ବୋହୂଙ୍କୁ ନିର୍ଯାତନା: ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ମହିଳାଙ୍କ ଥାନା ଘେରାଉ

ରଣପୁର, ୯ା୩(ସ୍ବ.ପ୍ର.): ଦେଶବ୍ୟାପୀ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇ ନାରୀ ସୁରକ୍ଷା ଓ ଅଧିକାର ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ନୟାଗଡ଼ ଜିଲା ରଣପୁର ଅଞ୍ଚଳରେ ସୋମବାର ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି l ଜଣେ ବୋହୂଙ୍କୁ ତାଙ୍କ ଶାଶୁ ଶାରୀରିକ ନିିର୍ଯାତନା ଦେଉଥିବାବେଳେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଗ୍ରାମର ମହିଳାମାନେ ସକାଳ ୧୦ଟାରୁ ରଣପୁର ଥାନା ଘେରାଉ କରିଥିଲେ। ଘଟଣାରୁ ପ୍ରକାଶ ଯେ, ରଣପୁର ନିକଟ ରଘୁନାଥପୁର ଗ୍ରାମର ଅଜୟ ବିଶ୍ୱାଳ ନିରାକାରପୁର ଥାନା ସାମନ୍ତରାପୁର ଗ୍ରାମର ଭାଗୀରଥି ସାମନ୍ତରାୟଙ୍କ ଝିଅ ଟିକିନା ବିଶ୍ୱାଳଙ୍କୁ ୪ବର୍ଷ ତଳେ ବିବାହ କରିଥିଲେ l ବିବାହର କିଛିଦିନ ଭଲରେ କଟିବା ପରେ ଅଧିକ ଯୌତୁକ ପାଇଁ ଟିକିନାଙ୍କ ଉପରେ ଶାଶୁଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରି କି ଗାଳିଗୁଲଜ ସହ ମାଡ଼ ମାରୁଥିବା ଅଭିଯୋଗ କରାଯାଇଛି। ଏପରିସ୍ଥଳେ ସୋମବାର ସକାଳୁ ଟିକିନାଙ୍କୁ ତାଙ୍କ ଶାଶୁ ଠେଙ୍ଗାରେ ପିଟୁଥିବା ଦେଖି ଗ୍ରାମର ମହିଳାମାନେ ପହଞ୍ଚତ୍ଥିଲେ। ସେମାନେ ଟିକିନାଙ୍କୁ ଉଦ୍ଧାର କରି ରଣପୁର ଥାନାକୁ ଆଣିଥିଲେ l ଥାନାରେ ଅଭିଯୋଗ ପରେ ସେମାନେ ଟିକିନାଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ହେଲେ ପୋଲିସ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ନ ପାଇବାରୁ ସେମାନେ ଥାନା ଘେରାଉ କରିବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଯୁବକଙ୍କ ଜୀବନ ଗଲା

ବିଶୋଇ,୭ା୪(ଡି.ଏନ୍‌.ଏ.)- ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ଯାନବାହନ ଚଳାଚଳ ଉପରେ ସରକାର କଟକଣା କରିଥିବାବେଳେ ଆମ୍ବୁଲାନ୍ସ ଓ ଅନ୍ୟ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଯାନବାହନକୁ ୨୪ ଘଣ୍ଟା...

ନବରଙ୍ଗପୁର, ଉମରକୋଟ ସହରରେ ଲକ୍‌ଡାଉନ୍‌: ୨୯ ପର୍ଯ୍ୟନ୍ତ ଏହା ଜାରି ରହିବ

ନବରଙ୍ଗପୁର,୨୩।୩(ବି.ପ୍ର.): ମହାମାରୀ କରୋନା ଭାଇରସ୍‌ରୁ କିଭଳି ମୁକ୍ତି ମିଳିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଜନତା କର୍ଫ୍ୟୁ...

ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର,୯ା୩(ସ୍ବ.ପ୍ର.): କେନ୍ଦୁଝର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତ୍ରକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଜଣେ ଅଭିଯୁକ୍ତ ଲଛମନ ପରିଡ଼ାଙ୍କୁ ୫...

ମହାରାଷ୍ଟ୍ର ଶ୍ରମିକଙ୍କୁ ସହଯୋଗ

ହାଟଡିହୀ,୫।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ସ୍କୁଲ ନିକଟରେ ଥିବା ମହାରାଷ୍ଟ୍ର ରାଜ୍ୟ ସୋଲାପୁରର ୧୫ଜଣ ଶ୍ରମିକଙ୍କୁ ଫ୍ରେଣ୍ଡ ଫର ଫାଉଣ୍ଡେସନର ସଦସ୍ୟମାନେ ସହଯୋଗର ହାତ...

ର଼୍ୟାଗିଂରେ ସାମିଲ ଥିଲେ ଅଧ୍ୟାପକ

ବଲାଙ୍ଗୀର ଅଫିସ,୬ା୫: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ ମେଡିକାଲ ଛାତ୍ର ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସାଂଘାତିକ...

ଛାତ୍ରୀଙ୍କୁ ଅସଦାଚରଣ, ବିଦ୍ୟାଳୟରେ ଉତ୍ତେଜନା

ବୈଶିଙ୍ଗା,୧ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଏକ ହାଇସ୍କୁଲର ଜନୈକା ଦଶମଶ୍ରେଣୀ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଅସଦାଚରଣ କରିଥିବା ନେଇ...

ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

କେସିଙ୍ଗା, ୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବେ ସମ୍ପୂର୍ଣ୍ଣ ହୋଇଛି। ଏହି ବ୍ଲକର ୨୬ଟି ପଞ୍ଚାୟତର ୩୦୫...

ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ

ଆନନ୍ଦପୁର,୫ା୬(ସ୍ବ.ପ୍ର.): ଆନନ୍ଦପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ପବିତ୍ରାନନ୍ଦ ପ୍ରଧାନ,...

Advertisement
Archives

Model This Week