ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ନବୀନ ପଟ୍ଟନାୟକ: ଭାଇରାଲ ହେଉଛି ଟୁଇଟ୍‌

ନୂଆଦିଲ୍ଲୀ,୨୫।୧୧: ଭାରତୀୟ କ୍ରିକେଟର ନୂଆ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୫୩ଟି ବଲ୍‌ରେ ୨୦୪ ରନ୍‌ର ଐତିହାସିକ ଇନିଂସ ଖେଳି କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛନ୍ତି ଏହି ଯୁବ ବ୍ୟାଟର। ତାଙ୍କର ଏହି ଅବିଶ୍ୱସନୀୟ ପ୍ରଦର୍ଶନକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ବୈଭବ ଏମିତି ଏକ କାରନାମା କରିଛନ୍ତି, ଯାହା କ୍ରିକେଟ ଇତିହାସରେ ଦୀର୍ଘଦିନ ମନେ ରହିବ। ସେ ମାତ୍ର ୨୮ଟି ବଲ୍‌ରେ ଶତକ ଏବଂ ୪୦ଟି ବଲ୍ରେ ୧୫୦ ରନ ପୂରଣ କରିଥିଲେ। ଏହାପରେ ମାତ୍ର ୫୨ଟି ବଲ୍‌ରେ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟ୍‌ଷର ଦ୍ରୁତତମ ଦ୍ୱିଶତକର ବିଶ୍ୱ ରେକର୍ଡ ନିଜ ନାମରେ କରିଥିଲେ। ଏହି ଇନିଂସରେ ବୈଭବ ୨୮ଟି ଛକା ମାରି ଲିଷ୍ଟ-ଏ କ୍ରିକେଟ୍‌ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।
ବୈଭବଙ୍କ ଏହି ଐତିହାସିକ ଇନିଂସକୁ ନେଇ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଲିଷ୍ଟ-ଏ କ୍ରିକେଟ୍‌ରେ ଦ୍ରୁତତମ ଶତକ ଏବଂ ଦ୍ରୁତତମ ଦ୍ୱିଶତକ ହାସଲ କରି ଇତିହାସ ରଚିଥିବା ପ୍ରତିଭାବାନ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଭିନନ୍ଦନ। ତାଙ୍କର ଏହି ଚମତ୍କାର ଇନିଂସ ନିର୍ଭୀକ ବ୍ୟାଟିଂ, ଉତ୍କୃଷ୍ଟ ଦକ୍ଷତା ଏବଂ କିଛି ବଡ଼ କରିବାର ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିଫଳିତ କରୁଛି। ଆଶା କରୁଛି, ସେ ନିଜ କ୍ରିକେଟ କ୍ୟାରିୟରରେ ଆହୁରି ବଡ଼ ସଫଳତା ହାସଲ କରିବେ ଏବଂ ଦେଶର ଗୌରବ ବଢ଼ାଇବେ।

ଦୋହାରେ ଖେଳାଯାଉଥିବା ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ୧୧ତମ ମ୍ୟାଚ୍ରେ ୟୁଏଇ ବିପକ୍ଷରେ ଏହି ରେକର୍ଡ ସୃଷ୍ଟି କରିଥିଲେ ବୈଭବ। ପ୍ରଥମେ ବ୍ୟାଟିଂ କରି ୟୁଏଇ ନିର୍ଦ୍ଧରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୪୯ ରନ କରିଥିଲା। ଭାରତ ଆଗରେ ୨୫୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ତେବେ ଏହି ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ବୈଭବ ପ୍ରଥମ ବଲ୍ରୁ ହିଁ ୟୁଏଇ ବୋଲରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ମାତ୍ର ୧୪.୨ ଓଭରରେ ୩ ଉଇକେଟ ହରାଇ ୨୫୪ ରନ କରି ବିଜୟ ହାସଲ କରିଥିଲା।

ବୈଭବଙ୍କ ଏହି ରେକର୍ଡ ପାରି ପରେ ତାଙ୍କ ଜନ୍ମମାଟି ବିହାରର ସମସ୍ତିପୁରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ତାଙ୍କ ସଫଳତାରେ ଖୁସି ହୋଇ ସ୍ଥାନୀୟ ଲୋକେ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର, ଫାଶରେ ପଡ଼ି ଶିକାରୀଙ୍କ ଚାଲିଗଲା ଜୀବନ

ମହାକାଳପଡ଼ା, ୨୫।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ଶିକାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ…

ଆସନ୍ତାକାଲି ବିଧାନସଭାରେ ଆତ୍ମାହୁତି ଦେବି…ଚରମ ଚେତାବନୀ ଦେଲେ ତାରା ବାହିନୀପତି

ଭୁବନେଶ୍ୱର,୨୫।୧୧: କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି। ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରି ଚରମ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଆସନ୍ତାକାଲି…

ଆଇପିଏଲ ନିଲାମ ପୂର୍ବରୁ ବଡ଼ ହଲଚଲ: ଏହି ୭ ଭାରତୀୟ ଖେଳାଳି ହେଲେ ‘ଅନକ୍ୟାପ୍‌ଡ’, ତାଲିକାରେ ଅଛନ୍ତି…

ନୂଆଦିଲ୍ଲୀ, ୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୭ ନିଲାମ ପାଇଁ ଖେଳାଳିମାନେ ନିଜ ନାମ ପଞ୍ଜୀକରଣ କରିସାରିଛନ୍ତି। ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଧ୍ୟ ନିଲାମ…

ମଣ୍ଡି ଗେଟ ଭାଙ୍ଗି ଧାନ ପୁରାଇଲେ ଚାଷୀ: ଦେଲେ ଆନ୍ଦୋଳନ ଚେତାବନୀ

ଅତାବିରା, ୨୫।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ମଣ୍ଡିକୁ ଚାଷୀ ଜୋର ଜବରଦସ୍ତ ଗେଟ ତାଲା ଭାଙ୍ଗି ବୁଧବାର ଧାନ ପୁରାଇଛନ୍ତି l ସଂଯୁକ୍ତ କୃଷକ ସଂଗଠନର…

ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ : ୨ ଗିରଫ

ଛତ୍ରପୁର, ୨୫ା୧୧ (ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧୀନ ପୁରୁଣା ଛତ୍ରପୁର ଗ୍ରାମରେ ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ ଘଟଣାରେ ପୁଲିସ…

ବୈଭବଙ୍କ ଦ୍ୱିଶତକ ପରେ ଗମ୍ଭୀରଙ୍କୁ ଏମିତି ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର, ଉଠାଇଲେ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୫।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୫୩ଟି ବଲରେ ୨୦୪ ରନର…

ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା

କଟକ/ମହାକାଳପଡ଼ା,୨୫।୧୧(ପ୍ରଭୁକଲ୍ୟାଣ ପାଲ୍/ପ୍ରତାପ ଚନ୍ଦ୍ର ସ୍ୱାଇଁ):କେନ୍ଦ୍ରାପଡ଼ା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଚାମେଲିଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ।…

ବୈଭବ ସୂର୍ଯ୍ୟବଂଶୀଙ୍କୁ ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପ୍ରଶଂସା କରିଛନ୍ତି ରବୀନ୍ଦ୍ର ଜାଡେଜା; ଏହି ପୋଷ୍ଟ ଦେଖିଲେ ହସକୁ ଅଟକାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହା ଠାରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୟୁଏଇ (UAE) ବିପକ୍ଷରେ ଧ୍ୱଂସଲୀଳା ଚଳାଇଥିଲେ। ମାତ୍ର ୫୩ଟି ବଲରୁ ୨୦୪ ରନ ସଂଗ୍ରହ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?