ବ୍ରହ୍ମପୁରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ‘ବିପ୍ଳବ ବିନା ବିକାଶ ନାହିଁ’

ବ୍ରହ୍ମପୁର ଅଫିସ୍‌,୨୧ା୧୧- ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା। ପାଇକ ବିଦ୍ରୋହକୁ ଦେଶର ସର୍ବପ୍ରଥମ ବିଦ୍ରୋହ ଭାବେ ମାନ୍ୟତା ମିଳିଛି । ଏଥିରୁ ପ୍ରମାଣ ମିଳୁଛି, ଆମ ଓଡ଼ିଶାର ବୀରପୁତ୍ରଙ୍କ ବିରତ୍ୱ। ଏ ଜାତିର ମଣିଷମାନେ ସଂଗ୍ରାମ ଓ ସଂଘର୍ଷ କରିବା ଭୁଲିଗଲେଣି। ବିପ୍ଲବ ବିନା ବିକାଶ ନାହିଁ। ଏଣୁ ଆସନ୍ତୁ, ଆମ ପୂର୍ବ ଗୌରବକୁ ମନେ ପକାଇ ବୀରପୁତ୍ରଙ୍କ ଜୀବନରୁ ପ୍ରେରଣା ନେବା ବୋଲି ଆହ୍ବାନ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ। ଗଞ୍ଜାମ ହେଉଛି ସଂଗ୍ରାମୀଙ୍କ ମାଟି। ଏହି ମାଟିରୁ ବିପ୍ଲବ ଆରମ୍ଭ ହେଉ ବୋଲି ସେ ପ୍ରକାଶ କରିଛନ୍ତି ।
ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ତରଫରୁ ସ୍ଥାନୀୟ ଟାଉନହଲ୍‌ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ପ୍ରତିଉତ୍ତରରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ରାଜ୍ୟପାଳ ହରିଚନ୍ଦନ। ସେ କହିଥିଲେ, ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ଦୀର୍ଘଦିନ ସଂଘର୍ଷ କରିବାକୁ ପଡ଼ିଛି। ଅନେକ ଦିନର ଲଢ଼େଇ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଦାବିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଗ୍ରହଣ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କର ଶେଷ ଅଭିଭାଷଣରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତ ସଂଗ୍ରମର ମାନ୍ୟତା ଦେଇଥିଲେ । ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି ସେ ପ୍ରକାଶ କରିଥିଲେ। ରାଜ୍ୟପାଳ ହରିଚନ୍ଦନ ଏହି ଅବସରରେ ଜୈବିକ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ। ସେହିଭଳି ପ୍ରଦୁଷଣ ଦେଶବ୍ୟାପୀ ଅନେକ ସହରରେ ଉତ୍କଟ ସମସ୍ୟା ସୃଷ୍ଟି କରୁଛି। ସମସ୍ତେ ବ୍ୟାପକ ବୃକ୍ଷ ରୋପଣ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ଗଞ୍ଜାମର ଚାଷୀମାନେ କଠିନ ପରିଶ୍ରମୀ। ମାଟି ସହ ନିଜକୁ ମିଶାଇ ଦିଅନ୍ତି। ଏଣୁ ଗଞ୍ଜାମ ଜିଲାର ଚାଷୀମାନେ ଜୈବିକ ଚାଷକୁ ଅପଣାନ୍ତୁ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ ।
ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟବକ୍ତା ଭାବେ ପ୍ରଫେସର ଡ. ସୁଦର୍ଶନ ଆଚାର୍ଯ୍ୟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ପୂର୍ବତନ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀ, ଖବରଦାତା ସଞ୍ଜୟ ଜେନା, ପ୍ରଫେସର ଡା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଜିଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଭୃଗୁ ବକ୍ସିପାତ୍ର, ସୁଶାନ୍ତ ସାବତ, ସୁବାସ ମହାରଣା, ରବି ରଥ, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ସଭାପତି ପ୍ରଶାନ୍ତ ମିଶ୍ର, ଡ. ବିଦ୍ୟୁତ୍‌ପ୍ରଭା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ବିଭୂତି ଜେନା ସ୍ବାଗତ ଭାଷଣ ଦେଇଥିଲେ । ଏହି ଅବସରରେ ୧୦୮ ସଂଗଠନ, ବ୍ୟକ୍ତିବିଶେଷ ଏବଂ ସଂସ୍ଥା ତରଫରୁ ରାଜ୍ୟପାଳ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କର୍ତ୍ତବ୍ୟ ଆଗରେ ହାର ମାନିଛି କର୍କଟ ରୋଗ

ଦିଗପହଣ୍ଡି,୧୫ା୪(ଡି.ଏନ.ଏ.)- ସମଗ୍ର ବିଶ୍ୱ ଏବେ ରୋନା ମହାମାରୀ ସହ ଲଢୁଛି। ଏଭଳି ପରିସ୍ଥିତିରେ ଡାକ୍ତର, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ କର୍ତ୍ତବ୍ୟ ବଢିଯାଇଛି। ଏମାନେ ଏବେ...

ଛତ୍ରପୁରରେ ମାନବ ଶୃଙ୍ଖଳ ରକ୍ଷା କରି ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଛତ୍ରପୁର,୨୯ା୫(ଡି.ଏନ୍‌.ଏ.): ଶନିବାର ସନ୍ଧ୍ୟା ୫.୩୦ରେ କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୧୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନା କରିବା ନିମନ୍ତେ ଅନେକ ଯାନବାହନର ଆବଶ୍ୟକ ରହିଛି। ଯାନବାହନ ଅଧିଗ୍ରହଣ...

ମଦଭାଟି ଉପରେ ଚଢାଉ: ୪ ମହିଳାଙ୍କ ସମେତ ୯ ଗିରଫ

ଦାରିଙ୍ଗବାଡି,୨୪।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡ଼ି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୧୫ ଲିଟର ଦେଶୀ ଚୋରାମଦ ଜବତ କରାଯାଇଛି। ଏଥିରେ...

ମା’ କନକଦୁର୍ଗା ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଶିଳ୍ପାଞ୍ଚଳ ପାର୍ଶ୍ୱ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ଠାକୁରାଣୀ ଯାତ୍ରା ବୁଧବାର ରାତ୍ରରୁ ଆରମ୍ଭ ହୋଇଛି। ତେଣୁ ମହାନଗରର ୪୦ନଂ. ୱାର୍ଡ...

ସମ୍ପତ୍ତି ଲୋଭରେ ଭାଇବୋହୂଙ୍କୁ ହତ୍ୟାକଲେ ଦେଢ଼ଶୁର

ବ୍ରହ୍ମପୁର ଅଫିସ, ୮।୩ : ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଟି ହତ୍ୟାକାଣ୍ଡ ଘଟିଛି । ରବିବାର ରାତିରେ ଝାଡ଼ାଙ୍କୁଲି...

ମାଗଣାରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ

ପୁରୁଷୋତ୍ତମପୁର,୨୩ା୨(ଡି.ଏନ.ଏ.)-ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ତାରାତାରିଣିଙ୍କ ଚୈତ୍ର ଯାତ୍ରା ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖଠାରୁ ହେବ। ଏହାର ସୁପରିଚାଳନା ଲାଗି ଶନିବାର ଗଞ୍ଜାମ ଜିଲାପାଳ...

ପଦ୍ମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ

ସୋରଡା,୨୪।୪: (ଡିଏନଏ) ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ନୂତନଉନ୍ନୀତ ଉଚ୍ଚ ବିଦ୍ୟାଳୟର ଆଜି ଶତବାର୍ଷିକୀ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି ।...

Advertisement
Archives

Model This Week