ଼,୨୩।୨(ଡି.ଏନ.ଏ) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ହୋଲି ଛାଡ଼ି ଡ୍ରେନ୍‌ ସଫା କଲେ ଯୁବଗୋଷ୍ଠୀ

ଭଞ୍ଜନଗର,୧୦।୩(ଡି.ଏନ୍‌.ଏ.): ଭଞ୍ଜନଗର ବ୍ଲକ ଲଣ୍ଡେଇସାହିର ଯୁବଗୋଷ୍ଠୀ ମଙ୍ଗଳବାର ହୋଲି ଉତ୍ସବକୁ ଭୁଲି ଡ୍ରେନ୍‌ ସଫେଇ କରିଥିଲେ। ଲଣ୍ଡେଇସାହି ମୁଖ୍ୟରାସ୍ତା କଡ଼ ଡ୍ରେନରେ ମଇଳା ଭରି ରହିଥିବା...

‘ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବି’

ସୋନପୁର,୧।୭: ସୁବର୍ଣ୍ଣପୁରର ୩୦ତମ ଜିଲାପାଳ ଭାବେ ଅବୋଲି ସୁନିଲ ନରଓ୍ବଣେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନରଓ୍ବଣେ ଏହା ପୂର୍ବରୁ ରାଉରକେଲାର ଅତିରିକ୍ତ ଜିଲାପାଳ ଭାବେ...

ସରିଲା ଦେବ ଦମ୍ପତିଙ୍କ ମଙ୍ଗଳକୃତ୍ୟ

ଆରଡ଼ି, ୪।୬ (ଡି.ଏନ.ଏ.) ରାତି ପାହିଲେ ଦେବ ଦମ୍ପତିଙ୍କ ବାହାଘର। ଦେବଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା। ଭଦ୍ରକ ଜିଲା...

ଏନ୍‌ଏଚ୍‌ଆର୍‌ସିରେ ପହଞ୍ଚିଲା ବଡ଼ବିଲ ବଳାତ୍କାର, ହତ୍ୟା ଘଟଣା

କେନ୍ଦୁଝର,୨୪ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ଜଙ୍ଗଲରେ ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର...

ବିବାହିତାଙ୍କୁ ପ୍ରେମ କରି ଠକି ଦେଲେ

ଶେରଗଡ଼,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଜଣେ ଯୁବକଙ୍କୁ ଗିରଫ...

Advertisement
Archives

Model This Week